ୟୁକ୍ରେନ ପାଇଁ ବଡ ବିପଦ : ୟୁକ୍ରେନ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଦଖଲ କଲା ଋଷ୍

ଦିଲ୍ଲୀ: ଆଗକୁ ମାଡିଚାଲିଛି ଋଷ ସେନା । ୟୁକ୍ରେନର ସୀମାବର୍ତ୍ତୀ ଇଲାକା ଗୁଡିକୁ ଦଖଲ କରିନେବା ପରେ ଏବେ ରାଜଧାନୀ କିବ୍ ଆଡକୁ ମାଡିଚାଲିଛି ଋଷ ସେନା । ଏହା ଭିତରେ ସବୁଠୁ ବଡ ଖବର ହେଉଛି ୟୁକ୍ରେନର ଆଣବିକ କେନ୍ଦ୍ରକୁ ଦଖଲ କରିନେଇଛି ଋଷ ।

ଚେର୍ଣ୍ଣାବିଲ ଠାରେ ଥିବା ୟୁକ୍ରେନର ନ୍ୟୁକ୍ଲିୟର କେନ୍ଦ୍ରକୁ ସୁରକ୍ଷିତ କରିବାକୁ ଅନେକ ଚେଷ୍ଟା କରିବା ପରେ ହାର ମାନିଥିଲା ୟୁକ୍ରେନ ସେନା । ଆଉ ଏହାକୁ ଦଖଲ କରି ନେଇଛି ଋଷ ସେନା । ଚେର୍ଣ୍ଣାବଲି ନ୍ୟୁକ୍ଲିୟର ପ୍ଲାଣ୍ଟର ରହିଛି ଏକ ସ୍ୱତନ୍ତ୍ର ଇତିହାସ । ୧୯୮୬ ଏପ୍ରିଲ ୨୬ ତାରିଖରେ ପରମାଣୁ ଲିକେଜ୍ ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଥିଲା, ଯାହା ଉପରେ ଅନେକ ଡକ୍ୟୁମେଣ୍ଟାରୀ ମଧ୍ୟ ନିର୍ମାଣ ହୋଇସାରିଛି ।

ମୃତ୍ୟୁର ତାଣ୍ଡବ ରଚିଥିଲା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ । ଲିକେଜ ଯୋଗୁଁ ଏପରି ବିସ୍ଫୋରଣ ଘଟିଥିଲା ଯେଉଁଥିରେ କେବଳ ୟୁକ୍ରେନ ନୁହେଁ ବରଂ ଋଷ, ବେଲାଋଷ ସମେତ ଅଧିକାଂଶ ପଶ୍ଚାତ୍ୟ ରାଷ୍ଟ୍ର ଥରିଉଠିଥଲେ । ପ୍ରାଣ ହରାଇଥିଲେ ହଜାର ହଜାର ଲୋକ । ଏହି ପ୍ଲାଣ୍ଟକୁ ଇତିହାସର ସବୁଠୁ ଭୟଙ୍କର ମାନବ ନିର୍ମିତ ବିପତ୍ତି ଭାବେ ପରିଗଣିତ କରାଯାଏ ।

Leave a Reply

Your email address will not be published. Required fields are marked *