ଏସ୍‍ବିଆଇ ଜେନେରାଲ ଇନସ୍ୟୁରାନ୍ସ ଆରମ୍ଭ କଲା ସାଇବର ଭଲ୍‍ଟଏଜବ୍ୟକ୍ତିବିଶେଷଙ୍କ ପାଇଁ ଏକ ପୂର୍ଣ୍ଣାଙ୍ଗ ସାଇବର ବୀମା କଭର୍‍

ମୁମ୍ବଇ,୬ା୭: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ପୂର୍ଣ୍ଣାଙ୍ଗ ସାଇବର ବୀମା କଭର୍‍ ଯୋଗାଇ ଦେଉଥବା ସାଇବର ଭଲ୍‍ଟଏଜ ବୀମା ଯୋଜନା ପ୍ରଚଳନ କରିଛି, ଯାହା ସାଇବର ଆପଦ ଏବଂ ଆକ୍ରମଣ କାରଣରୁ ହେଉଥିବା ଆର୍ଥିକ କ୍ଷତି ବିରୋଧରେ ସୁରକ୍ଷା ପ୍ରଦାନ କରୁଛି ।


ମହାମାରୀ ସମସ୍ତ ସେବା କ୍ଷେତ୍ରରେ ଡିଜିଟାଲ ଭିତ୍ତିଭୂମି ଲାଗୁରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇଛି । ବ୍ୟକ୍ତିବିଶେଷମାନେ ଅର୍ଥ ପୈଠ ସମେତ ଅଧିକାଂଶ ସେବା ପରିଚାଳନା ନିମନ୍ତେ ଘରେ ରହି କାର୍ଯ୍ୟକରିବା ପଦ୍ଧତି ସହିତ ବହୁବିଧ ଡିଜିଟାଲ ପଦ୍ଧତି ଆପଣେଇବାକୁ ବାଧ୍ୟ ହୋଇଥିଲେ । ଏହା ଏକ ସ୍ୱାଗତଯୋଗ୍ୟ ଘଟଣାକ୍ରମ ହୋଇଥିବାବେଳେ ବ୍ୟାପକ ଡିଜିଟାଇଜେସନ ଏବଂ ଇଣ୍ଟରନେଟ ବ୍ୟବହାରିତା ବୃଦ୍ଧି ଦ୍ୱାରା ସାଇବର ଆକ୍ରମଣ ଆଶଙ୍କା ମଧ୍ୟ ବୃଦ୍ଧିପାଉଛି ।

ସିଇଆରଟି-ଆଇନ୍‍ ଅନୁଯାୟୀ ସାଇବର ସୁରକ୍ଷା ଘଟଣା ୨୦୧୮ରେ ୨.୦୮ ଲକ୍ଷ ଟଙ୍କା ଥିବାବେଳେ ୨୦୨୧ରେ ତାହା ୧୪.୦୨ ଲକ୍ଷ ଟଙ୍କାକୁ ବୃଦ୍ଧିପାଇଥିଲା ଏବଂ ଇତିମଧ୍ୟରେ ସାଇବର ଅପରାଧ, ଏଟିଏମ୍‍/ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଇଣ୍ଟରନେଟ ବ୍ୟାଙ୍କିଙ୍ଗରେ ଜାଲିଆତି କାରଣରୁ ୨୦୨୦-୨୧ରେ ପ୍ରାୟ ୬୩.୪ କୋଟି ଟଙ୍କା କ୍ଷତି ଘଟିଥିବା ବିଭିନ୍ନ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି ।


ସାଇବର ଅପରାଧ ଯୋଗୁ ବ୍ୟକ୍ତିବିଶେଷ ସମ୍ମୁଖୀନ ହେଉଥିବା ବର୍ଦ୍ଧିତ ଆପଦ ଏବଂ ଖ୍ୟାତିରେ ଆଞ୍ଚ ଆସିବା ଭଳି ପରିସ୍ଥିତି, କ୍ରେଡିଟ କାର୍ଡ, ଡେବିଟ କାର୍ଡ କାରବାରରେ ଜାଲିଆତି, ବ୍ୟକ୍ତିଗତ ସୂଚନା ଚୋରି ଆଦିର ସମାଧାନ ସକାଶେ ଏସ୍‍ବିଆଇ ଜେନେରାଲ ପକ୍ଷରୁ ଏସବିଆଇ ଜେନେରାଲ ସାଇବର ଭଲ୍‍ଟଏଜ ଡିଜାଇନ କରାଯାଇଛି ଯାହା ବହୁବିଧ ଫାଇଦା ପ୍ରଦାନ କରିବା ସହିତ ବ୍ୟକ୍ତିବିଶେଷଙ୍କୁ ସାଇବର ଆପଦ ବିରୋଧରେ ସୁରକ୍ଷା ପ୍ରଦାନ କରୁଛି ଏବଂ ସେମାନଙ୍କୁ ଇଣ୍ଟରନେଟରେ କାର୍ଯ୍ୟ କରିବା ଅଥବା ଡିଜିଟାଲ ଦେଣନେଣ କରିବା ସମୟରେ ଏହିଭଳି ଘଟଣା ବିରୋଧରେ ସୁରକ୍ଷିତ ରଖିବାକୁ ସୁଯୋଗ ପ୍ରଦାନ କରୁଛି ।

ଅଣସ୍ୱୀକୃତ ଇ-କାରବାର, ପରିଚୟ ଚୋରି କାରଣରୁ ବେତନ ହରାଇବା, ସାମାଜିକ ଗଣମାଧ୍ୟମରେ ତାତ୍ସଲ୍ୟ କରିବା, ବଦମାସି କରିବା ଏବଂ ସେମାନଙ୍କର ପିଛା କରିବା ସମେତ ଅନ୍‍ଲାଇନରେ ଖ୍ୟାତିରେ ଆଞ୍ଚ ଆଣିବା ଭଳି ବିଷୟକୁ ମଧ୍ୟ ଏହା କଭର୍‍ କରୁଛି । ଆନନ୍ଦ ପେଜାୱାର, ଡେପୁଟି ମ୍ୟାନେଜିଂ ଡାଇରେକ୍ଟର, ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ କହିଛନ୍ତି, “ଇଣ୍ଟରନେଟ ଆମ ଜୀବନକୁ ସହଜ କରିଦେଇଥିବାବେଳେ ଏହା ମଧ୍ୟ ଏଭଳି ଏକ ବିଶ୍ୱ ସୃଷ୍ଟିକରିଛି ଯାହା ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି, ଯାହା ପୂର୍ବରୁ କେବେ ଦେଖାଯାଇନଥିଲା ।

ଡିଜିଟାଲ ରୂପାନ୍ତରଣ କେନ୍ଦ୍ରୀୟ ସ୍ଥାନ ନେଉଥିବାବେଳେ ବ୍ୟକ୍ତିବିଶେଷ ନୂଆ ଯୁଗର ଆପଦ ଅଧିକରୁ ଅଧିକ ସମ୍ମୁଖୀନ ହେବା ଆଶଙ୍କା ବୃଦ୍ଧିପାଉଛି । ଏସବିଆଇ ଜେନେରାଲରେ ଆମେ ଆବଶ୍ୟକତା ଭିତ୍ତିକ ଉତ୍ପାଦ ଡିଜାଇନ ନିମନ୍ତେ ପ୍ରୟାସ କରୁଛୁ ଯାହା ଗ୍ରାହକମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇପାରିବ । ଏସବିଆଇଜେନେରାଲସାଇବର ଭଲ୍‍ଟଏଜ ଜରିଆରେ ଆମେ ଏକ ପୂର୍ଣ୍ଣାଙ୍ଗ ଏବଂ ସୁଲଭ ଉତ୍ପାଦ ଜରିଆରେ ଇଣ୍ଟରନେଟ ଭିତ୍ତିକ ଆପଦ/ସାଇବର ଆପଦ କାରଣରୁ ହେଉଥିବା ଆର୍ଥିକ କ୍ଷତିକୁ ସର୍ବନିମ୍ନ ସ୍ତରକୁ ଆଣି ବ୍ୟକ୍ତିବିଶେଷଙ୍କୁ ସୁରକ୍ଷିତ ରଖିବା ଲକ୍ଷ୍ୟ ରଖିଛୁ । ଆମେ ଆମର ଗ୍ରାହକଙ୍କ ପାଇଁ ମୂଲ୍ୟ ଯୋଗ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ଆପଦରୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷା ପ୍ରଦାନ ସକାଶେ ଆମର ଉତ୍ପାଦରେ ସମ୍ପ୍ରସାରଣ ଜାରି ରଖିବୁ ।”


ଏସବିଆଇଜେନେରାଲସାଇବର ଭଲ୍‍ଟଏଜ ମଧ୍ୟ କୌଣସି ତୃତୀୟ ପକ୍ଷଙ୍କ ବିରୋଧ ଆଇନଗତ ପଦକ୍ଷେପକୁ ପ୍ରତିରୋଧ କରୁଥିବା ଅଥବା ସେହିଭଳି ପଦକ୍ଷେପ ନେବା ନିମନ୍ତେ ହେଉଥିବା ଆଇନଗତ ଖର୍ଚ୍ଚ ପ୍ରତି ମଧ୍ୟ ଦୃଷ୍ଟିଦେଉଛି ଏବଂ ଯେକୌଣସି ଆଇଟି ବିଶେଷଜ୍ଞଙ୍କ ସେବାକୁ ଉପଯୋଗ କରି ତଥ୍ୟ ପୁନଃବାହାଲ କରିବା ନିମନ୍ତେ ହେଉଥିବା ବ୍ୟକ୍ତିବିଶେଷଙ୍କ ଖର୍ଚ୍ଚ ମଧ୍ୟ ଭରଣା କରୁଛି । ବ୍ୟକ୍ତିବିଶେଷଙ୍କ ମାନସିକ କଲ୍ୟାଣ ସୁନିଶ୍ଚିତ କରିବାକୁ ସାଇବର ଭଲ୍‍ଟଏଜ ଏହିଭଳି ଘଟଣା କ୍ଷେତ୍ରରେ ମନସ୍ତତ୍ୱବିଦ୍‍ଙ୍କ ସହିତ ମାନସିକ ବିଷାଦ ଅଥବା ଚାପ ସମ୍ପର୍କରେ ପରାମର୍ଶ କରିବା ବାବଦ ଖର୍ଚ୍ଚ ମଧ୍ୟ କଭର୍‍ କରୁଛି ।
ପଲିସୀ ସମ୍ପର୍କିତ ଅଧିକ ବିସ୍ତୃତ ସୂଚନା ପାଇଁ ଗ୍ରାହକମାନେ visit: www.sbigeneral.in କୁ ଯାଇପାରିବେ ଅଥବା ଏସବିଆଇ ଜେନେରାଲ ମୋବାଇଲ ଆପ୍‍ ଡାଉନଲୋଡ କରି ସେଥିରୁ ସୂଚନା ପାଇପାରିବେ ।

Leave a Reply

Your email address will not be published. Required fields are marked *