ଖଣ୍ଡପଡ଼ାରେ ଧର୍ମର ବିଜୟ ହୋଇଛି- ଭାଜପା

ଖଣ୍ଡପଡା : ରାଜ୍ୟ ମାଫିଆପ୍ରେମୀ ବିଜେଡ଼ି ସରକାର ଓ ସରକାରୀ ପୋଷା ମାଫିଆମାନଙ୍କ ଦ୍ୱାରା ଖଣ୍ଡପଡ଼ାର ସ୍ୱାଭିମାନକୁ ବିକ୍ରୀ କରିବାର ଅପଚେଷ୍ଟା କରାଯାଇ କେବଳ ଅର୍ଥ ବଳରେ ଏହାର ଭବିଷ୍ୟତକୁ ମାଫିଆମାନଙ୍କ ହାତରେ ଟେକିଦେବାର ଅପଚେଷ୍ଟା କରାଯାଇଥିଲା । ମାତ୍ର ସ୍ୱାଭିମାନୀ ଖଣ୍ଡପଡ଼ାର ଭୋଟରମାନଙ୍କ ବୃହତର ସ୍ୱାର୍ଥର ସୁରକ୍ଷାକୁ ନେଇ ମହାପ୍ରଭୁ ଶ୍ରୀ ଶ୍ରୀ ନୀଳମାଧବ ଉପଯୁକ୍ତ ପଦକ୍ଷେପ ନେଇଥିବା ଓ ଖଣ୍ଡପଡ଼ାରେ ଧର୍ମର ବିଜୟ ହୋଇଥିବା ନେଇ ସ୍ଥାନୀୟ ଭାରତୀୟ ଜନତାପାର୍ଟି ପକ୍ଷରୁ କୁହାଯାଇଛି । ୨୦୨୪ ନିର୍ବାଚନର ଫଳାଫଳକୁ ଅନୁଯାୟୀ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ଭାରତୀୟ ଜନତାପାର୍ଟି ପ୍ରାର୍ଥୀ ୭୫ ହଜାର ୫୫୭ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜୁ ଜନତା ଦଳ ପ୍ରାର୍ôଥନୀ ସାବିତ୍ରୀ ପ୍ରଧାନଙ୍କୁ ୭ହଜାର ୩୪୩ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ବିଜେଡ଼ି ପ୍ରାର୍ôଥନୀ ସାବିତ୍ରୀ ପ୍ରଧାନ ସମୁଦାୟ ୬୮ହଜାର ୨୧୪ ଖଣ୍ଡ ଭୋଟ ପାଇଥିଲେ ହେଁ ଖଣ୍ଡପଡ଼ାର ସ୍ୱାଭିମାନୀ ଭାଜପା ପ୍ରେମୀ ଭୋଟର ତାଙ୍କୁ ପରାଜୟର ସ୍ୱାଦ ଚଖାଇ ରାଜ୍ୟ ବିଜେଡ଼ିରେ ଥିବା ଦଳୀୟ ଟିକେଟ୍ ବିକ୍ରେତା ମାଫିଆମାନଙ୍କୁ ମୁହଁତୋଡ଼ ଜବାବ୍ ଦେବାରେ ସଫଳ ହୋଇଥିବା ଦେଖାଯାଇଛି । ସମୁଦାୟ ୧ଲକ୍ଷ ୪୮ହଜାର ୩୬୭ ମତଦାତା ଚଳିତ ନିର୍ବାଚନରେ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ଏଠାରେ ବିଜେପି ୭୫ ହଜାର ୫୫୭ ଖଣ୍ଡ, ବିଜେଡ଼ି ୬୮ହଜାର ୨୧୪ ଖଣ୍ଡ, ଭାରତୀୟ ଜାତୀୟ କଂଗ୍ରେସ ୧୩୭୩ ଖଣ୍ଡ, ନୋଟାରେ ୫୯୭ ଖଣ୍ଡ ଓ ସ୍ୱାଧୀନ ପ୍ରାର୍ଥୀ ଯଥାକ୍ରମେ ୧୮୧୭, ୩୨୨, ୨୮୭, ୨୪୯, ୨୦୪, ୧୯୭ ଓ ୧୪୭ ଭୋଟ ପାଇଥିବା ଦେଖାଯାଇଛି । ସମୁଦାୟ ୧୦ ଜଣ ପ୍ରାର୍ଥି/ପ୍ରାର୍ଥିନୀ ଚଳିତ ନିର୍ବାଚନରେ ଅଂଶ ଗ୍ରହଣ କରିଥିବାର ଦେଖାଯାଇଥିଲେ ହେଁ ମୁଖ୍ୟତଃ ଦ୍ୱୟ ପ୍ରମୁଖ ଦଳ ବିଜେଡ଼ି, ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା । ନୟାଗଡ଼ ଜିଲ୍ଲାପରିଷଦ ପୂର୍ବତନ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି ବିଜେଡ଼ିରୁ ଇସ୍ତଫା ଦେଇ ଖଣ୍ଡପଡ଼ାରେ କଂଗ୍ରେସ ପକ୍ଷରୁ ବିଧାୟିକା ପ୍ରାର୍ôଥନୀ ହୋଇଥିଲେ ହେଁ ଫଳାଫଳକୁ ନେଇ ସମୁଦାୟ ୧୩୭୩ ଖଣ୍ଡ ଭୋଟ ପାଇ ନିଜର ଅମାନତ ରକ୍ଷା କରିବାରେ ଅସଫଳ ହୋଇଛନ୍ତି । ସେହିଭଳି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ବିଜେଡ଼ିରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ହେଁ ଶେଷରେ ସେ ମାତ୍ର ୧୮୧୭ ଖଣ୍ଡ ଭୋଟ ପାଇ ନିଜର ଅମାନତ ରଖିବାରେ ଅସଫଳ ହୋଇଥିବା ଦେଖାଯାଇଛି । ମାତ୍ର ଖଣ୍ଡପଡ଼ାର ସ୍ୱାଭିମାନ ପାଇଁ ବିଜେପି ନିମନ୍ତେ ଭାପୁର ବ୍ଲକ୍ ପୁର୍ବତନ ଅଧ୍ୟକ୍ଷ/ଉପାଧ୍ୟକ୍ଷ ଗୟାଧର ପରିଡ଼ା, ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥଶେଖର ସିଂହ, ଖଣ୍ଡପଡ଼ା ଏନ୍‌ଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଧାନ ପ୍ରଧାନ, ନୟାଗଡ଼ ଜିଲ୍ଲା ଦଳୀୟ ସାଧାରଣ ସମ୍ପାଦକ ବିକ୍ରମ କେଶରୀ ଦେଓ, ସମାଜସେବୀ ଚିତରଞ୍ଜନ ମିଶ୍ର ପ୍ରମୁଖଙ୍କ କଠୋର ପରିଶ୍ରମ ଓ ଲୋକସମ୍ପର୍କକୁ ଭିତିକରି ଭାରତୀୟ ଜନତାପାର୍ଟି ନିମନ୍ତେ ବିଜୟ ଆଣିପାରିଥିବା ଦେଖାଯାଇଛି । ଭାଜପାର ଏହି ବିଜୟକୁ ନେଇ ତୁଙ୍ଗନେତା ଗୟାଧରଙ୍କୁ ଭାପୁର ବ୍ଲକ୍ ଅନ୍ତର୍ଗତ ପ୍ରତ୍ୟେକ ପଂଚାୟତ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *