ରାଜଧାନୀ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ମ୍ୟାନେଜମେଣ୍ଟ୍ର ନ୍ୟାକ୍ “ବି++” ମାନ୍ୟତା ପ୍ରାପ୍ତ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍ : ରାଜଧାନୀ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ମ୍ୟାନେଜମେଣ୍ଟ୍ (ଆର୍.ସି.ଇ.ଏମ୍)ରେ ଗତ ତା୦୩/୦୧/୨୦୨୫ ଓ ତା୦୪/୦୧/୨୦୨୫ ଦୁଇଦିନ ଧରି ନ୍ୟାକ୍ ପିୟର ଟିମ୍ କ୍ୟାମ୍ପସ୍ ପରିଦର୍ଶନ କରିଥିଲେ । ମହାବିଦ୍ୟାଳୟର ପରିଚାଳନା ବ୍ୟବସ୍ଥା, ଶିକ୍ଷାବ୍ୟବସ୍ଥା ଓ ପାରିପାର୍ଶ୍ବିକ ବ୍ୟବସ୍ଥା ଉପରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ଇତ୍ୟବସରରେ ନ୍ୟାକ୍ ସଂସ୍ଥା ମହାବିଦ୍ୟାଳୟକୁ “ବି++” ମାନ୍ୟତା ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ତପନ କୁମାର ଲେଙ୍କା, ନାକ୍ ସଂଯୋଜକ ବିଭୁ ପ୍ରସାଦ ମିଶ୍ର, ଆଇ. କ୍ୟୁ. ଏ. ସି. ସଂଯୋଜକ ଡଃ ଅମ୍ରିତା ରାଉତ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ନିର୍ମଳ ଚନ୍ଦ୍ର କର, ପ୍ରଫେସର ଶକ୍ତି ରଞ୍ଜନ ମହାପାତ୍ର, ଅଧ୍ୟାପକ, ଅଧ୍ୟାପିକା ତଥା ଡଃ ପ୍ରଜ୍ଞା ପରମିତା, ସସ୍ମିତା ସାହୁ, ଶିତିକଣ୍ଠ ପରିଡ଼ା,ଓମ୍ କାର୍ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସହଯୋଗୀ କର୍ମଚାରୀ ତଥା ଅରୁଣ କୁମାର ସାମଲ, ରଶ୍ମି ବେହେରା, ଭୂପତି ବରାଳ ଓ ଭଗବାନ୍ ପଣ୍ଡା ପ୍ରତ୍ୟେକ୍ଷ ସହଯୋଗ କରିଥିଲେ। ପରିଶେଷରେ ଅନୁଷ୍ଠାନର ଡିନ୍ ଡଃ. ମାନସ ରଞ୍ଜନ ମଲ୍ଲିକ ସାଧୁବାଦ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ସୁରେଶ କୁମାର ସାମଲ କୃତଜ୍ଞତା ଜଣାଇଥିଲେ ।