ଭାରତୀୟ ଷ୍ଟେଟବ୍ୟାଙ୍କର ୮୯୮ତମ ଶାଖା ଉଦ୍‌ଘାଟିତ

ଖୋର୍ଦ୍ଧା(ପ୍ରବାହ ନ୍ୟୁଜ୍‌) : ଜିଲ୍ଲାଦେଉଳି ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଦିନେଶ ପୁରଥିଙ୍କ ଦ୍ୱାରା ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ୮୯୮ ତମ ଶାଖା ଉଦ୍ଘାଟିତ ହୋଇଯାଇଛି ।
ପ୍ରକାଶ ଥାଉକି ରାଜ୍ୟରେ ପ୍ରାୟ ୨୮୨୪ ଏଟିମ୍‌,୫୮୫ଟି ସ୍ୱୟଂ କ୍ରୀୟନ ଗଦଜମା/ ଉଠାଣ ମେସିନଏବଂ ୬୩୦୦ରୁ ଉର୍ଦ୍ଧ ଗ୍ରାହକ ସେବା କେନ୍ଦ୍ର ଦ୍ୱାରା ବ୍ୟାଙ୍କିଙ୍ଗ ସେବା ରାଜ୍ୟର ଜନ ସାଧାରଣଙ୍କୁ ଯୋଗାଇ ଦିଆଯାଉଛି । ଉକ୍ତ ଉତ୍ସବରେ ମହାପ୍ରବନ୍ଧକ ଶ୍ରୀ ପୁନମ୍ବଲମ୍‌, ଉପ ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର, ଖେତ୍ରିୟ ପ୍ରବନ୍ଧକ୍ ଶ୍ରୀ ନରେନ୍ଦ୍ର କୁମାର ଜେନା ଓ ନୂତନ ଶାଖାର ଶାଖା ପରିଚାଳକ ଶ୍ରୀ ଅଭିଷେକ ବେହେରାଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *