ବାରୁଣୀ ମେଳାରେ ଜନହିତ ଯୁବକ ସଂଘ 

ଖଇରା,ପ୍ରବାହ ନ୍ୟୁଜ୍ : ପ୍ରତିବର୍ଷ ପରି ଏ ବର୍ଷରେ ମଧ୍ୟ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସ୍ଥିତ ଗୁଡୁପାଇ ବାରୁଣୀ ମେଳାରେ ପ୍ରାୟ ୪୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଅନେକ ଦୋକାନ ବଜାର ସହିତ ପାଣିପାଗ ଠିକ୍ ଥିବାରୁ ସେଠାରେ ଉଷ୍ମତା ବଢ଼ି ଚାଲିଥିଲା । ସମୁଦ୍ର ତଟ ହୋଇଥିବାରୁ ସାଧାରଣତଃ ଲୋକ ମାନଙ୍କ ପକ୍ଷେ ନଳକୂପରୁ ପାଣି ପିଇବା ଅସମ୍ଭବ ଥିଲା । ଏ ସମସ୍ୟାକୁ ପିଲା ଦିନରୁ ଦେଖି ଆସୁଛନ୍ତି ସଂଘର ଚାନ୍ଦିପୁର ସଦସ୍ୟା ଅସୀମା ଦାସ । ଲୋକ ମାନଙ୍କୁ ପାଣି ପାଇଁ ଅସୁବିଧା ଦେଖି ସେ ସଂଘକୁ ନିମନ୍ତ୍ରଣ କରିଥିଲେ ସେଠାରେ ଜଳଛତ୍ର କରିବା ପାଇଁ । ତା’ପରେ ସଂଘର ୨୫ ଜଣିଆ ଟିମ୍ ଯାଇ ସକାଳ ୫ ଟା ପୂର୍ବରୁ ପହଞ୍ଚି ଲେମ୍ଭୁ, ଗ୍ଲୋକଜ୍ ପାଣି ବାଣ୍ଟି ଚାଲିଥିଲେ । ସଂଘ କାର୍ଯ୍ୟକ୍ରମ ସମ୍ପାଦକ ସନ୍ତୋଷ କୁମାର ହାତୀଙ୍କ ଆକଳନ ଅନୁଯାୟୀ ୫୦୦୦ ଲିଟର ଫିଲ୍ଟର ପାଣି ବି କମ୍ ପଡ଼ିଥିଲା । ସଂଘର ସଦସ୍ୟ ସଦସ୍ୟା ମାନଙ୍କ ଅନବରତ ଅକ୍ଲାନ୍ତ ପରିଶ୍ରମ ପାଇଁ ଲୋକଙ୍କ ତୃଷା ନିବାରଣ ହୋଇ ପାରିଥିବାରୁ ସଭାପତି ଓ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ । ଏକ ନୂଆ ସ୍ଥାନରେ ଲୋକଙ୍କ ପ୍ରିୟ ହୋଇ ପାରିଥିବାରୁ ଗୁଡ଼ୁପାଇ ମେଳା କମିଟି ସଂଘ ସହିତ ତାଙ୍କ ଗାଁର ଅସୀମାଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହିତ ଆଗାମୀ ବର୍ଷ ଠାରୁ ସାହାଯ୍ୟ ସହଯୋଗ କରିବେ ବୋଲି କହିଛି ସଙ୍ଗଠନ । ଏହି କାର୍ଯ୍ୟରେ ସଂଘ ସଭାପତି ସୁରେଶ ରାଉତ, ସମ୍ପାଦକ ପ୍ରହଲ୍ଲାଦ ଧଳ, କାର୍ଯ୍ୟକ୍ରମ ସମ୍ପାଦକ ସନ୍ତୋଷ ହାତୀ, ଉପଦେଷ୍ଟା କୁଞ୍ଜଲତା ମାହୁନ୍ତ ସଂଗ୍ରାମ ବେହେରା, ଅର୍ଜୁନ ମହାନ୍ତି, ଅଭିଷେକ, ଈଶ୍ୱର, ଈଶ୍ୱର, ଉମାକାନ୍ତ, ସନ୍ଦୀପ, ନିହାର, ଦେବସ୍ମିତା, ପମିତା, ସରସ୍ଵତୀ, ଅସୀମା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।।

Leave a Reply

Your email address will not be published. Required fields are marked *