ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ

କରଞ୍ଜିଆ, ପ୍ରବାହ ନ୍ୟୁଜ୍‌- ଗ୍ରାମାଞ୍ଚଳ ନକ ଆଉଟ୍ ସେମି ଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହୋଇ~ûAQò । ପ୍ରଥମ ମ୍ୟାଚ ଭାଲିଆଡିହା ବନାମ କରଞ୍ଜିଆ ଏଥେଲେଟିକ ଏସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କରଞ୍ଜିଆ କ୍ରୀଡା ସଂସଦ ୧-୦ ଗୋଲ ରେ ବିଜୟୀ ହେଇ ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ଦ୍ଵିତୀୟ ମ୍ୟାଚ ଶୁକ୍ରୁଳି ବନାମ ଭଞ୍ଜବେଡା ‌‌ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧ ଖେଳରେ କୌଣସି ଦଳ ଗୋଲ କରିବାକୁ ସକ୍ଷମ ହୋଇ ନ ଥିଲେ । ଦ୍ଵିତୀୟାର୍ଦ୍ଧ ରେ ମଧ୍ୟ କେହି କାହାକୁ ଗୋଲ ଦେଇ ପାରି ନ ଥିବା ଯୋଗୁଁ ଟାଇ ବ୍ରେକର ଜରିଆରେ ଭଞ୍ଜବେଡା ୪-୩ ଗୋଲରେ ବିଜୟ ଲାଭ କରି ଫାଇନାଲ ରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଫାଇନାଲ ଖେଳ କରଞ୍ଜିଆ କ୍ରୀଡା ସଂସଦ ବନାମ ଭଞ୍ଜବେଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧ ରେ କେହି କାହାକୁ ଗୋଲ ଦେଇ ପାରି ନ ଥିଲେ। ଦ୍ବିତୀୟାର୍ଦ୍ଧ ରେ ମଧ୍ୟ କେହି କାହାକୁ ଗୋଲ ଦେଇ ପାରି ନ ଥିବା ଯୋଗୁଁ ପାଇଁ ବ୍ରେକର ଜରିଆରେ କରଞ୍ଜିଆ କ୍ରୀଡା ସଂସଦ ୪-୩ ଗୋଲ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲେ। କରଞ୍ଜିଆ ଓକିଲ ସଂଘ ର ପୂର୍ବତନ ସଭାପତି ତଥା ବରିଷ୍ଠ ଖେଳାଳି ଦୀପକ କୁମାର ଦାସ ଅଧିକାରୀ,ସଂସଦ ର ସାଧାରଣ ସମ୍ପାଦକ ପ୍ରଭାକର ବାଗସିଙ୍ଗ,ଯୁଗ୍ମ ସମ୍ପାଦକ ଅଭିମନ୍ୟୁ ତ୍ରିପାଠୀ, ଖେଳାଳି ମାନଙ୍କ ସହିତ କର ମର୍ଦ୍ଦନ କରି ପରିଚିତ ହୋଇଥିଲେ । ଆଜିର ଖେଳ କୁ ପରିଚାଳନା କରିଥିଲେ ହରୀୟାଲ ଚାତ୍ତର,ଅନନ୍ତ କୁମାର ଚାତ୍ତର,ମାରା ମାରାଣ୍ଡି ଓ ଅର୍ଜୁନ ସୋରେନ । ପରିଚାଳନା ରେ ସହଯୋଗ କରିଥିଲେ କଲ୍ୟାଣ କୁମାର ନାଏକ,ସନ୍ତୋଷ କୁମାର ଦାସ । ଚାମ୍ପିଅନ ଟିମ  କରଞ୍ଜିଆ କ୍ରୀଡା ସଂସଦ ଙ୍କୁ ନଗଦ ଅର୍ଥ ୧୫୦୦୦ ଟଙ୍କା ରନର୍ସ ଅପ ଟିମ ଭଞ୍ଜବେଡl ଙ୍କୁ ନଗଦ ୧୦୦୦୦ ଟଙ୍କା ତୃତୀୟ ସ୍ଥାନ ଅଧିକାର କରିଥିବା ଶୁକ୍ରୃଳି ଟିମ ଙ୍କୁ ନଗଦ ୭୦୦୦ ଟଙ୍କା ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଭାଲିଆଡିହା ଟିମ ଙ୍କୁ ନଗଦ ୫୦୦୦ ଟଙ୍କା ସାଧାରଣ ସମ୍ପାଦକ ପ୍ରଭାକର ବାଗସୀଙ୍ଗ,କୋଷାଧ୍ୟକ୍ଷ ନଳିନୀ ଚନ୍ଦ୍ର ଘଣା,ଯୁଗ୍ମ ସମ୍ପାଦକ ଅଭିମନ୍ୟୁ ତ୍ରିପାଠୀ, ଉପଦେଷ୍ଟା ଗୌରୀ ଶଙ୍କର ସିହ୍ନାଙ୍କ ଦ୍ଵାରା ପ୍ରଦାନ କରା ଯାଇଥିଲା । ଆସନ୍ତା ୧୬ ଅଗଷ୍ଟ ୨୦୨୪ ଠାରୁ ପଞ୍ଚାୟତ ସ୍ତରୀୟ ଫୁଟବଲ ଖେଳ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ପ୍ରଭାକର ବାଗସିଂ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *