ଏସ୍‌ବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ଡିଜିଟାଲ୍ ନିରାପତା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଗ୍ରାହକମାନଙ୍କ ଡିଜିଟାଲ୍ କାରବାରକୁ ସୁରକ୍ଷିତ ଓ ନିରାପଦ ରଖିବା ଲାଗି ସେମାନେ କ’ଣ କରିବେ ଓ କ’ଣ ନକରିବେ ସେନେଇ ଏସବିଆଇ ପକ୍ଷରୁ ଏକ ବ୍ୟାପକ ଡିଜିଟାଲ୍ ନିରାପତା ଗାଇଡ୍‌ଲାଇନ୍ ଜାରି କରାଯାଇଛି । ନିମ୍ନରେ କିଛି ବଷୟ ପ୍ରଦାନ କରାଯାଇଛି ଯାହାକୁ ଗ୍ରାହକମାନେ ନିଜର ଡିଜିଟାଲ୍ ବ୍ୟାଙ୍କିଙ୍ଗ, ଡିଜିଟାଲ୍ କାରବାର, ଇଲେକ୍ଟ୍ରୋନିକ ପେମେଂଟ୍ ଓ ସୋସିଆଲ୍ ମିଡିଆ ନିରାପତା ପାଇଁ ମନେ ରଖିପାରିବେ ।


ଲଗ୍ ଇନ୍ ନିରାପତାକୁ ନିଶ୍ଚିତ କରିବା ଲାଗି ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଓ ଜଟିଳ ପାସ୍‌ୱାର୍ଡ ବ୍ୟବହାର କରିବାକୁ ହେବ । ତାହାକୁ ନିୟମିତ ବ୍ୟବଧାନରେ ବଦଳାଇବାକୁ ପଡ଼ିବ । ନିଜର ଆଇଡି, ପାସୱାର୍ଡ ଓ ପିନ୍‌କୁ କାହାରିକୁ କୁହନ୍ତୁ ନାହିଁ କିମ୍ବା କେଉଁଠାରେ ସେଭ୍ କରି ରଖନ୍ତୁ ନାହିଁ । ବ୍ୟାଙ୍କ କେବେବି ଆପଣଙ୍କୁ ଆପଣଙ୍କ ଆଇଡି, ପାସୱାର୍ଡ, କାର୍ଡ ନମ୍ବର, ପିନ୍‌, ସିଭିଭି ଓ ଓଟିପି ମାଗିବ ନାହିଁ । ଆଇଡି ଓ ପାସ୍‌ୱାର୍ଡ ଷ୍ଟୋର୍ ହେବାରୁ ରୋକିବା ଲାଗି ଡିଭାଇସ୍‌ଷର “ଅଟୋ ସେଭ୍‌’ କିମ୍ବା ରିମେମ୍ବରକୁ ଅଚଳ କରିଦିଅନ୍ତୁ ।


ବ୍ୟାଙ୍କର ୱେବସାଇଟ୍‌ରେ ଏଚ୍‌ଟିଟିପିଏସ ଲେଖାହୋଇଛି ନା ନାହିଁ ଦେଖନ୍ତୁ । ଖୋଲା ୱାଇ-ଫାଇ ନେଟୱର୍କ ବ୍ୟବହାର କରି ବ୍ୟାଙ୍କ କାରବାର କରିବା ଠାରୁ ଦୂରେଇ ରୁହନ୍ତୁ । କାମ ଶେଷ ପରେ ସର୍ବଦା ଲଗ୍‌ଆଉଟ୍ କରନ୍ତୁ ଏବଂ ବ୍ରାଉଜରକୁ ବନ୍ଦ କରନ୍ତୁ । ୟୁପିଆଇ କାରବାର କରିବା ସମୟରେ ନିଜର ମୋବାଇଲ୍ ପିନ୍ ଓ ୟୁପିଆଇ ପିନ୍‌କୁ ଅଲଗା ଅଲଗା ରଖିବାକୁ ଚେଷ୍ଟା କରନ୍ତୁ । ଅଜଣା ୟୁପିଆଇ ଅନୁରୋଧକୁ ଧ୍ୟାନ ଦିଅନ୍ତୁ ନାହିଁ । ସେଭଳି କିଛି ଅନୁରୋଧ ଆସିଲେ ତୁରନ୍ତୁ ତାହାର ରିପୋର୍ଟ କରନ୍ତୁ । ସର୍ବଦା ମନେ ରଖନ୍ତୁ କେବଳ ଟଙ୍କା ପଠାଇବା ବେଳେ ପିନ୍ ଦରକାର ହେବ ପାଇବା ବେଳେ ନୁହେଁ । ଯଦି ଆପଣ କରିନଥିବା କିଛି କାରବାର ସମ୍ପାଦିତ ହୋଇଛି ବୋଲି ଜାଣୁଛନ୍ତି ତେବେ ୟୁପିଆଇ ସେବାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ ।


ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡର ନିରାପତାକୁ ନିଶ୍ଚିତ କରିବା ଲାଗି ଏଟିଏମ୍ କିମ୍ବା ପିଓଏସ୍ ମେସିନରେ କାରବାର କରିବା ବେଳେ ଆଖପାଖ ପ୍ରତି ସତର୍କ ରୁହନ୍ତୁ । ପିନ୍ ଦେବା ବେଳେ କି’ପ୍ୟାଡ୍ ଘୋଡ଼େଇ ରଖନ୍ତୁ । ଇ-କମର୍ସ ୱେବସାଇଟ୍‌ରେ କାରବାର କରିବା ବେଳେ ତାହା ଅସଲି ନାନାହିଁ ଜାଣନ୍ତୁ । ଅନଲାଇନ୍ ବ୍ୟାଙ୍କିଙ୍ଗ୍‌ରେ ଡେବିଟ୍ କାର୍ଡ କାରବାରର ପରିଚାଳନା କରନ୍ତୁ । ଇ-କମର୍ସ ପ୍ଲାଟଫର୍ମ, ପିଓଏସ୍ ଓ ଏଟିଏମ୍‌ରେ ଦେଶ ଭିତର ଓ ଦେଶ ବାହାର କାରବାରର ସୀମା ନିର୍ଧାରଣ କରନ୍ତୁ । ମୋବାଇଲ୍ ବ୍ୟାଙ୍କିଙ୍ଗଗ ସମ୍ରରେ ଫୋନ୍‌, ଲାପ୍‌ଟପ୍ କିମ୍ବା ଟାବ୍‌ଲେଟ୍‌ରେ କଠିନ ପାସୱାର୍ଡ/ ବାୟୋମେଟ୍ରିକ୍ ବ୍ୟବହାର କରନ୍ତୁ । ନିଜର ପିନ୍ କାହାକୁ ଜଣାନ୍ତୁ ନାହିଁ । ଯେଉଁଠାରେ ଦରକାର ବାୟୋମେଟ୍ରିକ୍ ବ୍ୟବହାର କରନ୍ତୁ । ଅଜଣା ଆପ୍ ଡାଉନ୍‌ଲୋଡ୍ କରନ୍ତୁ ନାହିଁ । କେବଳ ଅଫିସିଆଲ୍ ୱେବସାଇଟ୍‌ରୁ ଆପ୍ ଡାଉନ୍‌ଲୋଡ୍ କରନ୍ତୁ । ଗୁରୁତ୍ୱପୂର୍ଣ୍ଣ ଆପ୍‌ଗୁଡ଼ିକର ଅନୁମତିକୁ ନିୟମିତ ଅନୁଧ୍ୟାନ କରନ୍ତୁ । ପବ୍ଲିକ୍ ଓୟାରଲେସ୍ ନେଟ୍‌ୱର୍କଠାରୁ ଫୋନ୍‌କୁ ଦୂରେଇ ରଖନ୍ତୁ ।


ସୋସିଆଲ୍ ମିଡିଆ ନିରାପତା ପାଇଁ ଯାହା ସହ ବାର୍ତାଳାପ କରୁଛନ୍ତି ତାଙ୍କ ପରିଚୟ ସ୍ପଷ୍ଟ କରନ୍ତୁ । ନିଜର ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ସୋସିଆଲ୍ ମିଡିଆରେ ଦିଅନ୍ତୁ ନାହିଁ । ସୋସିଆଲ ମିଡିଆର ସାର୍ବଜନୀନ ସ୍ଥଳରେ ଗୋପନୀୟ ତଥ୍ୟ ବିଷୟରେ ଆଲୋଚନା କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *