ଶେୟରଚେଟ୍ ପକ୍ଷରୁ ଲୋକପ୍ରିୟ ଟ୍ୟାଲେଂଟ ହଂଟ ‘ମେଗାଷ୍ଟାର’ରତୃତୀୟ ସିଜିନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଶେୟରଚେଟ୍ ନିଜର ଲୋକପ୍ରିୟ ଟ୍ୟାଲେଂଟ ହଂଟ ‘ମେଗାଷ୍ଟାର’ର ଶୁଭାରମ୍ଭ ବିଷୟରେ ଘୋଷଣା କରିଛି । ଏହି ତୃତୀୟ ସିଜିନରେ, ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ୯ଟି କ୍ୟାଟେଗୋରୀ ଏବଂ ୧୦ଟି ଭାଷାରେ ଡିଜିଟାଲ୍ କ୍ରିଏଟରଙ୍କଠାରୁ ଉଲ୍ଲେଖନୀୟ ସ୍ଥାନୀୟ ପ୍ରତିଭା ଖୋଜି ବାହାର କରିବା । ଦୁଇଟି ସିଜିନ୍ ସଫଳତାର ସହିତ ଆୟୋଜନ କରିବା ପରେ, ମେଗାଷ୍ଟାର ସିଜନ୍ ୩ ବଡ଼ ଏବଂ ଆହୁରି ବଢ଼ିଆ ହେବ ବୋଲି ଆଶା କରାଯାଉଛି । କାରଣ ଏଥର କ୍ରିଏଟରମାନେ ଏଥର ଅଟୋମୋବାଇଲ୍‌, ଗ୍ୟାଜେଟ୍ ଓ ଟେକ୍‌, ବ୍ୟବସାୟ, ଶିକ୍ଷା ଓ ନିଯୁକ୍ତି, ଇମୋସନ, ଏଂଟରଟେନମେଂଟ, ହ୍ୟୁମର, ଲାଇଫଷ୍ଟାଇଲ, ନ୍ୟୁଜ୍ ଏବଂ ଭକ୍ତି ଓ ଜ୍ୟୋତିଷ ଶାସ୍ତ୍ର ପରି କ୍ୟାଟେଗୋରୀରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନ୍ୟପକ୍ଷରେ ଏହା ହିନ୍ଦୀ, ପଞ୍ଜାବୀ, ତାମିଲ, ତେଲୁଗୁ, ମରାଠୀ, କନ୍ନଡ଼, ମାଲାୟାଲମ୍‌, ଗୁଜୁରାଟୀ, ବଙ୍ଗଳା ଏବଂ ଓଡ଼ିଆ ଭଳି ବିଭିନ୍ନ ଭାଷାରେ ଆୟୋଜିତ ହେବ ।

୬୦ ଦିନର ଏହି କ୍ୟାମ୍ପେନରେ ଇମେଜ୍‌, ଶର୍ଟ, ଲଙ୍ଗ ଏବଂ ମୋସନ ଭିଡିଓ କଂଟେଟ କ୍ୟାଟେଗୋରୀରେ ଇନଭାଇଟ୍ କରାଯିବ ଯାହାକି କ୍ରିଏଟରମାନଙ୍କୁ ପ୍ଲାଟଫର୍ମ ସହିତ ଜଡ଼ିତ ହେବାକୁ ଉତ୍ସାହିତ କରିବ ଏବଂ ବଢ଼ିଆ ପୁରସ୍କାର ସହିତ ଅବିଶ୍ୱସନୀୟ ଟ୍ୟାଲେଂଟର ଉତ୍ସବ ମନାଇବାରେ ସହାୟକ ହେବ । ବିଜେତାମାନଙ୍କୁ ଚାରୋଟି ଶ୍ରେଣୀରେ ପୁରସ୍କୃତ କରାଯିବ- ୧୦ ମେଗାଷ୍ଟାର ଓ ସୁପରଷ୍ଟାର, ୬୦ ପ୍ରମିସିଂ ଷ୍ଟାର ଏବଂ ୭୨୦ ରାଇଜିଂ ଷ୍ଟାର । ସେମାନଙ୍କ କଂଟେଟର ଭ୍ୟୁଜ୍ ଏବଂ ଏନଗେଜମେଂଟ ଆଧାରରେ ଏହା ସ୍ଥିର କରାଯିବ । ଗତ ବର୍ଷ, ୨୨୦ରୁ ଅଧିକ କ୍ରିଏଟର ଏହି କ୍ୟାମ୍ପେନରେ ଭାଗନେଇ ୨.୯ ମିଲିଅନ୍ ଟଏଉ କ୍ରିଏଟ କରିଥିଲେ, ଯାହାକି ୧.୫ ବିଲିୟନରୁ ଅଧିକ ଭ୍ୟୁ ଦେଇପାରିଥିଲା । ଏହି କ୍ୟାମ୍ପେନର ଗତ ସିଜିନରେ ସୌଭାଗିନୀ ଦାସ, ଶକୁନ୍ତଳା ସାହୁ, ଦିଲ୍ଲୀପ ରଣା ଏବଂ ସୀତାକାନ୍ତ ପଣ୍ଡା ଓଡ଼ିଆରେ ମେଗାଷ୍ଟାର ଟାଇଟଲ୍ ହାତେଇ ନେଇଥିଲେ ।

ଏହି କ୍ୟାମ୍ପେନର ଶୁଭାରମ୍ଭ ବିଷୟରେ ଶେୟରଚେଟ୍ କଂଟେଟ ଷ୍ଟ୍ରାଟେଜୀ ଏବଂ ଅପରେସନ୍ସ ବରିଷ୍ଠ ନିର୍ଦ୍ଦେଶକ ଶଶାଙ୍କ ଶେଖର କହିଛନ୍ତି, “ଶେୟରଚେଟ୍ ସବୁ ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଏହାର କ୍ରିଏଟର କମ୍ୟୁନିଟିଙ୍କ ଉପରେ ଇନଭେଷ୍ଟ କରିବା ଏବଂ ଲୋକାଲ କ୍ରିଏଟରଙ୍କ ପାଇଁ ଏକ ପ୍ଲାଟଫର୍ମ ନିର୍ମାଣ ଉପରେ ଧ୍ୟାନ ଦେଇଥାଏ ଯାହାକି ସେମାନଙ୍କ ଟ୍ୟାଲେଂଟ କୁ ଖୋଜିପାରିବ । ଗତ ଦୁଇ ସିଜିନରେ ଆଶାତୀତ ଭଲ ପାଇବା ମିଳିବା ପରେ, ଆମେ ମେଗାଷ୍ଟାରର ଏହି ସିଜିନକୁ ନେଇ ବହୁତ ଆଶବାଦୀ ରହିଛୁ । ଆମର ପ୍ଲାଟଫର୍ମରେ ୩୨ ମିଲିୟନରୁ ଅଧିକ ଟ୍ୟାଲେଂଟେଡ୍ କ୍ରିଏଟର ଅଛନ୍ତି । ଏହି କ୍ୟାମ୍ପେନର ଲକ୍ଷ୍ୟ ହେଉଛି ଯେଉଁ ଟପ୍ କ୍ରିଏଟରମାନେ ସେମାନଙ୍କର ଅରିଜିନାଲ ଓ ମଜାଦାର କଂଟେଟ ସହିତ ଶେୟରଚେଟ୍ କମ୍ୟୁନିଟିର ମନୋରଞ୍ଜନ କରୁଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ।

ସମଗ୍ର କ୍ୟାମ୍ପେନରେ, ବିଜେତାମାନେ ଆଇଫୋନ୍ ୧୨, ଆକ୍ଟିଭା ଏବଂ ଆମାଜନ ଭାଉଚର ପରି ୨୫ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ଜିତିବାର ସୁଯୋଗ ପାଇବେ । ବିଜେତାମାନେ ଆହୁରି ମଧ୍ୟ ଶେୟରଚେଟ୍ ଏକ ପ୍ରିମିୟମ୍ ଅରିଜିନାଲ କ୍ରିଏଟର ହେବାର ସୁଯୋଗ ପାଇବେ ।

Leave a Reply

Your email address will not be published. Required fields are marked *