SBI ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢ଼ିଲା 

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (SBI)ର ଚେୟାରମ୍ୟାନ ଦିନେଶ ଖାରାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ରଏଟର୍ସର ରିପୋର୍ଟ ଅନୁଯାୟୀ, ଦିନେଶ ଖାରା ଆସନ୍ତା ବର୍ଷ ପର୍ଯ୍ୟନ୍ତ ପଦବୀ ସମ୍ଭାଳିବେ। ଆସନ୍ତା ବର୍ଷ ତାଙ୍କୁ ୬୩ ବର୍ଷ ମଧ୍ୟ ହେଉଛି।

ତେବେ ଅବଧି ବୃଦ୍ଧି ସମ୍ବନ୍ଧରେ ଖୁବଶୀଘ୍ର ଆଦେଶ ଜାରି କରାଯାଇପାରେ।ସୂଚନାଥାଉକି, ବର୍ତ୍ତମାନର ନିୟମ ଅନୁଯାୟୀ ଏସବିଆଇ ଚେୟାରମ୍ୟାନ୍‌ଙ୍କୁ ୬୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ଦିଆଯାଇଥାଏ। କିନ୍ତୁ ଖାରା ଆସନ୍ତା ବର୍ଷ ଅଗଷ୍ଟ ବେଳକୁ ଏହି ବୟସରେ ପହଞ୍ଚିଯିବେ। ଖାରା ୨୦୨୦ ଅକ୍ଟୋବର ୭ରେ ତିନି ବର୍ଷ ପାଇଁ ଏସବିଆଇର ଚେୟାରମ୍ୟାନ୍‌ ଭାବରେ ନିଯୁକ୍ତ ହୋଇଥିଲେ। ମହାମାରୀ ସମୟରେ ସେ, ଯୋଗଦେଇ ନିଜ ଦାୟିତ୍ବ ଉଚିତ୍‌ ଭାବରେ ନିଭାଇଥିଲେ। ସେହିଭଳି ନିକଟ ଅତୀତରେ ଓପି ଭଟ୍ଟ ଏବଂ ଅରୁନ୍ଧତି ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଚାରିରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, ଯେତେବେଳେକି ଖାରାଙ୍କ ପୂର୍ବରୁ ରାଜନୀଶ କୁମାରଙ୍କ ଏସବିଆଇ ଅଧ୍ୟକ୍ଷ ଭାବ‌ରେ କାର୍ଯ୍ୟକାଳ ତିନି ବର୍ଷ ହିଁ ରହିଥିଲା।

Leave a Reply

Your email address will not be published. Required fields are marked *