ଓଡ଼ିଶାରେ ଆଦିବାସୀ ପିଲାଙ୍କ ନିରନ୍ତର ଶିକ୍ଷା ପାଇଁ ସୋସିଆଲ୍ ୱେଲଫେୟାର ଏଜେନ୍ସି ଆଣ୍ଡ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ସ୍ୱାତୀ) ସହ ହାତ ମିଳାଇଲା ଏସ୍‌ବିଆଇ ଲାଇଫ୍‌

ଭୁବନେଶ୍ୱର: ଓଡ଼ିଶାର ଆଦିବାସି ପିଲାମାନଙ୍କୁ ବୟସ ଭିତିକ ଉପଯୁକ୍ତ ଶିକ୍ଷଣୀୟ ସ୍ତର ବିକଶିତ କରି ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି ସୋସିଆଲ ୱେଲଫେୟାର ଏଜେନ୍ସି ଆଣ୍ଡ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ସ୍ୱାତୀ) ସହିତ ହାତ ମିଳାଇଛି ଭାରତର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ବୀମା କଂପାନି ଏସବିଆଇ ଲାଇଫ୍ ଇନ୍‌ସୁୃ୍ୟରାନ୍ସ । ମହାମାରୀ ଯୋଗୁଁ ସ୍କୁଲ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରିନଥିବା ବେଳେ ଏହି ଅଭିଯାନ ଜରିଆରେ ଏହି ପ୍ରକଳ୍ପରେ ରାଜ୍ୟର ୨୭ଟି ଶିକ୍ଷା କେନ୍ଦ୍ର ଜରିଆରେ ୪-୧୦ ବର୍ଷ ବୟସର ପିଲାମାନଙ୍କ ନିରନ୍ତର ଶିକ୍ଷା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏସବିଆଇ ଲାଇଫ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶସ୍ୱରୂପ ଏହି ଅଭିଯାନ ଗ୍ରହଣ କରାଯାଇଛି ।
ଶ୍ରୀଯୁକ୍ତ ଜି ଗୁରୁଦାସ, ସଭାପତି, ଜୋନ୍‌-୩, ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ, ଶ୍ରୀଯୁକ୍ତ ଅମିତ କୁମାର ଶାହ, ଆଂଚଳିକ ନିର୍ଦେଶକ, ଭୁବନେଶ୍ୱର, ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ମହେଶ କୁମାର ଶର୍ମା, ଏମ୍‌ଡି ଓ ସିଇଓ, ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ଏବାବଦ ଚେକ୍ ସ୍ୱାତୀର ସଚିବ ଇଂ ହରି ଶଙ୍କର ରାଉତଙ୍କୁ ପ୍ରଦାନ କରିଛନ୍ତି ।
ମହାମାରୀ ପ୍ରଭାବରୁ ସ୍କୁଲ ବନ୍ଦ ରହିବା ଏବଂ ପିଲାମାନଙ୍କ ପାଖରେ ସ୍ମାର୍ଟଫୋନ୍ ଓ ଇଟଂରନେଟ୍ ସଂଯୋଗ ନଥିବାରୁ ଶିକ୍ଷାଦାନ ପ୍ରଭାବିତ ହୋଇଥିଲା । ଫଳରେ ବହୁ ପିଲା ଅଧାରୁ ପାଠ ଛାଡ଼ିଛନ୍ତି ଓ ନିଜ ପରିବାରକୁ ଆର୍ଥିକ ଭାବେ ସାହାଯ୍ୟ କରିବା ଲାଗି ଯୁବାବସ୍ଥାରେ କାମ କରୁଛନ୍ତି । ଏହି ପ୍ରକଳ୍ପରେ ସେଭଳି ପିଲାମାନଙ୍କୁ ଆବଶ୍ୟକତା ପୂରଣ କରିବା ଲାଗି ସେମାନଙ୍କୁ ସହାୟତା ପ୍ରଦାନ କରାଯିବ ଏବଂ ସେମାନଙ୍କ ପଢ଼ିବା, ମୌଳିକ ସଂଖ୍ୟା ଓ ଭାଷା ଦକ୍ଷତାରେ ଉନ୍ନତି ଅଣାଯିବ ।
ପିଲାମାନଙ୍କୁ ପାଠପଢ଼ା ପ୍ରତି ଉଲ୍ଲାସପୂର୍ଣ୍ଣ ଢଙ୍ଗରେ ଆକର୍ଷିତ କରିବା ଲାଗି ଏହି ସହଯୋଗିତା ଜରିଆରେ ଅଙ୍ଗନବାଡି କେନ୍ଦ୍ର, ପ୍ରଥମିକ ସ୍କୁଲକୁ ଶିଶୁ ଅନୁକୂଳ ସ୍ଥଳରେ ପରିଣତ କରାଯିବ । ଏହା ଶିକ୍ଷା ଓ ତାହାର ଗୁରୁତ୍ୱ ପ୍ରତି ପିଲାମାନଙ୍କ ଜ୍ଞାନ, ଦକ୍ଷତା ଓ ଭାବରେ ପରିବର୍ତନ ଆଣିବା ଉପରେ ଗୁରୁତ୍ୱ ଦେବାର ସୁଯୋଗ ପ୍ରଦାନ କରିବ । ଏହି ପ୍ରକଳ୍ପ ପିଲାମାନଙ୍କ ଭିତରେ କୋଭିଡ୍ ଅନୁକୂଳ ଅଭ୍ୟାସ ଜାଗ୍ରତ କରି । ଉତ୍ସର୍ଗୀକୃତ ଶିକ୍ଷକଙ୍କ ବ୍ୟତୀତ ଏଥିରେ ସ୍ଥାନୀୟ ପିଲାମାନଙ୍କୁ ପାଠ ପଢ଼ାଇବା ଲାଗି ଉତ୍ସାହିତ କରାଯିବ ।
ସ୍ୱାତୀ ହେଉଛି ଓଡିଶାରେ କାର୍ଯ୍ୟ କରୁଥିବା ଏକ ଏନଜିଓ ଯାହା ବିଭିନ୍ନ ଜିଲ୍ଲାରେ ଗରିବଙ୍କ ମଧ୍ୟରେ ଜୀବନଜୀବିକାର ଉନ୍ନତି, ସାକ୍ଷରତା ବଢ଼ାଇବା, ମହିଳା ସଶକ୍ତୀକରଣ, ସ୍ୱାସ୍ଥ୍ୟ ଓ ପରିମଳ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *