ସମୂହ ୧୪ ଦଫା ଦାବି ହାସଲ ପାଇଁ ସମନ୍ୱୟ ସମିତିର କର୍ମଚାରୀ ସମାବେଶ

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍) : କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟର ସବୁ ବର୍ଗର କର୍ମଚାରୀ ମାନଙ୍କର ବିଧାନସଭା ସମ୍ମୁଖରେ ଏକ ବିଶାଳ କର୍ମଚାରୀ ସମାବେଶ ହୋଇଯାଇଛି । ରାଜ୍ୟ ସରକାର କର୍ମଚାରୀମାନଙ୍କ ସମସ୍ୟା ଉପରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ଆଲୋଚନା କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ । ଏହାର ପ୍ରତିବାଦରେ ରାଜ୍ୟର ସବୁ ବର୍ଗର କର୍ମଚାରୀଙ୍କ ମୌଳିକ ସମସ୍ୟା ଯଥା- ନୂଆ ପେନ୍ସନ୍ ବାତିଲ୍ କରି ପୁରୁଣା ପେନ୍ସନ୍ ଦେବା ଐ ଠିକା, ଆଉଟ୍ସୋର୍ସିଂ, ସମସ୍ତ ବର୍ଗର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଐ ୨୦୧୬ରୁ କେନ୍ଦ୍ର ଅନୁରୂପ ଘରଭଡ଼ା ବୃଦ୍ଧି କରିବା ଐଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ଥିବା କଟକଣାକୁ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଐ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ଐ ଖାଲିଥିବା ସମସ୍ତ ପଦବୀ ପୂରଣ କରିବା ଐ ସମସ୍ତ କର୍ମଚାରୀଙ୍କୁ ୧୦ଲକ୍ଷ ଟଙ୍କାର ହେଲ୍ଥ୍ ଇନ୍ସୁରାନ୍ସ ପ୍ରଦାନ କରିବା ଐ କ୍ୱାଲିଫାଇଙ୍ଗ ସର୍ଭିସ୍ ୨୫ ବର୍ଷ ପରିବର୍ତ୍ତେ ୨୦ ବର୍ଷ କରିବା ଐ ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଲାମାନଙ୍କର ପୁନର୍ଗଠିତ ସଂଶୋଧିତ ପଦବୀ ଓ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ବୃଦ୍ଧି (ଗ୍ରେଡ୍ ପେ’-୪୨୦୦), ୨୦୧୯ ରୁଲ୍ ସମସ୍ତ ବିଭାଗରେ କାର୍ଯ୍ୟକାରି କରିବା ଐ ନର୍ସିଂ ଅଫିସର / ପାରା ମେଡିକାଲ୍ କର୍ମଚାରୀମାନଙ୍କୁ ଅନ୍ୟ କର୍ମଚାରୀ ଭଳି ସରକାରୀ ଛୁଟି ପ୍ରଦାନ କରିବା ଐ ଗ୍ରୁପ୍ ‘ଡି’ କର୍ମଚାରୀଙ୍କ ଅବସରକାଳୀନ ବୟସ ସୀମା ୬୨ବର୍ଷକୁ ବୃଦ୍ଧି କରିବା ଐ ଅଣଗେଜେଟେଡ୍ ବୈଷୟିକ କର୍ମଚାରୀଙ୍କ ପଦୋନ୍ନତି ଓ ଦରମାରେ ଥିବା ଅସଂଗତିକୁ ଦୂର କରିବା ଐ ଲେଡି ମେଟ୍ରୋନ୍ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ଐ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଅମିନମାନଙ୍କ ଦରମା ବୃଦ୍ଧି କରିବା ଆଦି ଦାବି ଗୁଡ଼ିକର ବିଚାର କରିବା ପାଇଁ ସମାବେଶରେ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ ଆଲୋକପାତ କରିଥିଲେ । ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଗ୍ରେଡ୍ ପେ ଟ.୪୨୦୦/-ଙ୍କା କୁ ବୃଦ୍ଧି କରିବା, ଜଳ ଯୋଗାଣ କର୍ମଚାରୀମାନଙ୍କର ସ୍ଥାୟୀ କରିବା ସହିତ ପୁରୁଣା ପେନ୍ସନ୍ ଦେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସମନ୍ୱୟ ସମିତିର ସମ୍ପାଦକ ତଥା ଅଖିଳ ଭାରତ ରାଜ୍ୟ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ କାହ୍ନୁଚରଣ ମଲ୍ଲିକ ରାଜ୍ୟରେ ଫିଲଡ୍ କର୍ମଚାରୀ ଓ ବୈଷୟିକ କର୍ମଚାରୀମାନଙ୍କର ଦରମାରେ ଥିବା ଅସଂଗତି ଦୂର କରିବା ପାଇଁ ଦାବି କରିଥିଲେ । ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଶ୍ରୀ ଅରୁଣ କୁମାର ବଳିୟାରସିଂହ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଗୁଡ଼ିକରେ ଖାଲି ଥିବା ପଦବୀ ପୂରଣ ପାଇଁ ବକ୍ତବ୍ୟ ରଖିଥିଲେ । ଅଖିଳ ଭାରତ ଜାତୀୟ କାର୍ଯ୍ୟକାରି କମିଟି ସଭ୍ୟା ନର୍ସିଂ ଅଧିକାରୀଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ନର୍ସିଂ କର୍ମଚାରୀ ଓ ପାରା ମେଡିକାଲ୍ କର୍ମଚାରୀ ମାନଙ୍କର ଅନ୍ୟ କର୍ମଚାରୀଙ୍କ ପରି ଛୁଟି ଦେବାପାଇଁ ଦାବି କରିଥିଲେ । ସମନ୍ୱୟ ସମିତିର ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର, ପୂର୍ବତନ ସମ୍ପାଦକ କ୍ଷେତ୍ରମୋହନ ଦାସ, ଲେଡି ମେଟ୍ରୋନ୍ ସଂଘର ସଭାପତି ଝରଣା ମହାନ୍ତ, ସମ୍ପାଦକ ଦୀପାରାଣୀ ମହାନ୍ତ, ନାଗିଆ ଓରାମ, ପୁଷ୍ପଲତା ମହାନ୍ତ, ସମନ୍ୱୟ ସମିତିର ଉପସଭାପତି ଅଶିଳ କୁମାର ବ୍ରହ୍ମ, ଅଶୋକ କୁମାର ମୁଦୁଲି, ଝିଲି ମହାନ୍ତ, ମିନାକ୍ଷୀ ମହାନ୍ତି, ମନୋଜ ମଲ୍ଲିକ, ସରୋଜ ନାୟକ, ପୂର୍ବତନ ସମ୍ପାଦକ ନରୋତ୍ତମ ପାର୍ଥସାରଥି, କେନ୍ଦୁଝର ଜିଲ୍ଲା ସମ୍ପାଦକ ପବିତ୍ର ପାତ୍ର, ଚନ୍ଦନ କୁମାର ପରିଡ଼ା ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଭିନ୍ନ ସଂଗଠନର ନେତୃତ୍ୱମାନେ ଉଦ୍ବୋଧନ ଦେଇଥିଲେ ।