ଜେ.କେ ପୁର ଦୁର୍ଗାପୂଜା ପ୍ରସ୍ତୁତି

ରାୟଗଡ଼ ଜିଲ୍ଲା ଚାନ୍ଦିଲି ପଞ୍ଚାୟତ ଅନ୍ତର୍ଗତ ଜେ.କେ କାଗଜ କଳ ପକ୍ଷରୁ ଚଳିତ ବର୍ଷ ପୂଜାକୁ ନେଇ ପ୍ରସ୍ତୁତି ଚାଲିଛି । ପ୍ରାୟ ୫୦ବର୍ଷର ପରମ୍ପରା ଅନୁଯାୟୀ ଏହି ପୂଜାକୁ ଜେ.କେ କାଗଜ କଳ ପକ୍ଷରୁ ଆୟୋଜିତ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯେଉଁଭଳି ଭାବେ ଧୁମ୍ ଧାମରେ ପୁଜା ପାଲନ କରାଯିବ ସେ ନେଇ ସମସ୍ତ ପ୍ରସ୍ତୁତି ଜାରି ରୋହିଥିବା ଦେଖିବାକୁ ମିଳିଛି ।

ଆୟୋଜିତ ଏହି ପୂଜାରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଷ୍ଟଲ ରୋହିଥିବା ବେଳେ ମିନା ବଜାର, ବିଭିନ୍ନ ଖାଦ୍ୟ ସ୍ଟୋଲ ଅନ୍ୟାନ୍ୟ ଷ୍ଟଲ୍ ରୋହିଥାଏ । ସେହିଭଳି ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟଜନ କରାଯାଇଥାଏ । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ କଳାକାର ସମେତ ପଡଶୀ ରାଜ୍ୟ କଳାକାର ମଧ୍ୟ ଭାଗନେଇ ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି ।

ଏହି ପୂଜାରେ ବିଜୟ ଦଶମୀ ଦିନ ମୁଖ୍ୟ ଆକର୍ଷଣ ରହିଥାଏ ୭୦ଫୁଟର ରାବଣ ପଡ଼ି ଦେଖିବାକୁ ମିଳିଥାଏ । ଏହାକୁ ଦେଖିବା ପ୍ରାୟ ଜିଲ୍ଳା ଏବଂ ଜିଲ୍ଲା ବାହାରୁ ଲକ୍ଷ ଲକ୍ଷ ଲୋକଙ୍କ ସୋମଗୋମ ଦେଖିବାକୁ ମିଳିଥାଏ। ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନର ସହଯୋଗରେ ଉକ୍ତ ପୂଜାଟି ସୁରୁଖୁରୁରେ ପାଳନ ହେଉଥିବା ଜେ.କେ କାଗଜ କଳର ଲୋକ ସମ୍ପର୍କ ଅଧିକାରୀ ସ୍ମୃତି ରେଖା କର ସୂଚନା ପ୍ରଦାନ କରିଚୋନ୍ତି

Leave a Reply

Your email address will not be published. Required fields are marked *