କୁରାଳର ଗର୍ବ ଓ ଗୌରବ ପୁନିତ୍

ଓଡ଼ଗାଁ : ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ କନକ ପାତ୍ର ଓ ପ୍ରଶାନ୍ତ କୁମାର ପାତ୍ର ଙ୍କ ସୁପୁତ୍ର ପୁନିତ୍ କୁମାର ପାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବାଧିକ ୫୩୪ ମାର୍କ ଅର୍ଥାତ୍ ୮୯ ପ୍ରତିଶତ ରଖି ଟପର ହୋଇଛନ୍ତି। ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ପାଠ ପଢୁଥିଲେ। ତାଙ୍କର ଏ ସଫଳତା ପାଇଁ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ଓ କୁରାଳ ଗ୍ରାମ ପଞ୍ଚାୟତ ସରପଂଚ ବିଜନ୍ ପାଇକରାୟ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *