ପ୍ରଫେସର ଗଣେଶୀ ଲାଲଙ୍କ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ପରିଦର୍ଶନ

ବଡ଼ବିଲ: (ପ୍ରବାହ ନିୟୁଜ୍) ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସେରେଣ୍ଡା ସ୍ଥିତ , ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ପରିଦର୍ଶନ କରିବା ସହ ତୁଳସୀ ଅପା ଓ ଆଶ୍ରମର ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମହାମହିମ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମରେ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିବାଯୋଗୁ, ଆଦିବାସୀ ବିକାଶ ସମିତି ପରିସରରେ ହେବାକୁଥିବା ସାଧାରଣ ସଭା ବାତିଲ କରାଯାଇଥିଲା।
ଅପରାହ୍ନ ୧.୩୦ ମିନିଟ ସମୟରେ ମାନ୍ୟବର ରାଜ୍ୟପାଳଙ୍କ ପହଂଚିବାର କାର୍ଯ୍ୟକ୍ରମ ଥିବାବେଳେ ୨.୪୫ ମିନିଟ ସମୟରେ ଅର୍ଥାତ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହେବଯୋଗୁ, ମାନ୍ୟବର ରାଜ୍ୟପାଳ ଆଦିବାସୀ ବିକାଶ ସମିତି ପହଂଚିବାପରେ ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ସମୟ ଅଭାବ ଥିବାରୁ ୧୦ ମିନିଟ ମଧ୍ୟରେ ବିକାଶ ସମିତିର ଛାତ୍ରଛାତ୍ରୀ ମାନଙ୍କସହ ସିଧାସଳଖ କଥା ହେବା ସହ ସେମାନଙ୍କ ସହ ବର୍ତ୍ତାଳାପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଦିବାସୀ ବିକାଶ ସମିତିର ସଭାନେତ୍ରୀ ଦମୟନ୍ତୀ ସାମଲ, ସେରେଣ୍ଡା ପଂଚାୟତର ସରପଞ୍ଚ ଶ୍ରୀମତୀ ସୁସ୍ମିତା ସିଦ୍ଦୁ, ବଡ଼ବିଲ ସରକାରୀ ଡାକ୍ତରଖାନାର ମୁଖ୍ୟ ଡାକ୍ତର ସୌଭାଗ୍ୟରଶ୍ମିରଂଜନ ସାମଲ, ଜନାର୍ଦ୍ଦନ ସିଦ୍ଦୁ, ଧନୁର୍ଜୟ ସିଦ୍ଦୁ, ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀର ବରିଷ୍ଠ ଅଧିକାରୀ ବିଷ୍ଣୁ ଚରଣ ସ୍ୱାଇଁ, ଦେବୀପ୍ରସାଦ ମିଶ୍ର, ସୁଧୀର ବିଶ୍ୱାଳ, ସମାଜସେବୀ ପ୍ରତାପ କିଶୋର ଦାସ, ଅଶୋକ ପ୍ରଜାପତି, ସଞ୍ଜୟ ନାଏକ, ସୁବୋଧ ଦାସ, ଧରଣୀଧର ମହାନ୍ତ ଆଦିବାସୀ ବିକାଶ ସମିତିର ସମସ୍ତ କର୍ମକର୍ତ୍ତା ସହ ସ୍ଥାନୀୟ ଅଞ୍ଚଳର ଜନସାଧରଣଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।