ପ୍ରଫେସର ନାରାୟଣ ପୃଷ୍ଠେଙ୍କ ‘ମୁଦ୍ରା ଓ ଅର୍ଥନୀତି’ ପୁସ୍ତକ ଲୋକାର୍ପିତ

ଗୁଗୁଲ ସର୍ଚ୍ଚ ଓଡିଆରେ କରିବା ବ୍ୟବସ୍ଥା ହେବ: ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ବଲାଙ୍ଗୀର,ପ୍ରବାହ ନ୍ୟୁଜ୍ – ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ବୀରେନ୍ଦ୍ର କୁମାର ଝାଙ୍କରଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ । ବରେଣ୍ୟ ଅତିଥି ଓ ବକ୍ତା ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ପ୍ରଫେସର ଡ. ମଧୁସୂଦନ ପତି, ଶିକ୍ଷାବିତ୍ ଡ. ଗୋପବନ୍ଧୁ ରଥ ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସମ୍ବଲପୁର ଆଇଆଇଏମ୍‌ର ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ ମହାଲିଙ୍ଗ ଓଡିଶା ସରକାର ଓଡିଆ ଅସ୍ମିତାକୁ କିଭଳି ଗୁରୁତ୍ୱ ଦେଉଛନ୍ତି କହିଥିଲେ । ଓଡିଆ ଅସ୍ମିତାକୁ ନେଇ ୨୦୦ କୋଟିର ଏକ କର୍ପସ ଫଣ୍ଡ କରାଯାଇଛି । ସବୁ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା କରାଯିବ । କଲେଜ ଓ ସ୍କୁଲ ଗୁଡିକରେ ଓଡିଆ ଭାଷା, ସାହିତ୍ୟ ଓ ଅସ୍ମିତାକୁ ନେଇ ଆଲୋଚନାଚକ୍ର କରାଯିବ । ଇଂରାଜୀ, ହିନ୍ଦୀ, ତେଲଗୁ, ତାମିଲ, ମରାଠୀ, ଗୁଜରାଟି ଭାଷାରେ ଗୁଗୁଲ ସର୍ଚ୍ଚ କରାଯାଇପାରୁଛି । ମାତ୍ର ଓଡିଆରେ ଗୁଗୁଲ ସର୍ଚ୍ଚ ହୋଇପାରୁନାହିଁ । ଏହା ମଧ୍ୟ ଓଡିଆ ଅସ୍ମିତା ପ୍ରସଙ୍ଗ । ଏଣୁ ଓଡିଆ ଭାଷାରେ କିଭଳି ଗୁଗୁଲ ସର୍ଚ୍ଚ କରାଯାଇପାରିବ ସେଥିôପାଇଁ ଉଦ୍ୟମ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ । ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ସାହିତ୍ୟ ଓ ଅସ୍ମିତା ପ୍ରସଙ୍ଗରେ ବକ୍ତବ୍ୟ ରଖି ଅସ୍ମିତା ଶବ୍ଦ ସଂକୀର୍ଣ୍ଣତା ଭାବେ ବ୍ୟବହାର ହେବା ଠିକ୍ ନୁହେଁ ବୋଲି କହିଥିଲେ । ସାହିତ୍ୟି ବ୍ୟକ୍ତି ଓ ସମାଜକୁ ପ୍ରଶସ୍ତ କରିଥାଏ ବୋଲି ସେ କହିଥିଲେ । ସଭାରେ ପ୍ରଫେସର ଡ. ପତି, ପଦ୍ମଶ୍ରୀ ଗୁରୁ, ଡ. ରଥ ଓ ନାଟ୍ୟଭୂଷଣ ଶ୍ରୀ ଛୁରିଆ ପ୍ରଫେସର ପୃଷେଠ୍‌ଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ପ୍ରଫେସର ନାରାୟଣ ପୃଷେଠ୍‌ଙ୍କ ରଚିତ ମୁଦ୍ରା ଓ ଅର୍ଥନୀତି ପୁସ୍ତକ ଏବଂ ଏକ ସ୍ମୃତିଅର୍ଘ୍ୟକୁ ଅତିଥି ମାନେ ଲୋକାର୍ପିତ କରିଥିଲେ । ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ ଲୋକାର୍ପିତ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସୁନୀଲ ମହାନ୍ତି, ପ୍ରଶାନ୍ତ ମହାକୁର ଓ ରଞ୍ଜିତ ମିଶ୍ର ସହଯୋଗ କରିଥିଲେ । ଶେଷରେ କବି ଓ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟକାର ସନାତନ ଠାକୁର, କବି ଭାଗିରଥି ମିଶ୍ର, ସୁଶାନ୍ତ ବାଗ, ସ୍ଥପତି ଅନ୍ତର୍ଯ୍ୟାମୀ ମେହେର, ମନୋରଞ୍ଜନ ସାହୁ, ମଧୁସୂଦନ ଦାଶ, ଚନ୍ଦ୍ରଭାନୁ ମୌଲାନା, ପ୍ରସନ୍ନ ମିଶ୍ର, ମଧୁସୂଦନ ନାୟକ, ମଳୟ ଦିଶ୍ରୀ, ଜୟକୁମାର ଆଚାର୍ଯ୍ୟ, ଆନନ୍ଦ ବଡପଣ୍ଡା, କୁଳମଣି ସାହୁ, ନବୀନ ନାଏକ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ପ୍ରଭାସ ପାଣିଗ୍ରାହୀ, ଅଖିଳ ଚନ୍ଦ୍ର ହୋତା, ବ୍ୟାସଦେବ ନନ୍ଦ, ସଞ୍ଜୀବ ନାଏକ, ଶ୍ରୀକାନ୍ତ ଶର୍ମା, ଗୋପାଳ ପ୍ରଧାନ, ଅରୁଣ ମିଶ୍ର, ଯୁଧିଷ୍ଠିର ମେହେର, ଶେଖ୍ ୱାହିଦ୍‌, ବିଜୟ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବାସୁଦେବ ସା, ସୁରେନ୍ଦ୍ର ନେଗୀ, ଶୁଭ୍ରାଂଶୁ ଶେଖର ପଣ୍ଡା, ରଘୁନନ୍ଦନ ସିଂ, କିଶୋର ମିଶ୍ର, ସୋମନାଥ ମିଶ୍ର, ବିନୋଦ କାଲସାଏ, ଅଭିଳାଷ ମେହେର ଓ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *