ଖୋର୍ଦ୍ଧା ରେ ହେବାକୁ ଥିବା ଖୋର୍ଦ୍ଧାକପ ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀ
ଖୋର୍ଦ୍ଧା : ୦୩/୦୪/୨୦୨୧: ଚଳିତ ମାସ ୪ତାରିଖ ଠାରୁ ଠାରୁ ଖୋର୍ଦ୍ଧା କ୍ରିକେଟ ଆସୋସିଏସନ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ନିର୍ମିତ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା *ସର୍ବ ଭାରତୀୟ ଟି୨୦ ଓ ଖୋର୍ଦ୍ଧା କପ ପ୍ରିମିୟର ଲିଗ* ପାଇଁ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ସମେତ ଆସୋସିଏସନର ଉପ-ସଭାପତି ଜୟନ୍ତ ରାୟ, ସମ୍ପାଦକ ତଥା ଓସିଏ ର କୋଷାଧକ୍ଷ ବିକାଶ ପ୍ରଧାନ, ଯୁଗ୍ମ ସମ୍ପାଦକ ସମୀର ବଳିଆରସିଂ ଓ ଆସୋସିଏସନ ର କୋଷାଧକ୍ଷ ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିବା ବେଳେ
କୋଷାଧକ୍ଷ ଚଣ୍ଡୀ ଆଚାର୍ଯ୍ୟ ଚଳିତ ମାସ ୪ ତାରିଖରୁ ଖୋର୍ଦ୍ଧାକପ ଟି-୨୦ ରାତ୍ରିକାଳୀନ ତୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଆସନ୍ତା ୧୮ ତାରିଖରୁ ଖୋର୍ଦ୍ଧା ପ୍ରିମିୟର ଲିଗ ଆରମ୍ଭ ହେବ ଓ ଏହି ଟି-୨୦ ମ୍ୟାଚରେ ୮ଟି ଦଳ ଭାଗ ନେଇଥିବା ବେଳେ ରାଞ୍ଚି ରେଲୱେ ଟିମ ଓ ଦିଲ୍ଲୀ ସଚିବାଳୟର ଏକ ଦଳ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ୪ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହେଉଥିବା ଖୋର୍ଦ୍ଧା କପ କୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ସୟଦ ସବା କରିମ ଓ ଦେବାଶିଷ ମହାନ୍ତି ଉଦଘାଟନ କରିବେ ବୋଲି ଜଣାପଡିଛି । ଏହା ସହିତ ଟି-୨୦ ର ବିଜୟୀ ଦଳକୁ ଏକଲକ୍ଷ ଟଙ୍କା ଏବଂ ରନର୍ସ ଅପ ଦଳକୁ ପଚାଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ ପାଇଁ ସ୍ଥିର କରାଯାଇଛି । ସେହିପରି ପ୍ରିମିୟର ଲିଗରେ ବିଜୟ ଲାଭ କରିବା ଦଳକୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ରାଶି ସ୍ଥିର କରାଯାଇଥିବା ବେଳେ ଲିଗ ର ରନର୍ସ ଅପ ଦଳକୁ ଏକ ଲକ୍ଷ ଟଙ୍କା ଦିଆଯିବ ।
ଉଭୟ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ରାଉରକେଲା ର ବିଭିନ୍ନ ଦଳ ସହିତ ରାଜ୍ୟ ବାହାରୁ ରାଞ୍ଚି ଓ ଦିଲ୍ଲୀର ନିର୍ଦ୍ଧିଷ୍ଟ ଟିମ ଅଂଶ ଗ୍ରହଣ କରିବେ ଓ ଏହି ମ୍ୟାଚ ସହିତ ଆସନ୍ତା ୭ତାରିଖରେ ଓଡ଼ିଶା ରେଡ଼ ଓ ଓଡିଶା ଗ୍ରୀନ ନାମକ ଦୁଇ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ ଓ ଏହି ଉତ୍ସବରେ ଧାବିକା ଦୁତିଚାନ୍ଦ ଯୋଗ ଦେବାକୁ ନିଜର ସ୍ୱୀକୃତି ଦେଇଛନ୍ତି । ଉଭୟ ସିରିଜ ର ପତ୍ୟେକ ମ୍ୟାଚ ପ୍ରତ୍ୟହ ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।
ପରିଶେଷରେ ବିଧାୟକ ଶ୍ରୀ ମିତ୍ର ଖୋର୍ଦ୍ଧାରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ମାନଙ୍କ ପ୍ରଶଂସା କରିବା ସହିତ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ସର୍ବ ଭାରତୀୟ ସ୍ତରରେ ଏକ ନୂତନ ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ । ଆସୋସିଏସନର ଉପ-ସଭାପତି ଜୟନ୍ତ ରାୟ ସଭା କାର୍ଯ୍ୟ ପରିଚାଳନା କରିବା ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।