ଏସ୍‌ବିଆଇ ପକ୍ଷରୁ ଯୋଗାଯୋଗ କେନ୍ଦ୍ର ସେବାର ପୁନର୍ଗଠନ

ଭୁବନେଶ୍ୱର: ଉନ୍ନତ ଓ ବ୍ୟକ୍ତିଗତ ସୁହାଇବା ଭଳି ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଦେଶର ସର୍ବବୃହତ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ପରବର୍ତୀି ପିଢ଼ିର ଯୋଗାଯୋଗ କେନ୍ଦ୍ର ସେବାର ଶୁଭାରମ୍ଭ କରାଯାଇଛି । ଏହି ପୁନର୍ଗଠିତ ଯୋଗାଯୋଗ କେନ୍ଦ୍ରରେ ୩୦ ପ୍ରକାରରୁ ଅଧିକ ବ୍ୟାଙ୍କିଙ୍ଗ ସମାଧାନ ୧୨ଟି ଭାଷାରେ ୨୪ ଘଂଟା ଉପଲବ୍ଧ ହେବ ଯାହାକୁ ଗ୍ରାହକମାନେ ଘରେ ବସି ହାସଲ କରିପାରିବେ, ଫଳରେ ଏହା ଶିଳ୍ପରେ ନୂଆ ମାନଦଣ୍ଡ ନିର୍ଧାରଣ କରିବ । ଏହି ପ୍ରକ୍ରିୟାକୁ ଆହୁରି ସହଜ କରିବା ଲାଗି ବ୍ୟାଙ୍କ୍ ପକ୍ଷରୁ ସହଜରେ ମନେ ରହିପାରୁଥିବା ଟୋଲ୍ ଫ୍ରି ନମ୍ବର ୧୮୦୦-୧୨୩୪ କିମ୍ବା ୧୮୦୦-୨୧୦୦କୁ ଆରମ୍ଭ କରାଯାଇଛି ।
ବର୍ତମାନ ଯୋଗାଯୋଗ କେନ୍ଦ୍ର ମାସକୁ ୧.୫ କୋଟି କଲ୍‌ର ପରିଚାଳନା କରୁଥିବା ବେଳେ ୪୦% ଆଇଭିଆର୍ ଜରିଆରେ ସ୍ୱ ପରିଚାଳିତ ହେଉଛି । ବଳକା କଲ୍‌ଗୁଡ଼ିକୁ ୩୫୦୦ରୁ ଅଧିକ ଟେଲି-କଲର୍ ପ୍ରତିନିଧି ପରିଚାଳନା କରୁଛନ୍ତି ।


ଗ୍ରାହକମାନେ ଖାତା, ଏଟିଏମ୍ କାର୍ଡ, ଚେକ୍ ବୁକ୍ ସମ୍ପର୍କିତ ସେବା, ଏଟିଏମ୍ କାର୍ଡ କିମ୍ବା ଡିିଜିଟାଲ୍ ଚ୍ୟାନେଲ୍‌କୁ ବ୍ଲକ୍ କରିବାର ଜରୁରୀକାଳୀନ ସେବା ପାଇପାରିବେ ଏବଂ ଡିଜିଟାଲ୍ ଉତ୍ପାଦ, ସହାୟତା ଓ ଉତ୍ପାଦ ସୂଚନା ଆଦି ପାଇପାରିବେ । ବ୍ୟାଙ୍କ୍ ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ଲାଗି ସମସ୍ତ ଗ୍ରାହକ ସହାୟତା ପ୍ରତିନିଧିମାନଙ୍କୁ ଲଘୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଭବିଷ୍ୟତରେ ବ୍ୟାଙ୍କ୍ ପକ୍ଷରୁ ଉନ୍ନତ ଏଆଇ/ ଏମ୍‌ଏଲ୍ ପ୍ରଯୁକ୍ତି ସମେତ ବାର୍ତାଳାପ ଭିତିକ ଆଇଭିଆର୍ ଓ ଭଏସ୍ ବଟ୍ ଯୋଡ଼ିବା ଲାଗି ଲକ୍ଷ୍ୟ ରଖାଯାଇଛି ।


ଏସ୍‌ବିଆଇର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନେଶ ଖାରା କହିଛନ୍ତି ଯେ, “ଏସ୍‌ବିଆଇରେ ଆମେ ଗ୍ରାହକ କୈନ୍ଦ୍ରୀକ ହେବା ଏବଂ ବିଭିନ୍ନ ଚ୍ୟାନେଲ୍ ଓ ପ୍ଲାଟ୍‌ଫର୍ମ ଜରିଆରେ ବ୍ୟକ୍ତିଗତ ଅନୁଭୂତି ପ୍ରଦାନ କରିବାକୁ ଉଦ୍ୟମ କରୁଛୁ । ଗ୍ରାହକମାନେ ନିରନ୍ତର ଭାବେ ଡିଜିଟାଲ୍ ଚ୍ୟାନେଲ୍ ଆଡ଼କୁ ଅଗ୍ରସର ହେଉଥିବା ବେଳେ କିଛି ନିର୍ଦିଷ୍ଟ ବର୍ଗର ଗ୍ରାହକମାନଙ୍କ ପାଇଁ “ଭଏସ୍‌’ ଏବେବି ପସନ୍ଦର ମାଧ୍ୟମ ହୋଇରହିଛି । ତେଣୁ ୨୦୨୧ରେ ପ୍ରୋଜେକ୍ଟ ଧ୍ରୁବ ଅଧୀନରେ ପରବର୍ତୀ ପିଢ଼ିର ଯୋଗାଯୋଗ କେନ୍ଦ୍ର ଗଠନ କରିବା ଲାଗି ଏହି ଯାତ୍ରା ଆରମ୍ଭ ହୋଇଥିଲା ।


ଯୋଗାଯୋଗ କେନ୍ଦ୍ରକୁ ଆମେ କେବଳ ଏକ ସେବାର ମାଧ୍ୟମ ଭାବେ ନୁହେଁ ବରଂ ବ୍ୟାଙ୍କ୍‌ର ୧୮ତମ ସର୍କଲ୍ (ଭର୍ଚୁଆଲ) ଭାବେ ବିଚାର କରୁଛୁ ଯାହା ବ୍ୟବସାୟ ଲକ୍ଷ୍ୟକୁ ବଢ଼ାଇବ । ଯୋଗାଯୋଗ କେନ୍ଦ୍ର ଆଉଟରିଚ୍ ଜରିଆରେ ବ୍ୟାଙ୍କ୍ ଅଧିକ ପ୍ରାକ୍‌-ମଂଜୁର ଋଣ ପ୍ରଦାନ କରିପାରୁଛି । ଏହା ସହିତ କେନ୍ଦ୍ରର ଅସୁଲ ଆଉଟ୍‌ରିଚ୍ ଜରିଆରେ ସଂପତି ମାନରେ ଉନ୍ନତି ହୋଇପାରିଛି । ସେହି ଉଦ୍ୟମ ଯୋଗାଯୋଗ କେନ୍ଦ୍ରକୁ ଲାଭ କେନ୍ଦ୍ରରେ ପରିଣତ କରିଛି ।’’
ଏହି ଯୋଗାଯୋଗ କେନ୍ଦ୍ର ବିଷୟରେ ଅଧିକ ଗ୍ରାହକଙ୍କୁ ଜଣାଇବା ଲାଗି ବ୍ୟାଙ୍କ୍ ପକ୍ଷରୁ ଗ୍ରାହକ ସଚେତନତା ସୃଷ୍ଟି କରାଯିବ ।

Leave a Reply

Your email address will not be published. Required fields are marked *