ଦଳିତଙ୍କ ଉପରେ ସଙ୍ଗବଦ୍ଧ ଆକ୍ରମଣକୁ ବିରୋଧ : କାର୍ଯ୍ୟାନଷ୍ଠାନ ଦାବୀରେ ସଂଖ୍ୟାଧିକ ମହିଳା ଓ ପୁରୁଷଙ୍କ ଥାନା ଘେରାଉ
ଖୋର୍ଦ୍ଧା: ୧୦/୯(ପ୍ରବାହ ନିଉଜ) ଅସବର୍ଣ୍ଣ ଉପରେ ସବର୍ଣ୍ଣର ଅତ୍ୟାଚାର । ଦେଶ ସ୍ବାଧୀନ ହେବାର ଦୀର୍ଘ ୭୫ବର୍ଷ ବିତି ଯାଇଥିଲେ ସୁଦ୍ଧା କିଛି ରୁଗ୍ଣ ଓ ସଂକୀର୍ଣ୍ଣ ମାନସିକତାର ଲୋକଙ୍କ କାର୍ଯ୍ୟ କଳାପ ଯୋଗୁ ସମଗ୍ର ସମାଜ ଏବେ ଅପନିନ୍ଦିତ। ଏବେ ମଧ୍ୟ ବିଭିନ୍ନ ସମୟରେ ସଂକୀର୍ଣ୍ଣ ମାନସିକତାର ନିଦର୍ଶନ ଦେଖିବାକୁ ମିଳୁଛି । ଦଳିତଙ୍କ ଉପରେ ହେଉଛି ସଙ୍ଗବଦ୍ଧ ଆକ୍ରମଣ । ଗଣେଷ ପୂଜା ଭସାଣୀ ସମୟରେ ବିଳମ୍ବିତ ରାତିରେ ସାମାନ୍ୟ ବଚସାକୁ ନେଇ ଉନ୍ମାଦ ମଦ୍ୟପ ଯୁବକ ମାନେ ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଏହିପରି ଏକ ନିନ୍ଦନୀୟ ଘଟଣା ଘଟଣା ଘଟିଯାଇଛି ଖୋର୍ଦ୍ଧା ସହର ନୂଆ ବସ୍ ଷ୍ଟାଣ୍ଡ ନିକଟ ହରିଜନ ସାହିରେ।
ସୂଚନା ମୁତାବକ ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ବାଶେଳୀ ସାହିର କିଛି ଯୁବକ ଗଣେଷ ପୂଜା ଭସାଣୀରେ ସାମିଲ ଥିବାବେଳେ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଖୋର୍ଦ୍ଧା ନୂଆ ବସ୍ ଷ୍ଟାଣ୍ଡ ମଧ୍ୟରେ ଥିବା ଏକ ନିଛାଟିଆ ସ୍ଥାନରେ ମଦ୍ୟପାନ କରୁଥିବା ବେଳେ କୌଣସି କଥାକୁ ନେଇ ଉକ୍ତ ଯୁବକଙ୍କ ସହିତ ଭାଲିଆବାଡ଼ି ହରିଜନ ସାହିର କିଛି ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ହେଲେ କଥା ଏତିକିରେ ଥମି ନଥିଲା, ପରବର୍ତ୍ତୀ ସମୟରେ ବିଳମ୍ୱିତ ରାତିରେ ବାଶେଳୀ ସାହିର ପ୍ରାୟ ମଦ୍ୟପ ଯୁବକ ମାନେ ୨୦ରୁ ଉର୍ଦ୍ଧ ଯୁବକ ସହିତ ସଙ୍ଗବଦ୍ଧ ଭାବେ ହରିଜନ ସାହିରେ ପଶି ଘଟାଇଥିଲେ ତୁମୁଳକାଣ୍ଡ ।
ଜାତିଆଣ ଆକ୍ଷେପ ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ରାତି ଅଧରେ ଢେଲା ପଥର ଓ ଠେଙ୍ଗାରେ କରିଥଲେ ଅତର୍କିତ ଆକ୍ରମଣ। ଉଁନ୍ମୁତ ଯୁବକଙ୍କ ହାବୁଡ଼ରେ ଯିଏ ପଡ଼ିଲା, ସେମାନଙ୍କ ଉପରେ ହେଲା ଅତର୍କିତ ଆକ୍ରମଣ । ମଦ୍ୟପ ଯୁବକଙ୍କ ଆକ୍ରମଣରେ ହରିଜନ ସାହିର ବୟସ୍କ ଲୋକଙ୍କ ଠାରୁ ନେଇ ଅନେକ ଗୁରୁତର ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ଜଣା ପଡ଼ିଛି। ଏପରିକି ମଦ୍ୟପ ଯୁବକଙ୍କ ଆକ୍ରମଣରେ ଅନେକ ଗୁଡ଼ିଏ ଘରର ଆଜବେଷ୍ଟସ ଭାଙ୍ଗିଥିବା ବେଳେ ଦୁଇଜଣଙ୍କର ଡୁଇଚକିଆ ଯାନ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।
ଘଟଣାକୁ ବିରୋଧ କରି ଭାଲିଆବାଡ଼ି ହରିଜନ ସାହିର ସଂଖ୍ୟାଧିକ ମହିଳା ଓ ପୁରୁଷ ଆଜି ଅପରାଧ ଘଟାଇଥିବା ଯୁବକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଖୋର୍ଦ୍ଧା ଆଦର୍ଶ ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି, ୨୪ଘଣ୍ଟା ମଧ୍ୟରେ ପୋଲିସ୍ ତରଫରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଗଲେ ସହରର ସମସ୍ତ ଦଳିତ ପରିବାର ହଜାର ହଜାର ସଂଖ୍ୟାରେ ଆସି ଥାନା ଘେରାଉ କରିବାକୁ ଚେତାବନୀ ଦେଇଥିବା ବେଳେ ଅନ୍ୟପଟେ ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ପୋଲିସ୍ ଅଟକ ରଖିଥିବା ବେଳେ ଘଟଣା ସଂପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ନୁଆ ବସ୍ ଷ୍ଟାଣ୍ଡ ପରିସର ମଧ୍ୟରେ ଜିଲ୍ଲା ପୋଲିସ୍ ପକ୍ଷରୁ ଏକ ଫାଣ୍ଡି ଖୋଲାଯାଇ ସେଠାରେ ପୋଲିସ୍ କର୍ମୀ ନିଯୁକ୍ତ ଥିବା ସତ୍ତ୍ଵେ ସେଠାରେ ପ୍ରତ୍ୟେକ ସନ୍ଧ୍ୟାରେ ନିଶାଡ଼ି ଓ ମଦ୍ୟପ ଯୁବକ ଆଡ୍ଡା ଜମାଇ ଏ ଭଳି ଅଭାବନୀୟ କାଣ୍ଡ ଘଟାଉଛନ୍ତି ଏବଂ ପୋଲିସ୍ ସେ ସବୁ ସଂପର୍କରେ ଅବଗତ ଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନଷ୍ଠାନ ଗ୍ରହଣ ନକରିବା ନେଇ ପୋଲିସ୍ ର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।