ଶୁକଦେବ ମହାନ୍ତ ହେଲେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି
କେନ୍ଦୁଝର,ପ୍ରବାହ ନ୍ୟୁଜ୍ : କେନ୍ଦୁଝର ଜିଲ୍ଲା ବିଜେପି ଦଳର ସଭାପତି ହେଲେ ଶୁକ ଦେବ ମହାନ୍ତ I ଆଜି ଅପରାହ୍ନ ୪ ଟା ସମୟରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏବଂ ରାଜ୍ୟ ନେତା ଆଶୁତୋଷ ପରିଡା ତେଲକୋଇ ଓ ପାଟଣା ବିଧାୟକ ଙ୍କ ସହ ଜିଲ୍ଲାର ଆନେକ ଦଳିୟ କାର୍ଯ୍ୟକର୍ତ୍ତା ଙ୍କ
ଉପସ୍ଥିତିରେ ନୂତନ ଜିଲ୍ଲା ବିଜେପି ସଭାପତି ଙ୍କ ନାମ ଘୋଷଣା କରିଥିଲେ । ମନ୍ତ୍ରୀ କହିଥିଲେ ଯେ ଦଳର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଜି କେନ୍ଦୁଝର ଜିଲ୍ଲାର ସଭାପତି ଚୟନ କରାଯାଇଛି । ସେପଟେ ଦକ ମୋ ଉପରେ ଭରକ୍ଷା କରିଥିବାରୁ ରାଜ୍ୟ ଠାରୁ ଆରମ୍ଭ କରି ସମସ୍ତ ନେତାକୁ ଧନ୍ୟବାଦ ଦେବା ସହ ସମସ୍ତ ଙ୍କୁ ସାଙ୍ଗରେ ନେଇ କାମ କରିବି ବୋଲି କହିଛନ୍ତି ଶୁକ ଦେବ ମହାନ୍ତ। ରାଜ୍ୟ ପରିସଦ ସଦସ୍ୟ ଭାବେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ରୁ କିରଣବାଳା ନାୟକ, ପାଟଣା ରୁ ସୋମବାରୀ ମୁଣ୍ଡା,ତେଲକୋଇ ରୁ ମାନସ ନାଏକ, ଚମ୍ପୁଆ ରୁ ଝରଣା ମହାନ୍ତ ଏବଂ ଦେବପ୍ରସାଦ ମିଶ୍ର,ଆନନ୍ଦପୁର ରୁ ଦଶରଥ ଜେନା, ଘସିପୁରା ରୁ ଅମର ସିଂହଙ୍କ ନାମ ଘୋଷଣା କରାଯାଇଥିଲା।