ଭାରତୀୟ ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ ଦ୍ଵାରା 44ତମ ପ୍ରତିଷ୍ଠା ଦିବସ ପାଳିତ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘର 44 ତମ ପ୍ରତିଷ୍ଠା ଦିବସ ତା 19/08/2022 ଦିନ ଭୁବନେଶ୍ବର ମଣ୍ଡଳ ସଂଘ କାର୍ଯ୍ଯାଳୟରେ ପାଳିତ ହୋଇଯାଇଛି । ସଂଘର ପ୍ରତିଷ୍ଠାତା ଶ୍ରୀ ଏନ ଏନ ଦାସ ଓ ଶ୍ରୀ ପି ଭି ଏସ ମୂର୍ତ୍ତିଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିଷ୍ଠା ଉତ୍ସବ ଆରମ୍ଭ କରାଯାଇଥିଲା । ଏହି ଅବସରରେ ସଂଘ ତରଫରୁ ଭୁବନେଶ୍ବର , ବ୍ରହ୍ମପୁର, ବାଲେଶ୍ଵର ଓ ସମ୍ବଲପୁର ଠାରେ ବିଭିନ୍ନ CSR କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ବର ସହାୟତାରେ ଅଧିକାରୀ ସଂଘ ଦ୍ଵାରା ଏକ ରକ୍ତ ଦାନ ଶିବିର ଷ୍ଟେଟ ବ୍ୟାଙ୍କର ସ୍ଥାନୀୟ ପ୍ରଧାନ କାର୍ଯାଲୟ ଠାରେ ଆୟୋଜିତ ହୋଇଥିଲା । ଏହାକୁ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଉଦଘାଟନ କରିଥିଲେ ।

ଏହି ଅବସରରେ ନେଟୱର୍କ -I ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ , ନେଟୱର୍କ -II ମହାପ୍ରବନ୍ଧକ ଉତ୍ତମ କୁମାର ହାଜରା ଚୌଧୁରୀ , ମଣ୍ଡଲ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ, ଭୁବନେଶ୍ବର ଅଧିକାରୀ ସଂଘର ସଭାପତି ଶ୍ରୀ ଅମିତାଭ ଦାସ ଓ ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶୋୟୀ , ସଂଘର ପୂର୍ବତନ ନେତୃବୃନ୍ଦ ଓ ବହୁ ଅଧିକାରୀ ଉତ୍ସାହ ସହକାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ 70 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଭୁବନେଶ୍ବର ମଣ୍ଡଳ ଅଧିକାରୀ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ପୂର୍ଣ ସହଯୋଗ କରିଥିଲେ । ଶେଷରେ ଅଧିକାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିଶୋୟୀ , ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ ତରଫରୁ ସମସ୍ତ ରକ୍ତଦାତା ଓ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଓ ଷ୍ଟାଫମାନଙ୍କୁ ସହୃଦୟ ଧନ୍ୟବାଦ ଅର୍ପଣ କରିଥିଲେ ।