ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରି ସମ୍ମାନିତ ହେଲା ଟିପିସିଓଡିଏଲ୍‌

ପ୍ରବାହ ନ୍ୟୁଜ୍ : ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରି ଟିପିସିଓଡିଏଲ୍ ସମ୍ମାନିତ। ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ। ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ। ଏହି ସମୟରେ ସମସ୍ତ ପୂଜା ମଣ୍ଡପକୁ ନିରନ୍ତର ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରିବା ଏକ ଆହ୍ୱାନ। ଏହି ସମୟରେ କିନ୍ତୁ ସମସ୍ତ ପୂଜା ମଣ୍ଡପକୁ ବିଦ୍ୟୁତ୍ ସଂଯୋଗ କରିବା ସହ ସାରା ସହରକୁ ସୁସଜ୍ଜିତ ଓ ଆଲୋକିତ କରିଥିଲା ଟିପିସିଓଡିଏଲ୍ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିପିସିଓଡିଏଲ୍ କୁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ ସମ୍ମାନିତ କରିବା ସହ ପୁରସ୍କାର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *

You may have missed