ପିପିଲି ଉପ-ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ସ୍ଥଗିତ ହେଲା ପିପିଲି ନିର୍ବାଚନ

ଭୁବନେଶ୍ଵର:୧୪/୦୪/୨୦୨୧: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇ ଯାଇଛି। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ପଜେଟିଭ ଚିହ୍ନଟ ହେବା ପରେ ସଙ୍ଗରୋଧ ରେ ଥିଲେ, କିନ୍ତୁ ହଠାତ ଆଜି ଦ୍ୱିପ୍ରହର ସମୟରେ ସେ ଅସୁସ୍ଥ ଅନୁଭବ କରିବାରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଆଜି ଅପରାହ୍ନ ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି।

ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲ ଠାରେ କଂଗ୍ରେସ ନେତାଙ୍କ ଭିଡ ଜମିଛି। ଅଜିତଙ୍କ ଦେହାନ୍ତରେ ଡେଲାଙ୍ଗର ଆଂକୋଇ ଓ ସମଗ୍ର ପିପିଲି ସମେତ ତାଙ୍କ ଶୁଭେଛୁ ମହଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ କରାଯିବା ନେଇ ରାଜ୍ୟ ନିର୍ବାଚନ କମିଶନର ଏସ୍.କେ. ଲୋହାନି ସୂଚନା ଦେଇଛନ୍ତି। ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ଥିଲା। ସାନି ନିର୍ବାଚନ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ