କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ଅଶ୍ୱିନୀ ବୈଷ୍ଣବ

  • ଲୋକଙ୍କ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ଗରିବଙ୍କ ପାଇଁ ସମର୍ପିତ ଥିଲା ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି: ଶ୍ରୀ ବୈଷ୍ଣବ

ନୂଆଦିଲ୍ଲୀ : ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗରିବଙ୍କ ଉନ୍ନତି ପାଇଁ ସମର୍ପିତ । ଏହି ଅବସରରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ବାସଗୃହ ନିର୍ମାଣ ପାଇଁ ଗତକାଲି କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀ ଦୋହରାଇଥିଲେ। ସେ କହିଥିଲେ ଯେ ସରକାରର ପ୍ରଥମ ଦିନରେ ପ୍ରଥମ କ୍ୟାବିନେଟ୍ ନିଷ୍ପତ୍ତି ଗରିବଙ୍କ ସଶକ୍ତୀକରଣ ପାଇଁ ସମର୍ପିତ । ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଦେଶବାସୀଙ୍କ ସେବା ଜାରି ରଖିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଏହି ସୁଯୋଗ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।ଶ୍ରୀ ବୈଷ୍ଣବଙ୍କୁ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଏବଂ ମନ୍ତ୍ରଣାଳୟ ଓ ଏହାର ଅଧୀନରେ ଥିବା ମିଡିଆ ୟୁନିଟର ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *