ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ

ଯାଜପୁର (ପ୍ରବାହ ନ୍ୟୁଜ୍) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଯାଜପୁର ଶ୍ନିଖିଲ ପବନ କଲ୍ୟାଣ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲାର ଏକ ଗୋଟି ଲୋକ ସଭା ମଣ୍ଡଳୀ ଅନ୍ତର୍ଗତ ସାତ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ପରିଚାଳନା ପରିପ୍ରେକ୍ଷୀରେ ଦଶଗୋଟି ବ୍ଲକର ସେକ୍ଟର ଅଧିକାରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ପ୍ରଦାନ କରାଯାଇଅଛି। ବୈଠକ ରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଅଶୋକ କୁମାର ବେହୂରିଆ, ଉପଜିଲ୍ଲା ପାଳ ଅଂଶୁମାନ ଶତପଥୀ, ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀମତୀ ରସ୍ମିରେଖା ପ୍ରଧାନ, ଡେପୁଟି କଲେକ୍ଟର, ନିର୍ବାଚନ ରଶ୍ମି ରଞ୍ଜନ ମଲ୍ଲିକ ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ସହକାରୀ ରିତ୍ତର୍ଣିଂ ଅଧିକାରୀ ମାନଙ୍କୁ ବିଭିନ୍ନ କାର୍ଯ୍ୟ ଓ ଦାଇତ୍ୱ ସମ୍ପାଦନ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ପ୍ରତ୍ୟେକ ସେକ୍ଟର ଅଧିକାରୀ ମାନଙ୍କର ମନରେ ଥିବା ଭ୍ରାନ୍ତ ଗୁଡ଼ିକୁ ସରଳ ଭାବେ ବୁଝାଇବାସହ ପାୱାର ପଏଣ୍ଟ ଉପ କରଣରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେକ୍ଟର ଅଧିକାରୀ ମାନେ ନିଯୁକ୍ତ ହୋଇଥିବା ନିଜ ଅଞ୍ଚଳରେ ସେକ୍ଟର ମାଜିଷ୍ଟ୍ରେଟ,ବ୍ଲକ ଉନ୍ନୟନ ଅଧିକାରୀ, ବୁଥ ଗୁଡ଼ିକର ପ୍ରିଯାଇଡିଂ ଅଧିକାରୀ ମାନଙ୍କ ସହ ମତଦାନ ଦିବସ ଦିନ ସମନ୍ୱୟ ରକ୍ଷାକରି ପୋଲିଂ ହାର ଜିଲ୍ଲା କଣ୍ଟ୍ରୋଲ ରୁମକୁ ନିୟମିତ ବ୍ୟବଧାନରେ ପଠା ଇବେ ସେ ସମ୍ପର୍କରେ ଜିଲ୍ଲାପାଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ଇ ଭି ଏମ ମେସିନ ଓ ଭି ଭି ପାର୍ଟ ବ୍ୟବହାର ଦିଗରେ ମଧ୍ୟ ସହକାରୀ ରିତର୍ଣୀ ଅଫିସର ମାନେ ତାଲିମ ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ କାର୍ଯକ୍ରମ ଜିଲ୍ଲା ପରିଷଦର ଦୁଇଗୋଟି ସମ୍ମିଳନୀ କକ୍ଷରେ ଏବଂ ମିଶନ ଶକ୍ତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ସେକ୍ଟର ଅଧିକାରୀ ଭାବେ ନିଯୁକ୍ତ ବ୍ଲକ ସ୍ତରୀୟ ଅଧିକାରୀ,ବ୍ଲକ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ପ୍ରଶିକ୍ଷଣ ରେ ଅଂଶ ଗ୍ରହଣ କରିଥିଲେ।(ଫଟୋ ଅଛି)