ଥମ୍‍ସ ଅପ୍‍ ସହିତ ଶାହରୁଖ ଖାଁଙ୍କ ତୁଫାନି ସହଭାଗିତା ପ୍ରଶଂକଙ୍କୁ ଉଲ୍ଲସିତ କରୁଛି

ନୂଆଦିଲ୍ଲୀ,୨୨ା୨: ନିଜର ସାହସୀ ଏବଂ ଦୁଃସାହସିକ ମନୋଭାବ ପାଇଁ ସୁପରିଚିତ କୋକା-କୋଲା ଇଣ୍ଡିଆର ସ୍ୱଦେଶୀ
ବ୍ରାଣ୍ଡ୍‍ ଥମ୍‍ସ ଅପ୍‍ #ଥମ୍‍ସ ଅପ୍‍ ଷ୍ଟ୍ରଙ୍ଗ ପ୍ଲାଟଫର୍ମ ଉପସ୍ଥାପନ କରିବାକୁ ଭାରତର ପ୍ରିୟ ‘ହିରୋ’- ଶାହରୁଖ ଖାଁଙ୍କ ସହିତ
ସହଭାଗିତା କରିଛି । ଅଗ୍ଲିଭି ଦ୍ୱାରା ପରିକଳ୍ପିତ ଏହି ପ୍ରଚାର ଅଭିଯାନ ଦୁଇ ପ୍ରତିଷ୍ଠିତ ଭାରତୀୟ ନାମ ଏକତ୍ର ହେବା


ଅବସରକୁ ପାଳନ କରୁଛି- ଯନ୍ମଧ୍ୟରେ ଦେଶରେ ସର୍ବବୃହତ କାର୍ବୋନେଟେଡ ମୃଦୁପାନୀୟ ଥମ୍‍ସ ଅପ୍‍ ଏବଂ ବଲିଉଡର
ବାଦ୍‍ଶାହା ଶାହରୁଖ ଖାଁ ରହିଛନ୍ତି । ବହୁ ବର୍ଷ ପରେ ଶାହରୁଖ ଖାଁଙ୍କୁ ତାଙ୍କର ଅନୁକରଣୀୟ ଆକ୍ସନ-ହିରୋ ଅବତାରରେ
ଦେଖିବାକୁ ମିଳୁଛି, ଯିଏ ଟ୍ରେନ ଉପରେ ହୃଦ୍‍ସ୍ପନ୍ଦନ ବନ୍ଦ ହୋଇଯିବା ଭଳି ଷ୍ଟଣ୍ଟ୍‍ କରୁଛନ୍ତି ଏବଂ ଏହା ପ୍ରଶଂସକଙ୍କ ପାଇଁ
ନିରୋଳା ଆନନ୍ଦ ପ୍ରଦାନ କରୁଛି ।


ଏକ ବିଲିଅନ ଡଲାର ବ୍ରାଣ୍ଡ୍‍ ହେବାର ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ ଅବସରକୁ ପାଳନ କରିବା ପାଇଁ ଥମ୍‍ସ ଅପ୍‍ ଏହି
ନୂଆ ପ୍ରଚାର ଅଭିଯାନ ଶୁଭାରମ୍ଭ କରିଛି ଯାହା ଏହାର ଆରମ୍ଭ ଦିନରୁ ପାନକାରୀଙ୍କ ଦ୍ୱାରା ଆଦୃତ ହୋଇଆସୁଥିବା ଅନନ୍ୟ
କଡା ସ୍ୱାଦ ଆଧାରରେ ପ୍ରସ୍ତୁତ କରାଯାଇଛି । ଥମ୍‍ସ ଅପ୍‍ର ଅଲିମ୍ପିକ କ୍ରୀଡା, ପାରାଲିମ୍ପିକ କ୍ରୀଡା ଓ କ୍ରିକେଟ ସହିତ ଘନିଷ୍ଠ
ସହଭାଗିତା ରହିଛି ଏବଂ ନିଜର ସ୍ୱପ୍ନକୁ ସାକାର କରିବା ତଥା ସେମାନଙ୍କ ଜୀବନରେ ଆସୁଥିବା ସମସ୍ତ ପ୍ରତିକୂଳ
ପରିସ୍ଥିତିକୁ ସାମ୍‍ନା କରିବାକୁ ଦୃଢ ଏକାଗ୍ରତାର ସହିତ ଆଗକୁ ବଢୁଥିବା ବାସ୍ତବ ବୀରମାନଙ୍କର ଉତ୍ସାହକୁ ସମ୍ମାନ
ଜଣାଉଛି । କିଙ୍ଗ ଖାଁଙ୍କ ସହିତ ସମ୍ମିଳିତ ହୋଇ ବ୍ରାଣ୍ଡ୍‍ ଏହି ମୂଳ ମୂଲ୍ୟବୋଧକୁ ବହୁଗୁଣିତ କରୁଛି ଏବଂ ବିଜ୍ଞାପନ

ଚଳଚ୍ଚିତ୍ରରେ ଏସ୍‍ଆରକେଙ୍କୁ ଉଭୟ ରିଲ୍‍ ଏବଂ ବାସ୍ତବ ଜୀବନ ହିରୋ ଭାବରେ ନେଇଛି ଯିଏ ଆକ୍ସନରେ ଭରପୂର
କାହାଣୀକୁ ଚଳଚ୍ଚିତ୍ର ଶୈଳୀରେ ଉପସ୍ଥାପନ କରୁଛନ୍ତି ।
ଏହି ନୂଆ ପ୍ରଚାର ଅଭିଯାନ ସମ୍ପର୍କରେ ମତଦେଇ କୋକା-କୋଲା ଇଣ୍ଡିଆ ଓ ଦକ୍ଷିଣପଶ୍ଚିମ ଏସିଆର ଇଣ୍ଟିଗ୍ରେଟେଡ
ମାର୍କେଟିଂ ଏକ୍ସପେରିଏନ୍ସ (ଆଇଏମଏକ୍ସ) ହେଡ୍‍ ସୁମେଲି ଚାଟାର୍ଜୀ କହିଛନ୍ତି, “ଥମ୍‍ସ ଅପ୍‍ ଏକ ୪୫ ବର୍ଷର ଯୁବ ବ୍ରାଣ୍ଡ୍‍
ଯାହା କୋଟି କୋଟି ଜନସାଧାରଣଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ପ୍ରତିବଦ୍ଧ ରହିବାକୁ ସର୍ବଦା ପ୍ରେରଣା
ଦେଇଆସୁଛି । ଗତବର୍ଷ ଆମେ ଯେତେବେଳେ ୰ ପଲଟ୍‍ ଦେ ଶୁଭାରମ୍ଭ କରିଥିଲୁ ସେତେବେଳେ ଥମ୍‍ସ ଅପ୍‍ର ମୁହଁ
ତଳକୁ ରହିବା #ପଲଟ୍‍ ଦେ ଭାବଧାରାର ଏକ ପ୍ରତୀକ ପାଲଟିଗଲା- ଯାହା ଆପଣଙ୍କ ସାମର୍ଥ୍ୟକୁ ନେଇ ସନ୍ଦେହ
କରୁଥିବା ନକରାତ୍ମକ ମନୋଭାବଧାରୀଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା । ଏହି ପ୍ଲାଟଫର୍ମରେ ଆଗକୁ ବଢି ଆମେ #ଥମ୍‍ସ ଅପ୍‍
ଷ୍ଟ୍ରଙ୍ଗ ସ୍ପିରିଟର କଥା କହିବାକୁ ଶ୍ରୀ ଶାହରୁଖ ଖାଁଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଉଲ୍ଲସିତ ଅଛୁ । ବ୍ରାଣ୍ଡ୍‍ର
କଡା ଅନନ୍ୟ ସ୍ୱାଦ ସ୍ୱାଭାବିକ ଭାବରେ ଉକ୍ତ ସାମର୍ଥ୍ୟରେ ଏକ ଭାବପ୍ରବଣତା ଆକାରରେ ସନ୍ନିବେଶିତ ହୋଇଛି, ଯାହା
ପାନକାରୀଙ୍କୁ ଦୃଢ ରହିବା ଏବଂ ସେମାନଙ୍କ ସ୍ୱପ୍ନରେ ବିଶ୍ୱାସ ରଖିବାକୁ ନିବେଦନ କରୁଛି ।”


ଥମ୍‍ସ ଅପ୍‍ ବାସ୍ତବରେ ସମୟ ସହିତ ତାଳଦେଇ ଭାରତର ଅନ୍ୟତମ ମଜଭୁତ ଏବଂ ସର୍ବାଧିକ ଆଦୃତ ପାନୀୟ ଭାବେ
ଉଭା ହୋଇଛି । ଏହାର କଡା ସ୍ୱାଦ ସହିତ ସାମାନ୍ୟ ସୋଡାର ମିଶ୍ରଣ ଅନେକ ସମୟରେ ପାନକାରୀଙ୍କର ଦୁଃସାହସିକ
ବ୍ୟକ୍ତିତ୍ୱର ଉତ୍ସାହ ଏବଂ ସାମର୍ଥ୍ୟର ପରିଭାଷା ହୋଇଛି । ଏହି ନୂଆ ପ୍ରଚାର ଅଭିଯାନରେ ଶାହରୁଖ ଖାଁ ଦର୍ଶକମାନଙ୍କୁ
ସେମାନଙ୍କର ସ୍ୱପ୍ନକୁ ନେଇ ଦୃଢ ଏବଂ ଅଟଳ ରହିବାକୁ ପ୍ରବର୍ତ୍ତାଉଥିବାବେଳେ ଭରସା ଦେଉଛନ୍ତି ଯେ ଏହା ‘ସଫ୍ଟ ଡ୍ରିଙ୍କ
ନେହିଁ, ତୁଫାନ’ । ଶାହରୁଖ ଖାଁ # ପଲଟ୍‍ ଦେର ବୋତଲ ମୁହଁ ତଳକୁ କରିବା ଆକ୍ସନର ପୁନରାବୃତ୍ତି କରୁଛନ୍ତି, ଯାହା
ନକରାତ୍ମକ ମନୋଭାବଧାରୀଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଥମ୍‍ସ ଅପ୍‍ର ସାମ୍ପ୍ରତିକ ସିଗ୍‍ନେଚର ଷ୍ଟାଇଲ ହୋଇଛି । ବିଜ୍ଞାପନ
ଚଳଚ୍ଚିତ୍ର ସହିତ
ନୂତନ ଥମ୍‍ସ ଅପ୍‍ ପ୍ରଚାର ଅଭିଯାନର ନୂଆ ଚେହେରା ଶାହରୁଖ ଖାଁ କହିଛନ୍ତି, “ଭାରତର ସର୍ବାଧିକ ପରିଚିତ ଓ
ପ୍ରତିଷ୍ଠିତ ବ୍ରାଣ୍ଡ୍‍କୁ ପ୍ରତିନିଧିତ୍ୱ କରିବା ନେଇ ମୁଁ ଅତ୍ୟନ୍ତ ଉଲ୍ଲସିତ, କାରଣ ଜୀବନରେ ଆମ ସାମନାକୁ ଯେତେ ଚାଲେଞ୍ଜ
ଆସିଲେ ମଧ୍ୟ ଆମେ କେବେହେଲେ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ନହେବାକୁ ମୋର ଦୃଷ୍ଟିକୋଣ ସହିତ ଏହା ସଠିକ
ମେଳ ଖାଉଛି । ଏହା ସେହିଭଳି ଏକ ମନୋଭାବ ଯାହା ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଆମ ନିଜସ୍ୱ କ୍ଷେତ୍ରରେ ହିରୋ
ଭାବରେ ରୂପାନ୍ତରିତ କରିଥାଏ । ଏହି ପ୍ରଚାର ଅଭିଯାନ ବାସ୍ତବିକ ମୋ ପାଇଁ ସ୍ୱତନ୍ତ୍ର ହୋଇଛି, କାରଣ ଏହା ମୋତେ
କେତେକ ପ୍ରକୃତରେ କୁଲ୍‍ ଷ୍ଟଣ୍ଟ୍‍ ଏବଂ ଆକ୍ସନ ଦୃଶ୍ୟ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଛି, ଯାହାକୁ ମୁଁ ଖୁବ୍‍ ଉପଭୋଗ
କରିଛି ।”
ହୃଦୟକୁ ସ୍ପର୍ଶ କରିବା ଭଳି ଏହି ପ୍ରଚାର ଅଭିଯାନ ଟିଭି, ସାମାଜିକ ଗଣମାଧ୍ୟମ, ଡିଜିଟାଲ, ସପର୍‍ ଏବଂ ଓଓଏଚ୍‍ ଆଦି
ସମନ୍ୱିତ ବ୍ୟବସ୍ଥା ଜରିଆରେ ଦର୍ଶକଙ୍କ ସମ୍ମୁଖକୁ ସିଧା ପ୍ରସାରିତ ହେବ ।
ଅଗ୍ଲିଭି ଇଣ୍ଡିଆ (ନର୍ଥ)ର ଚିଫ୍‍ କ୍ରିଏଟିଭ ଅଫିସର ରିତୁ ଶାରଦା କହିଛନ୍ତି, “ଥମ୍‍ସ ଅପ୍‍ ଏକ ମୃଦୁପାନୀୟ ନୁହେଁ, ଏହା
ଏକ ତୁଫାନ । ଥମ୍‍ସ ଅପ୍‍ ମୃଦୁପାନୀୟ ବର୍ଗରୁ ଏହାର ନିଜସ୍ୱ ଏକ ବର୍ଗକୁ ଗତିଶୀଳ ହେଉଥିବାବେଳେ ଏହି ଚଳନ
ସମ୍ପର୍କରେ ସମସ୍ତଙ୍କୁ କହିବାକୁ ଆମେ ସର୍ବବୃହତ ତୁଫାନ୍‍ ସହିତ ସହଭାଗିତା କରିଛୁ । ଦେଖିବାଭଳି ତୁଫାନି ଷ୍ଟଣ୍ଟ୍‍ ଏବଂ

ଶିହରଣକାରୀ ଦୃଶ୍ୟକୁ ଏସଆର୍‍କେ ଏକ ଟ୍ରେନରେ ସମସ୍ତଙ୍କ ସମ୍ମୁଖକୁ ଆଣୁଛନ୍ତି, ଯାହା ପୂର୍ବରୁ କେବେ ଦେଖିବାକୁ
ମିଳିନଥିଲା ।”
ଅଗ୍ଲିଭି ଇଣ୍ଡିଆର ଚିଫ୍‍ କ୍ରିଏଟିଭ ଅଫିସର ସୁକେଶ ନାୟକ କହିଛନ୍ତି, “ବଲିଉଡ ବାଦ୍‍ଶାହା ଯେତେବେଳେ ଥମସ ଅପ୍‍
କୁହାଯାଉଥିବା ‘ସଫ୍ଟ ଡ୍ରିଙ୍କ ନେହି, ତୁଫାନ’ ସହିତ ହାତ ମିଳାନ୍ତି ସେତେବେଳେ ଏକ ତୁଫାନ ଅଧିକ ଘନୀଭୂତ ହୁଏ ।
ଏହି ବ୍ରାଣ୍ଡ୍‍କୁ ପୁନଃ ଉପସ୍ଥାପିତ କରିବାକୁ ଏହି ଚମତ୍କାର ଯାତ୍ରାପଥରେ ଏସଆର୍‍କେଙ୍କୁ ଆମ ସହଯୋଗୀ ଭାବରେ ପାଇ
ଆମେ ଅତ୍ୟନ୍ତ ରୋମାଞ୍ଚିତ ଅନୁଭବ କରୁଛୁ ।”

Leave a Reply

Your email address will not be published. Required fields are marked *