ଏସ୍ବିଆଇର ଆବାସିକ ଗୃହ ଋଣ ୬ ଲକ୍ଷ କୋଟି ଟଙ୍କା ଟପିଲା, ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା
ଭୁବନେଶ୍ୱର: ଦେଶର ସର୍ବବୃହତ ଗୃହ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆବାସିକ ଗୃହ ଋଣ ପରିମାଣ ୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି ମାଇଲଖୁଂଟକୁ ପାଳନ କରିବା ଓ ଉତ୍ସବକୁ ସ୍ୱାଗତ କରିବା ଲାଗି ଏସ୍ବିଆଇ ପକ୍ଷରୁ ଗୃହ ଋଣ ଗ୍ରାହକମାନଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା କରାଯାଇଛି । ୨୦୨୧ ଜାନୁଆରିରେ ଷ୍ଟେଟ୍ ବ୍ୟାଙ୍କର ଗୃହ ଋଣ ପରିମାଣ ୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା ।
ଉତ୍ସବ ବୋନାଞ୍ଜାରେ ଏସ୍ବିଆଇ ଏହାର ସମ୍ଭାବ୍ୟ ଗ୍ରାହକମାନଙ୍କୁ ସୁଲଭ ହାରରେ ଗୃହ ଋଣ ପ୍ରଦାନ କରିବ । ଏସ୍ବିଆଇ ପକ୍ଷରୁ ଗୃହ ଋଣ ଉପରେ ୦.୨୫%, ଟପ୍ ଅପ୍ ଋଣ ଉପରେ ୦.୧୫% ଓ ସଂପତି ବନ୍ଧକ ରଖି ଋଣ ଉପରେ ୦.୩୦ ପ୍ରତିଶତ ରିହାତି ପ୍ରଦାନ କରାଯିବ । ବ୍ୟାଙ୍କ୍ ପକ୍ଷରୁ ୨୦୨୩ ଜାନୁଆରି ୩୧ ପର୍ଯ୍ୟନ୍ତ ଗୃହ ଋଣ ଉପରେ ପ୍ରୋସେସିଂ ଫିି’ ଛାଡ଼ କରାଯାଯାଇଛି । ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ଆବଶ୍ୟକତାକୁ ନଜରରେ ରଖି ବ୍ୟାଙ୍କ୍ ଏହି ଉତ୍ସବ ବୋନାଞ୍ଜା ପ୍ରସ୍ତୁତ କରିଛି ।
ନୂଆ ଗୃହ ଋଣ ସମେତ ଟେକ୍ଓଭର ଋଣ ସୁଧ ହାର ୮.୪୦ ପ୍ରତିଶତରୁ ଏବଂ ଘରକୁ ଫର୍ଣ୍ଣିସ୍ କରିବା/ ମରାମତି କରିବା/ ଘରକୁ ବଦଳାଇବା ପାଇଁ ନିଆଯାଉଥିବା ଟପ୍ ଅପ୍ ଋଣ ହାର ୮.୮୦ ପ୍ରତିିଶତରୁ ଆରମ୍ଭ ହୋଇଛି ।
ଏହି ଅବସରରେ ଏସ୍ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, “ଗୃହ ଫାଇନାନ୍ସ କ୍ଷେତ୍ରରେ ଏସ୍ବିଆଇ ଅଗ୍ରଣୀ ହୋଇଥିବାରୁ ପ୍ରତି ଭାରତୀୟଙ୍କ ଘର ସ୍ୱପ୍ନ ପୂରଣ କରିବାର ମାଲିକାନା ନିଜ ମୁଣ୍ଡକୁ ନେଇଛି । ନିଜ ଘର ମାଲିକାନା ଯାତ୍ରାରେ ସେମାନଙ୍କ ସହଯୋଗୀ ଭାବେ ଆମକୁ ବିଶ୍ୱାସ କରିଥିବା ଏବଂ ଆମକୁ ଚୟନ କରିଥିବା ୨୮ ଲକ୍ଷରୁ ଅଧିକ ଗ୍ରାହକ ପରିବାରଙ୍କ ନିକଟରେ ଆମେ ଅତ୍ୟନ୍ତ କୃତଜ୍ଞ । ୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତର ଆମ ଯାତ୍ରାରେ ଗତ କିଛି ବର୍ଷ ଭିତରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକ୍ରିୟା ଓ ଡିଜିଟାଲ୍ ଅଭିଯାନ ବିଶେଷ ସହାୟକ ହୋଇଥିଲା । ଦେଶ ଗଠନର ସହଯୋଗୀ ଭାବେ ଆମେ ପ୍ରତିବଦ୍ଧ ରହିଛୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ସମସ୍ତଙ୍କ ପାଇଁ ଘର’ ସ୍ୱପ୍ନକୁ ପୂରଣ କରିବା ଲାଗି ଉଦ୍ୟମ କରୁଛୁ ।’’
ଏସ୍ବିଆଇର ପରିଚାଳନା ନିର୍ଦେଶକ-ରିଟେଲ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଅପରେସନ୍ସ ଶ୍ରୀ ଆଲୋକ କୁମାର ଚୌଧୁରୀ କହିଛନ୍ତି ଯେ, “ନିରନ୍ତର ଭାବେ ବିଭିନ୍ନ ଅଫର୍ ଘୋଷଣା କରି ଗ୍ରାହକମାନଙ୍କ ମନୋବଳକୁ ଦୃଢ଼ କରିବା କ୍ଷେତ୍ରରେ ଏସ୍ବିଆଇ ସର୍ବଦା ଆଗରେ ରହିଛି । କୋଭିଡ୍ କଟକଣା ଯୋଗୁଁ ମାନ୍ଦା ଉତ୍ସବ ପାଳନର ଏକ ଲମ୍ବା ଅବଧି ପରେ ଆମେ ଉତ୍ସବ ଋୁତରେ ପ୍ରବେଶ କରିଥିବାରୁ ଏହି ଉତ୍ସବ ଋତୁରେ ଆମର ଅଫର୍ ସମ୍ଭାବ୍ୟ ଗ୍ରାହକମାନଙ୍କ ଘର ମାଲିକାନା ଯାତ୍ରା ପାଇଁ ଆବଶ୍ୟକ ହେଉଥିବା ଜରୁରୀ ସହାୟତାକୁ ଲକ୍ଷ୍ୟରେ ରଖି ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ଗୃହ ଋଣକୁ ନେଇ ଦୃଢ଼ ଆଗ୍ରହକୁ ନଜରରେ ରଖି ଆମେ ଉଲ୍ଲାସର ସହ ଏକ ସୀମିତ ସମୟ ପାଇଁ ସୁଧ ହାରରେ ରିହାତି ଓ ପ୍ରୋସେସିଂ ଫି’ ଛାଡ଼ ଘୋଷଣା କରିଛୁ ।’’