ଜଣେ ସଫଳ ମହିଳା ପୋଲିସ ଅଫିସର ସବ ଇନ୍ସ୍ପେକଟର ଶ୍ରଦ୍ଧା ନାୟକ

ନିଜର ନିଷ୍ଠା ଓ କର୍ତବ୍ୟ ଦେଇଛି ତାଙ୍କୁ ନୂଆ ପରିଚୟ

ଭାପୁର:(ନି ପ୍ର): ନୟାଗଡ ଜିଲ୍ଲା ଫତେଗଡ ଥାନା ର ସବଇନ୍ସ୍ପେକଟର ଶ୍ରଦ୍ଧା ନାୟକ ନିଜର  ନିଷ୍ଠାପର ମନୋଭାବ ଓ କର୍ତଵ୍ୟ ତାଙ୍କୁ ଦେଇଛି ଏକ ନୂଆ ପରିଚୟ l ଜଣେ ସଚ୍ଚl ମହିଳା ପୋଲିସ ଅଫିସର ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି ଏବଂ ଦୃଢ ମନୋଭାବ ତଥା ବହୁ ପ୍ରତିକୂଳ ପରିସ୍ଥିତିର ଉଚିତ ମୁକାବିଲା କରି ନିଜକୁ ଜଣେ ଦଖ୍ୟ ଓ ସଚୋଟ ପୋଲିସ ଅଧିକାରୀ ଭାବେ ପ୍ରତିପାଦିତ କରିପାରିଛନ୍ତି l ଆଇନ ଶୃଙ୍ଖଳା ପରିସ୍ଥିତି ହଉ ଵା ବେଆଇନ ନିଶା କାରବାର ସବୁଠି ସେ ସାହାସିକତାର ସହ ନିଜର କର୍ତବ୍ୟ କରିଥାନ୍ତି l କେନ୍ଦ୍ରାପଡ଼ା ଜିଲ୍ଲା ରେ ଶ୍ରୀମତୀ ନାୟକ ଙ୍କ ଜନ୍ମ ଓ ତାଙ୍କ ପିତା ସଂଗ୍ରାମ କେଶରୀ ନାୟକ ହେଲେ ଜଣେ ଆର୍ମି ଅଫିସର  ସେ ଇଣ୍ଡିଆନ ଆର୍ମି ରେ ଜୁନିୟର କମିସିନର ଭାବେ କାର୍ଯ୍ୟରତ ଥିଲେ ଏବଂ ମା ରଞ୍ଜୁଲତା ନାୟକ(ମୃତ) ଥିଲେ ସାଧାରଣ ଓଡ଼ିଆ ଘର ର ନାରୀ l

ଶ୍ରୀମତୀ ନାୟକ ଙ୍କ ପୋଲିସ ହେବାର ମନୋଭାବ ପିଲାଟିଦିନରୁ ଥିଲାବେଳେ ନିଜ ବାପା ଙ୍କ ଠାରୁ ସେ ପାଇଥିଲେ ପ୍ରେରଣା l କେନ୍ଦ୍ରାପଡ଼ା କଲେଜ ରୁ ନିଜର କଲେଜ କ୍ୟାରିଆର ସରିଲାପରେ ସେ ଯୋଗ ଦିଅନ୍ତି ଓଡିଶା ପୋଲିସ ରେ l ବିଜୁ ପଟନାୟକ ଷ୍ଟେଟ ପୋଲିସ ଏକାଡେମୀ ରୁ 2018 ରେ ନିଜର ପୋଲିସ ଟ୍ରେନିଂ ସାରିବା ପରେ ସେ ପ୍ରଥମ କରି ଯୋଗ ଦିଅନ୍ତି କମିସିନରେଟ ପୋଲିସ ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ଥାନା ରେ l ଟ୍ରେନିଂ ବେଳୁ ହିଁ ସେ ସାଉଁଟିଛନ୍ତି ବହୁ ପ୍ରସଂଶା ଓ ମାନପତ୍ର l ଗୀତାଞ୍ଜଳି ଟ୍ରଷ୍ଟ ର ସ୍ବର୍ଣ୍ଣଖେତ୍ର ଉତ୍ସବ ରେ ସନମାନ ହେବା ସହ ସଂସ୍କୃତି ସୁରକ୍ଷା ସନମାନ ଓ ଆଇ ପି ଏସ ଅରୁଣ ବୋଥରl ଙ୍କୁ ଠାରୁ ପାଇଛନ୍ତି ମାନପତ୍ର l ନିଜର ଉଚ୍ଚ ମନୋଭାବ ଓ ଆଗକୁ ବଢିବାର ଚେଷ୍ଟା  ଦେଇଥିଲା ନୂଆ ନୂଆ ପ୍ରଶିକ୍ଷଣ l ସେ ଏକାଥରେ ଚାରି ଚାରି ଟି ଦକ୍ଷ ଟ୍ରେନିଂ ନେଇ ନିଜକୁ ବହୁ ଶକ୍ତିଶାଳୀ ଓ ଅଭିଜ୍ଞ କରିଛନ୍ତି l ଦୀର୍ଘ 6ବର୍ଷ ପୋଲିସ ଚାକିରୀ ଭିତରେ ନିଜର ସ୍ୱତନ୍ତ୍ର ଋଣ କୌଷକ ନୀତି ପ୍ରୟୋଗ କରି ବଢିଚାଲିଥିବା ଅପରାଧ କୁ ସେ ନିୟନ୍ତ୍ରଣ କୁ ଆଣିପାରନ୍ତି l ନିକଟ ଭବିଷ୍ୟତ ରେ ଖଣ୍ଡପଡା ଥାନାରେ କାର୍ଯ୍ୟରତ ଥିଲାବେଳେ ସେ ନିଜର କାର୍ଯ୍ୟଦକ୍ଷିତl ଯୋଗୁ ନିରୀହ ପୀଡିତl ଙ୍କୁ ନ୍ୟାୟ ଦେବା ସହ ପାଇଛନ୍ତି ବଡ ସଫଳତା l

ଦୁଇ ଦୁଇଟି ପୋସ୍କୋ କେଶ ଓ ଗୋଟେ ମଡ଼ର କେଶ ରେ ନିଜେ ଇନଭେସ୍ଟିଗେଶନ କରି ଦୋଷୀ କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ଦେବାରେ ସକ୍ଷମ ହୋଇପାରିଛନ୍ତି l ସବଇନ୍ସ୍ପେକଟର ଶ୍ରଦ୍ଧା ନାୟକ ବହୁତ ମେଳାପୀ, ମିଷ୍ଟିଭlସି ତଥା ସଚୋଟତା ତାଙ୍କୁ ଏକ ଅଭିନ୍ନ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଛି l ଶ୍ରୀମତୀ ନାୟକ ଲୋକଙ୍କୁ ସଦାବେଳେ ଉଚିତ ନ୍ୟାୟ ଦେବାସହ କିଭଳି ଭାବେ ସଂlତିଶୃଙ୍ଖଳl ବଜାୟ ରହିବ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି l ସେ ଯେଉଁ ଥାନା ରେ ଯୋଗ ଦିଅନ୍ତି ସେଠି ମହିଳା ଓ ଶିଶୁ ଙ୍କୁ ଉଚିତ ନ୍ୟାୟ ଦେବାରେ ନିଜକୁ ସମ୍ପୂର୍ଣ ନିୟୋଜନ କରିଦିଅନ୍ତି l ସେ ଏବେ ଫତେଗଡ ଥାନା ରେ ସେକେଣ୍ଡ ଅଫିସର ଭାବେ କାର୍ଯ୍ୟକରନ୍ତି l

Srikant Rout: ତାଙ୍କର ଏଭଳି ସାହସୀକତl,ପ୍ରତିଶୁତିବଧତା ଓ କାର୍ଯ୍ୟଦକ୍ଷିତl ଓଡିଶା ପୋଲିସ ପାଇଁ ଉଦାହରଣ ପାଲଟିବା ସହ ଓ ସମସ୍ତ ମହିଳା ଜାତି ଙ୍କୁ ଦେଇଛି ପ୍ରେରଣା l

Leave a Reply

Your email address will not be published. Required fields are marked *