ଭାରତୀୟ ଷ୍ଟେଟ ବ୍ୟାଙ୍କ ଜାରି କଲା ନୂଆ ଗ୍ରାହକ ସେବା ନମ୍ବର

ଭାରତୀୟ ଷ୍ଟେଟ ବ୍ଯାଙ୍କ ସହଜରେ ମନେ ରହିପାରିବା ଭଳିଆ ସହଜ ଗ୍ରାହକ ସେବା ଟୋଲ ଫ୍ରି ନମ୍ବର 1800-1234 ଓ 1800-2100 ଜାରି କରିଛି । ଏହା ଦ୍ଵାରା ଷ୍ଟେଟ ବ୍ୟାଙ୍କର  ଖାତା ଧାରକମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବା ଓ ଅଭିଯୋଗର ସମାଧାନ ପାଇପାରିବେ । ଏହି ଟୋଲ ଫ୍ରି ନମ୍ବର ବ୍ୟବହାର କରି ଗ୍ରାହକମାନେ ବ୍ୟାଙ୍କିଙ୍ଗ ସେବା ଯଥା ଏକାଉଣ୍ଟ ବାଲାନ୍ସ ,  ଶେଷ 5 ଲେଣ ଦେଣ ବିବରଣୀ , ଏଟିଏମ କାର୍ଡ ବନ୍ଦ କରିବା , ଏଟିଏମ କାର୍ଡ ପୁନର୍ବାର ମଗେଇବା , କାର୍ଡର ପ୍ରେରଣ ସ୍ଥିତି , ଏଟିଏମ କାର୍ଡର ପିନ ତିଆରି କରିବା , ଚେକ ବହି ପ୍ରେରଣ ସ୍ଥିତି ଯାଞ୍ଚ ,ନୂଆ ଚେକ ବହି ମଗେଇବା , ଟିଡିଏସ ଓ ଜମା ସୁଧର ସାର୍ଟିଫିକେଟ ଇମେଲ ମାଧ୍ୟମରେ ମଗେଇବା ଆଦି ଅନେକ ସୁବିଧା ପାଇପାରିବେ ।

ଭାରତର ସବୁଠୁ ବଡ ବ୍ଯାଙ୍କ , ଭାରତୀୟ ଷ୍ଟେଟ ବ୍ଯାଙ୍କ ନିଜ ଗ୍ରାହକଙ୍କୁ  ଉତ୍କୃଷ୍ଟ  ଧରଣର ସେବା ଅତି ସହଜରେ ଯୋଗାଇବାର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ ସେବା ଗୁଡିକୁ ଏହି ନୂଆ ଟୋଲ ଫ୍ରି ନମ୍ବରରେ ଯୋଗାଇବାର ବ୍ୟବସ୍ଥା କରିଛି । ଏହି ପରିବର୍ତ୍ତନରେ ମୁଖ୍ଯତଃ ଅନେକ ଗୁଡାଏ ନୂଆ ସେବାର ଆରମ୍ଭ ସହ ଗ୍ରାହକ ସେବା କେନ୍ଦ୍ରର ଆଇଭିଆର ଓ କାର୍ଯନିର୍ବାହୀ ମାନଙ୍କ ଦ୍ଵାରା  ଅଭିଯୋଗର ଶୀଘ୍ର ସମାଧାନ ଉପରେ  ଧ୍ୟାନ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଯୋଗାଯୋଗ କେନ୍ଦ୍ରକୁ ନୂତନ ପ୍ରଯୁକ୍ତି ଓ କାର୍ଯ୍ୟଶୈଳୀ ଦ୍ଵାରା ବିଶ୍ବରେ ସର୍ବୋତ୍ତମ କରିବାର ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *