ରାଜଭବନରୁ ଓଡିଶାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ବୃକ୍ଷରୋପଣ ଶୁଭାରମ୍ଭ

ଭାରତୀୟ ଷ୍ଟେଟ ବ୍ଯାଙ୍କ, କର୍ପୋରେଟ ସାମାଜିକ ଦାୟୀତ୍ଵପାଳନ ଅନ୍ତର୍ଗତ, ସମଗ୍ର ଓଡିଶାରେ ୫୦୦୦୦ ବୃକ୍ଷରୋପଣର ଲକ୍ଷ୍ୟ ରଖି ଓଡିଶା ରାଜଭବନରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଆଜି ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ରାଜଭବନରେ ଓଡିଶାର ରାଜ୍ୟପାଳ ମହାମହିମ ଶ୍ରୀ ଗଣେଶୀ ଲାଲଙ୍କୁ ଭେଟି ରାଜ୍ୟସ୍ତରୀୟ ବୃକ୍ଷରୋପଣର ଶୁଭାରମ୍ଭ ସୂଚକ ଚାରାଗଛ ପ୍ରଦାନ କରିଥିଲେ। ଆଲୋଚନା କ୍ରମେ, ଶ୍ରୀ ଶର୍ମା ଓଡିଶାରେ ପରିବେଶ ସୁରକ୍ଷା ଓ ସଫଳ ବୃକ୍ଷରୋପଣ ନିମନ୍ତେ ଷ୍ଟେଟ ବ୍ୟାଙ୍କର ପ୍ରଚେଷ୍ଟା ଉପରେ ଆଲୋକପାତ କରିଥିଲେ । ରାଜ୍ଯପାଳ ଶ୍ରୀ ଲାଲ ଓଡିଶା ତଥା ଦେଶର ନିରନ୍ତର ଉନ୍ନତି ପାଇଁ ଷ୍ଟେଟ ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟୀତ୍ଵପାଳନର ପ୍ରଶଂସା କରିବା ସହ ବିଶ୍ଵ ତାପମାତ୍ରା ବୃଦ୍ଧିକୁ ମୁକାବିଲା କରିବା ନିମନ୍ତେ ସଫଳ ବୃକ୍ଷରୋପଣ ପାଇଁ ଭାରତୀୟ ଷ୍ଟେଟ ବ୍ଯାଙ୍କକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ବିଗତ ବର୍ଷ ମାନଙ୍କରେ ମଧ୍ୟ ଭାରତୀୟ ଷ୍ଟେଟ ବ୍ଯାଙ୍କ ବୃକ୍ଷରୋପଣର ଲକ୍ଷ୍ୟ ସଫଳତାର ସହ ହାସଲ କରି ଆସିଛି ।

Leave a Reply

Your email address will not be published. Required fields are marked *