ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ ଭାଇ ଆହତ

ଖୋର୍ଦ୍ଧା : ୦୭/୦୪/୨୦୨୧: ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬  ନମ୍ଵର ଜାତୀୟ ରାଜପଥର ମଳିପଡ଼ା ଠାରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।

ସୂଚନା ଅନୁସାରେ ଜକିଆ ଥାନା ଅନ୍ତର୍ଗତ ମଳିପଡ଼ା କଲେଜ ସମ୍ମୁଖ ୧୬ ନଂ ଜାତୀୟ ରାଜପଥ ଉପରେ ଏକ ବାଇକ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ରାମଚଣ୍ଡୀ ଗ୍ରାମର ନମିତା ବଳିଆରସିଂହ(୨୨) ଙ୍କ ମୃତ୍ୟୁ ଘଟିଛି ।

ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଧଉଳିମୁଁହ ପଞ୍ଚାୟତ ରାମଚଣ୍ଡୀ ଗ୍ରାମର ବିଶ୍ବମ୍ବର ବଳିଆରସିଂହ ଏବଂ ତାଙ୍କ ଭଉଣୀ ନମିତା OD 02 BL 4811 ନମ୍ବର
ନମ୍ବର ବିଶିଷ୍ଟ ଏକ ହିରୋହୋଣ୍ଡା ମଟର ସାଇକେଲରେ ଖୋର୍ଦ୍ଧା ଆଡୁ ନିଜ ଗ୍ରାମକୁ ଫେରୁଥିବା ବେଳେ ମଳିପଡ଼ା କଲେଜ ସମ୍ମୁଖରେ ପଛରୁ ଆସୁଥିବା HR 55 T 4296 ନମ୍ବର ବିଶିଷ୍ଟ ଏକ ମାଲ ବୋଝେଇ କଣ୍ଟେନର ଧକ୍କା ଦେଇଥିଲା ଫଳରେ ଉଭୟ ଭାଇ ଭଉଣୀ ଗାଡ଼ିରୁ ଛିକିଟି ପଡ଼ିଥିଲେ।

ଘଟଣା ସ୍ଥଳରେ ନମିତାଙ୍କର ମୃତ୍ୟୁ ହୋଇଥିବା ଓ ଆହତ ବିଶ୍ୱମ୍ବରକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଙ୍କିଆ ପୁଲିସ ଏକ ମାମଲା ରୁଜୁ କରି ଟ୍ରକକୁ ଜବତ କରି ତଦନ୍ତ କରୁଥିବାର ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି ।

ଏପଟେ ଦୁର୍ଘଟଣା ରେ କ୍ଷତିଗ୍ରସ୍ତ ହୋଇଥିବା ମଟର ସାଇକେଲଟି ରତ୍ନାକର ବରାଳଙ୍କର ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଟି ହରିୟାଣା ଗୁରୁଗ୍ରାମ ସ୍ଥିତ ଅଗ୍ରୱାଲ ପ୍ୟାକର୍ସ ଓ ମୁଭର୍ସ ଲିମିଟେଡ଼ ର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *