ସାତକଡ଼ି ହୋତାଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶୋକ

ବ୍ରହ୍ମପୁର,୧୨/୨ : ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ୯୫ ବର୍ଷରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ରବିିବାର ଅପରାହ୍ନରେ ନବୀନ ଭବନ ପରିସରରେ ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ରବି ରଥଙ୍କ ଅ ।ବାହକତ୍ୱରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ଡ. ଡମ୍ୱରୁଧର ସାହୁ, ସମାଜସେବୀ ରାମକୃଷ୍ଣ ପାତ୍ର, ଅ ।ସିକା ବିଜେଡି ନେତା ବଂଶୀଧର ନାହାକ, ନବୀନର ପ୍ରକାଶିକା ମଞ୍ଜୁ ରଥ, ସମ୍ପାଦକ ସୁଶାନ୍ତ କୁମାର କର, ଇଂ.ମାନସ ରଞ୍ଜନ ତ୍ରିପାଠୀ, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ, ଶିକ୍ଷାବିତ୍‌? ରଂଜନ କୁମାର ସାହୁ ପ୍ରମୁଖ ଯୋଗଦେଇ ଦିବଂଗତ ହୋତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଅ ।ଲୋଚନା କରିଥିଲେ । ସ୍ୱର୍ଗତ ହୋତା ଭାରତୀୟ ରେଳ ସେବାରୁ ଅବସର ନେଇଥିଲେ । ଦୈନିକ ଖବରକାଗଜ \”ସମୟ\’ର ମଧ୍ୟ ସେ ସଂପାଦକ ଥିଲେ । ୧୯୨୯ ମସିହାରେ ମୟୂରଭଞ୍ଜର ଜଗନ୍ନାଥଖୁଣ୍ଟାରେ ସାତକଡ଼ି ହୋତା ଜନ୍ମଗ୍ରହଣ କରିଥିଲେ । ଶତାଧିକ ପୁସ୍ତକର ସେ ରଚୟିତା ଥିଲେ । ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା । କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଅ ।ରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *