ସମୀକ୍ଷା ସମନ୍ବିତା ଶତପଥୀଙ୍କୁ ସମ୍ବର୍ଦ୍ଧିତ କଲା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “

Oplus_132098

ଖଇରା,ପ୍ରବାହ ନ୍ୟୁଜ୍ : ଗତକାଲି ଶୁକ୍ରବାର ତା ୦୨/୫/୨୦୨୫ ରିଖ ଚଳିତ ବର୍ଷର ମେଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା । ହେଲେ ଏହି ଫଳାଫଳ କାହା ମନରେ ଦୁଃଖ ଦେଇଥିଲେ କାହା ମନରେ ଖୁସି ଭରି ଦେଇଛି । ଏହି ଫଳାଫଳରେ ସମଗ୍ର ଓଡ଼ିଶାରେ ଅନେକ ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ସାର୍ଥକ ହୋଇଛି । ଅନେକ ଛାତ୍ରଛାତ୍ରୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜର ବିଦ୍ୟାଳୟ ବା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଏହି ଅବସରରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ଉଚ୍ଚ ବିଦ୍ୟାଳୟ,ଡୁଙ୍ଗୁରା, ବାଲେଶ୍ବରର ଛାତ୍ରୀ ସୁଶ୍ରୀ ସମୀକ୍ଷା ସମନ୍ବିତା ଶତପଥୀ ୫୮୨ ନମ୍ବର ରଖି ଜିଲ୍ଲାର ଦ୍ବିତୀୟ ଓ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟ ଓ ଜିଲ୍ଲାର ଗୌରବ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି । ଯାହାଙ୍କ ମାତାଙ୍କ ନାମ ଗୀତିପ୍ରଭା ପାଢ଼ୀ, ପିତାଙ୍କ ନାମ ସଞ୍ଜୟ କୁମାର ଶତପଥୀ, ଗ୍ରାମ ପାଣିଛତ୍ର, ବ୍ଲକ ଖଇରା ଏବଂ ଜିଲ୍ଲା ବାଲେଶ୍ବର ଅଟେ । ଏହି ସଫଳତା ପାଇବା ପାଇଁ ଛାତ୍ରୀ ଜଣଙ୍କ ଦିନରାତି ବହୁ ପରିଶ୍ରମ କରୁଥିଲେ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଛାତ୍ରୀର ସଫଳତା ପ୍ରତି ଧ୍ୟାନ ରଖିଥିଲେ । ଶେଷରେ ଛାତ୍ରୀ ଜଣଙ୍କ ସଫଳତା ବିଦ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି ଦେଇଛି । ଏ ଖବର ପ୍ରଚାରିତ ହେବା ପରେ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଆଳଦା, ଖଇରା, ବାଲେଶ୍ବରର ସଭାପତି କୁଞ୍ଜଲତା ମାହୁଁନ୍ତ ଏବଂ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସୁଶ୍ରୀ ସମୀକ୍ଷା ସମନ୍ବିତା ଶତପଥୀଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ, ପୁଷ୍ପଗୁଚ୍ଛ ସହିତ ପ୍ରତିଭା ସମ୍ମାନ-୨୦୨୫ ରେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ସମୟରେ ପିତାମାତା ଉପସ୍ଥିତ ଥିଲେ । ଆଗକୁ ଭଲ ପାଠପଢି ମଣିଷ ଭଳି ମଣିଷଟିଏ ହେବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ ସୁଶ୍ରୀ ଶତପଥୀ । ମୋ ଅନୁଷ୍ଠାନ ପରିବାର ତରଫରୁ ସଭାପତି ଓ ସମ୍ପାଦକ ତାଙ୍କ ଚଲାପଥ କୁସୁମିତ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଫେରିଥିଲେ ।।

Leave a Reply

Your email address will not be published. Required fields are marked *