ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

0
WhatsApp Image 2025-11-26 at 10.04.41 PM

ନୂଆଦିଲ୍ଲୀ,ପ୍ରବାହ ନ୍ୟୁଜ୍ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି।

ଏହି ଅବସରରେ, ପ୍ରଧାନମନ୍ତ୍ରୀ ଭାରତର ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟିକୁ ସ୍ମରଣ କରିଥିଲେ ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ ​​କରିବା ପାଇଁ ଦେଶର ସାମୂହିକ ଦାୟିତ୍ୱକୁ ଦୋହରାଇଥିଲେ।

ଶ୍ରୀ ମୋଦୀ ଗୋଟିଏ ଏକ୍ସ ପୋଷ୍ଟରେ ଲେଖିଛନ୍ତି: ‘‘ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ସମ୍ବିଧାନ ସଦନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଲି। ଏହି ଅବସରରେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟିକୁ ସ୍ମରଣ କରିବା ସହିତ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ ​​କରିବା ପାଇଁ ଦେଶର ସାମୂହିକ ଦାୟିତ୍ୱକୁ ଦୋହରାଇଛି।’’

Leave a Reply

Your email address will not be published. Required fields are marked *