2022-23 ଆର୍ଥିକ ବର୍ଷ ପାଇଁ ଭାରତୀୟ ଷ୍ଟେଟ ବ୍ଯାଙ୍କର ଲକ୍ଷ୍ୟ

ଭାରତୀୟ ଷ୍ଟେଟ ବ୍ଯାଙ୍କ ସରକାର ସହିତ ସୁସମ୍ପର୍କକୁ ଅଗ୍ରାଧିକାର ଦେଇ ଆସୁଅଛି ଓ ‘ ମେକ ଇନ ଓଡିଶା ‘ କାର୍ଯକ୍ରମକୁ ସଫଳ କରିବା ପାଇଁ ଲକ୍ଷ୍ୟ ରଖିଛି ।ଏବେ ମୁମ୍ବାଇରେ ହୋଇଥିବା ଓଡିଶା ଇନଭେଷ୍ଟର ମିଟ 2022 ରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ର ଚେୟାରମେନ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟରେ ଆଲୋଚନା ହୋଇଥିଲା ଓ ଷ୍ଟେଟ ବ୍ଯାଙ୍କ ସରକାରଙ୍କ ଦ୍ଵାରା ପ୍ରାୟୋଜିତ ଋଣ ଯଥା ପିଏମଇଜିପି , ମୁଦ୍ରା ଇତ୍ୟାଦିରେ ସରକାରଙ୍କ ଦ୍ଵାରା ନିର୍ଧାରିତ ଲକ୍ଷ୍ୟ ହାସଲ କରିବାର ପ୍ରତିଶୃତି ଦେଇଥିଲା ।

ଓଡିଶାର ରପ୍ତାନି କ୍ଷେତ୍ରର ବିକାଶ ପାଇଁ ଷ୍ଟେଟ ବ୍ଯାଙ୍କ ବଡ ଯୋଜନା ରଖିଛି । ଚଳିତ ଆର୍ଥିକ ବର୍ଷ 2022-23 ରେ ଏହି କ୍ଷେତ୍ର ରେ 1000 କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି । ଏବେ ରପ୍ତାନି କ୍ଷେତ୍ରକୁ ବ୍ଯାଙ୍କ ଦେଇଥିବା ପାଣ୍ଠି ପରିମାଣ 300 କୋଟି ଟଙ୍କା ରହିଛି । ଏବର୍ଷ ସେଥିରେ 300 % ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ରପ୍ତାନୀରେ ଚିଙ୍ଗୁଡି , ସି ଫୁଡ ଓ କୃଷିଜାତ ସାମଗ୍ରୀ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା କହିଛନ୍ତି । ଏହା ବ୍ଯତୀତ , ଷ୍ଟ୍ରାର୍ଟ ଅପ , ରିୟଲ ଏଷ୍ଟେଟ , ଏସ ଏମ ଇ , ଇଥାନଲ ପ୍ରକଳ୍ପ ଓ ଧାର୍ମିକ ସ୍ଥଳରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ମଧ୍ୟ ଧ୍ୟାନ ଦେଉଛୁ । ଷ୍ଟାର୍ଟ ଅପ ଗୁଡିକ ଲାଗି ଉତ୍ସର୍ଗୀକୃତ ଶାଖା ସ୍ଥାପନ କରିବା ଲାଗି କଣ ସମ୍ଭାବନା ରହିଛି , ତା ଜାଣିବା ଲାଗି ବ୍ଯାଙ୍କ ରାଜ୍ୟରେ ବିଭିନ୍ନ ଶିଳ୍ପସଂଘ ସହ ମଧ୍ୟ ଆଲୋଚନା କରୁଛି । ରାଜ୍ଯରେ ସ୍ଥାପନ ହେଉଥିବା ଦୁଇଟି ପ୍ରକଳ୍ପକୁ ବ୍ଯାଙ୍କ ପାଣ୍ଠି ପ୍ରଦାନ କରିଛି । ଆଉ ତିନୋଟି ପ୍ରତିଷ୍ଠାନ ସହ ଆଲୋଚନା ଜାରି ରହିଛି । ସେହିପରି , ପୁରୀ ରେ ମଧ୍ୟ ତିନିଟି ହୋଟେଲ ସ୍ଥାପନ ପାଇଁ ବ୍ଯାଙ୍କ ପାଣ୍ଠି ପ୍ରଦାନ କରିଛି । ରିୟଲ ଇଷ୍ଟେଟ କ୍ଷେତ୍ରରେ ଷ୍ଟେଟ ବ୍ଯାଙ୍କ 3-4 ଟି ବଡ ବିଲଡର ସଂସ୍ଥାକୁ ପାଣ୍ଠି ପ୍ରଦାନ କରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଚଳିତ ଆର୍ଥିକ ବର୍ଷ 2022-23 ରେ ଏସ.ଏମ.ଇ କ୍ଷେତ୍ରକୁ ବ୍ଯାଙ୍କ 2000 କୋଟି ଟଙ୍କା ଓ ରିୟଲ ଇଷ୍ଟେଟ କ୍ଷେତ୍ରକୁ 1000 କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହା ବ୍ଯତୀତ ଅଗ୍ରିମରେ 15000 କୋଟି ଟଙ୍କା ଓ ଜମାରେ 40-50 ହଜାର କୋଟି ଟଙ୍କାର ବୃଦ୍ଧି ଆଣିବାକୁ ବ୍ଯାଙ୍କ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଏହି ପାର୍ବଣରେ ବ୍ଯାଙ୍କ ବ୍ୟକ୍ତିଗତ ଋଣ ଏକ୍ସପ୍ରେସ କ୍ରେଡିଟ ରେ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ଯେଉଁଥିରେ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ରିହାତି ରହିଛି । ସରକାରଙ୍କ ଯେତେସବୁ ସାମାଜିକ କଲ୍ୟାଣମୁଳକ କାର୍ଯକ୍ରମ ରହିଛି , ସେଥିରେ ଅଧିକରୁ ଅଧିକ ଲୋକଙ୍କୁ ଷ୍ଟେଟ ବ୍ଯାଙ୍କ ଯୋଡିବାପାଇଁ ଉଦ୍ୟମ କରୁଛି । ଏବେ ଓଡିଶାରେ ଷ୍ଟେଟ ବ୍ୟାଙ୍କର 885 ଶାଖା , 3400 ଏଟିଏମ ସହ ପ୍ରାୟ 10000 ଟଚ ପଏଣ୍ଟ ରହିଛି । ରାଜ୍ୟରେ ନିଜର ଉପସ୍ଥିତିକୁ ବଢାଇବା ଲାଗି ବ୍ଯାଙ୍କ ପକ୍ଷରୁ 3-4 ଟି ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ 20 ରୁ 25 ଟି ନୂଆ ଶାଖା ଖୋଲାଯିବ । ଏଥିପାଇଁ ଆବଶ୍ୟକୀୟ ଯୋଗାଯୋଗ ବ୍ୟବସ୍ଥାକୁ ବ୍ଯାଙ୍କ ଅପେକ୍ଷା କରି ରହିଛି । ଏହା ବ୍ଯତୀତ ଭୁବନେଶ୍ବର- କଟକ ଜାତୀୟ ରାଜପଥରେ ବ୍ଯାଙ୍କ ତିନୋଟି ନୂଆ ଶାଖା ସ୍ଥାପନ କରିବାକୁ ଯୋଜନା କରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ଯାଙ୍କ ସଦା ଅଗ୍ରଣୀ ରହିଛି । ରାଜ୍ଯରେ ଏବେ ହୋଇଥିବା ବନ୍ୟା ପରିସ୍ଥିତିରେ , ଆମ ବହୁ ଶାଖା ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ପହଞ୍ଚି ଅତ୍ୟାବଶ୍ୟକୀୟ ପଦାର୍ଥ ଯୋଗାଇଛନ୍ତି । ଏହାଛଡା , ଷ୍ଟେଟ ବ୍ଯାଙ୍କ ସବୁବେଳେ ଚାରାରୋପଣ , ସ୍ତ୍ରୀ ସଶକ୍ତିକରଣ ଆଦି କଲ୍ୟାଣମୁଳକ କାମରେ ସହଯୋଗ କରିଆସିଛି ।
ଶ୍ରୀ ଶର୍ମା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନିମ୍ନ ଲିଖିତ ଆୱାର୍ଡ ଘୋଷଣା କରି ଅଛନ୍ତି –
ବିଜୁ ପଟ୍ଟନାୟକ ଆୱାର୍ଡ ( ସାମାଜିକ ରିପୋର୍ଟିଂ ପାଇଁ )
ଆର କେ ତଲୱାର ଆୱାର୍ଡ ( ବିତ୍ତୀୟ ରିପୋର୍ଟିଂ ପାଇଁ )
କଳିଙ୍ଗ ଆୱାର୍ଡ ( କ୍ରିଡା ଓ ଯୁବ ବ୍ୟାପାର ରିପୋର୍ଟିଂ ପାଇଁ )
ଏହି ଆୱାର୍ଡ ପ୍ରତି ବର୍ଷ ଜାନୁଆରୀ 26 ରେ ଦିଆଯିବ । ବ୍ଯାଙ୍କ ରାଜ୍ୟର ଗରିବରୁ ଅତି ଗରିବ ମାନଙ୍କ ପାଖକୁ ପହଞ୍ଚି ସେମାନଙ୍କୁ ବ୍ଯାଙ୍କ ସେବା ପ୍ରଦାନ କରିବାକୁ ଚାହୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।