ଏସ ଆଇ ସଞ୍ଜୟ କୁମାର ପରିଡା ନୂତନ ଭାପୁର ବିଟ୍ ହାଉସ୍ ଅଧିକାରୀ ଭାବେ ଯୋଗ ଦେବା ସହ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ


ଭାପୁର – ୩୧/୦୧(ନି ପ୍ର)ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଭାପୁର ବିଟ୍ ହାଉସ୍ ପ୍ରାଙ୍ଗଣ ରେ ବୁଧବାର ଦିନ “ଆମ ପୋଲିସ” କାର୍ଯ୍ୟକ୍ରମ ଅନୁଷ୍ଠିତ ଜୋଇଯାଇଅଛି l ନୂତନ ଭାବରେ ଯୋଗଦାନ କରିଥିବା ବିଟ୍ ହାଉସ୍ ଅଧିକାରୀ ଏସ ଆଇ ସଞ୍ଜୟ କୁମାର ପରିଡ଼ା ଙ୍କ ସଭାପତିତ୍ବ ରେ ଏହି ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ରୂପେ ଫତେଗଡ ଥାନା ଅଧିକାରୀ ସୁଜିତ କୁମାର ଦାସ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଭାପୁର ବ୍ଲକ ର ଶିକ୍ଷାବିତ୍,ବଜାର କମିଟି, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ ।

ବିଶେଷକରି,ଆସନ୍ତା ବିଧାନସଭା ନିର୍ବାଚନ କୁ ସୁଚାରୁରୂପେ ସମ୍ପାଦନା କିପରି କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏତଦ୍ ବ୍ୟତୀତ,ସ୍ଥାନୀୟ ଅଂଚଳରେ ଅପରାଧ ଜନିତ ସମସ୍ୟା ଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ପାଇଁ ଆଲୋଚନା ହେବା ସହିତ ଅତ୍ୟନ୍ତ ଗୁରତ୍ୱ ଅପରାଧ ସମସ୍ୟା ଗୁଡ଼ିକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଉଟ୍ ପୋଷ୍ଟ ଅଧିକାରୀ ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ । କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସୁଚାରୁ ରୂପେ ପରିଚାଳିତ ହେବା ସହ ସେଥିପ୍ରତି ସେ ବିଶେଷ ଧ୍ୟାନ ଦେବେ ବୋଲି ସେ ପ୍ରକାଶ କରିଛନ୍ତି l ବେଆଇନ ନିଶା କାରବାର ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ସମସ୍ତ କ୍ଷେତ୍ରକୁ ସେ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଛନ୍ତି l

Leave a Reply

Your email address will not be published. Required fields are marked *