ଦଶମ ଓ ଦ୍ୱାଦଶ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ନାରାୟଣ ଗ୍ରୁପ୍ ଅଫ୍ ସ୍କୁଲ୍ ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଅଛି । ଉଭୟ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାସହାର୍ ଶତପ୍ରତିଶତ ରହିଥିବାବେଳେ ଦଶମ ଶ୍ରେଣୀରେ ରୁତୁଜିତ୍ ପଣ୍ଡା, ଆଦ୍ୟାୟୀ ରାଉତ୍ ଓ ନିରୁପମା ପାତ୍ର ପ୍ରମୁଖ ଯୁଗ୍ମ ଭାବେ ୪୯୩ ନମ୍ବର ଲେଖାଏଁ ରଖିଛନ୍ତି । ଦଶମରେ ୬୦ଜଣ ଛାତ୍ରଛାତ୍ରୀ ୪୫୦ ରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀରେ ପାଞ୍ଚଜଣ ୯୩.୨% ଲେଖାଏଁ ନମ୍ବର ରଖିଛନ୍ତି । ଆଦିତ୍ୟ ସେଠୀ, ପାର୍ଥ ଗୌତମ, ସନ୍ତୋଷ ଦେଲା, ଶିଭମ୍ ସିଂ ଚୌହାନ୍ ଓ ରୋହିତ କୁମାର ଯୁଗ୍ମ ଭାବେ ବିଦ୍ୟାଳୟର ପ୍ରଥମ ହୋଇଛନ୍ତି । ଦ୍ୱାଦଶରେ ୨୪ଜଣ ଛାତ୍ରଛାତ୍ରୀ ୪ ଶହରୁ ଅଧିକ ନମ୍ବର ରଖିଛନ୍ତି । ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ସ୍କୁଲ୍ର ପ୍ରତିଷ୍ଠାତା ଡ. ପି. ନାରାୟଣ କହିଛନ୍ତି, ବିଦ୍ୟାଳୟର ପାଠ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହୋଇଛି । ସେହିପରି ସାଧାରଣ ଷ୍ଟାଣ୍ଡାର୍ଡ ପିଲାଙ୍କୁ ଉନ୍ନତ ଶିକ୍ଷାଦାନ କରି ବିଦ୍ୟାଳୟ ନିରବଚ୍ଛିନ୍ନ ଭାବେ ସଫଳତା ପାଉଥିବା ବିଦ୍ୟାଳୟର ଅଧ୍ୟକ୍ଷା ଏନ୍. ସୁଜାତା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ୍ ପି. ଶ୍ରୀନିବାସ ରାଓ, ଡିନ୍ ଏନ୍ ଶ୍ରୀନିବାସୁଲୁ, ଏଜିଏମ୍ କିଶୋର ପାଣିଗ୍ରାହୀ, ପଟିଆ ଶାଖାର ଅଧ୍ୟକ୍ଷା ଏନ୍ ସୁଜାତା, ୟୁନିଟ୍-୮ ଶାଖାର ଅଧ୍ୟକ୍ଷା ଟି. ଶ୍ରୀଦେବୀ, କଟକ ଶାଖାର ଅଧ୍ୟକ୍ଷା ଭି. ଭାରତୀ ଓ ପାଣ୍ଡରା ଶାଖାର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ପ୍ରମୁଖ ଉପସ୍ଥିତ ଥିଲେ ।