ପି.ଏଫ୍.ଆଇ-ଭାରତର ମୁସଲିମ୍ ବ୍ରଦରହୁଡ୍

ମୁସଲିମ୍ ବ୍ରଦରହୁଡ ହେଲା ଏକ କଟ୍ଟରପନ୍ଥୀ / ଚରମପନ୍ଥୀ ଆନ୍ଦୋଳନ ଯାହା ଆର୍ନ୍ତଜାତୀକ ସ୍ତରର ଆର୍ଥିକ ସଂରଚନାକୁ ବହନ କରେ । ଏହା ଅତିଗୁପ୍ତ ଭାବରେ କାମ କରେ ଏବଂ ଏଥିପାଇଁ ନିଜର ପରିବର୍ତ୍ତନଶୀଳତା କୁ ଦର୍ଶାଏ । ମୁସଲିମ୍ ବ୍ରଦରହୁଡର ନିରବଚ୍ଛିନ୍ନ ଅସ୍ତିତ୍ବର କାରଣ ଖୋଜିଲେ ଆମେ ଜାଣି ପାରିବା ଯେ , ଏହାର ଆର୍ଥିକ ଓ ଅର୍ଥନୈତିକ ସଂରଚନା ଅତ୍ୟନ୍ତ ଗୋପନୀୟ ବିଷୟ । ଏହି ସଂସ୍ଥାର କାର୍ଯ୍ୟ ଶୈଳୀ ଏବଂ ଉଚ୍ଚାଭିଳାଷ ସବୁ ଏହାର ଆର୍ଥିକ ବ୍ୟବସ୍ଥା ଉପରେ ନିର୍ଭରଶୀଳ ଏବଂ ଏହା ବିନା ଏହାର ଅସ୍ତିତ୍ବ ଅସମ୍ଭବ । ମୁସଲିମ୍ ବ୍ରଦରହୁଡ କୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ଏଣୁ ତେଣୁ ସଂପୃକ୍ତ ହୁଏ ନାହିଁ ବରଂ ଏକ ସୁବ୍ୟବସ୍ଥିତ କାମ କରେ , କାହିଁକି ନା ଏହା ନିଜକୁ ଏକ ବୈଧ ସଂସ୍ଥା ଭାବରେ ନିଜର ପରିଚୟ ଦିଏ । ଇଜିପ୍ଟରେ ମୁସଲିମ୍ ବ୍ରଦରହୁତ ଏହା ପ୍ରତିଷ୍ଠା ଦିନଠାରୁ ଏହାର ନେତା ଏବଂ ପ୍ରତିଷ୍ଠାତା ମାନେ ଏକ ବିଶ୍ବସ୍ତରୀୟ ଅର୍ଥନୈତିକସିଷ୍ଟମ୍ ପାଇଁ କାମ କରିଆସୁଅଛି । ଆରମ୍ଭରୁ ଏହା ସଦସ୍ୟତା ଚାନ୍ଦା ଓ ଜକାତ୍ ଉପରେ ନିର୍ଭରଶୀଳ ଥିଲା । କାଳକ୍ରମେ ସଂସ୍କାର ସଂପ୍ରସାରଣ ପରେ ଦାଓ୍ବା ବ୍ୟବସ୍ଥାର ଆରମ୍ଭ ହେଲା , ଯାହା ଆୟର ଏକ ପ୍ରମୁଖ ସ୍ରୋତ ଭାବରେ ଉଭା ହେଲା । ଏହା ସମସ୍ତ ମସଜିଦ୍ ମଧ୍ୟ ଜକାତ୍ ଆଦାୟର କେନ୍ଦ୍ର ପାଲଟିଗଲା । ପ୍ରତ୍ୟେକ ଇସଲାମିକ ଅନୁଷ୍ଠାନ ମଧ୍ୟ ଚାନ୍ଦା ଆଦାୟର କେନ୍ଦ୍ର ଭାବେ ଉଭା ହେଲେ ଏବଂ ପ୍ରତ୍ୟେକ ମୁସଲିମ ବ୍ୟବସାୟୀ ଦାତବ୍ୟ ସଂସ୍ଥାକୁ ଚାନ୍ଦା ମଧ୍ୟ ଦେଲେ ।୧୯୫୦ ମସିହାରେ ଯେତେବେଳେ ପୋଲିସ୍‌ ଏବଂ ସୁରକ୍ଷା ସଂସ୍ଥା ଦ୍ବାରା ଦମନ କରିବା ଆରମ୍ଭ ହେଲା , ମୁସଲିମ୍ ବ୍ରଦରହୁତ ଅନ୍ୟ ଆରବଦେଶକୁ ଯିବା ପାଇଁ ବାଟ ଖୋଜିଲା ଯାହା ମୁଖ୍ୟତଃ ଖାଡି ଦେଶ ଥିଲା ।ମୁସଲିମ୍ ବ୍ରଦରହୁଡ ୟୁରୋପକୁ ମଧ୍ୟ ପ୍ରବେଶ କରିଥିଲା ଯାହାକି ମୂଳତଃ ମୁସଲିମ ସଂମ୍ପ୍ରଦାୟ ମାନଙ୍କ ଭିତରେ ନମାଜ ପାଠ ଉପରେ ସମନ୍ଵୟ ରକ୍ଷା ପାଇଁ କାମ କରୁଥିଲା ଯେପରି ମ୍ୟୁନିକ୍ ମସଜିଦ୍‌ । କାଳକ୍ରମେ ଏହା ସାର୍ବଜନୀନ ଭାବେ କାର୍ଯ୍ୟକଲା , ମୁଖ୍ୟତଃ ୧୯୯୦ର ଆରମ୍ଭରେ ଯେତେବେଳେ ଅନେକ ଗୁଡିଏ ଇସଲାମିକ ଗୋଷ୍ଠୀ ସବୁ ସୃଷ୍ଟି ହେଲା , ଯାହାକି ସେମାନଙ୍କ ସାଂସ୍କୃତିକ ଓ ସାମଜିକ ଦାୟୀତ୍ବର ପରିସର ବାହାରେ ଥିଲା , ସେମାନଙ୍କ ମଧ୍ୟରୁ ଅନେକ କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ସାଧନରେ ଲାଗି ପଡିଲେ , ଯାହା ମୁଖ୍ୟତଃ ହଲାଲ୍ ବ୍ୟବସାୟ ଭାବରେ ଜଣାଶୁଣା । କାଳକ୍ରମେ ଏହି ଆଂଚଳିକ ସହାୟକ ଗୋଷ୍ଠୀ ମାନଙ୍କର ରାଜକୋଷ ଅହେତୁକ ବୃଦ୍ଧି ପାଇଲା ମୁସଲିମ୍ ସଂପ୍ରଦାୟ ଉପରେ ଏହାର ବିଶେଷ ପ୍ରଭାବ ଯୋଗୁଁ ମୁସଲିମ୍ ବ୍ରଦରହୁତ୍ ଅନେକ ୟୁରୋପ ଦେଶରେ ମାନବୀୟ ସହାୟତା ଆଳରେ ନୀରବଚ୍ଛିନ ଓ ଆଖିଦୃଶିଆ ଭାବେ ପାଂଣ୍ଠି ଯୋଗାଡରେ ଜଡିତ ଥିବା ବିଶ୍ବାସ କରାଯାଏ । ପ୍ରଥମେ ସେମାନେ ବହୁଳଭାବରେ ମାନବୀୟ କାର୍ଯ୍ୟରେ ନିୟୋଜିତ ରହି ସହାନୁଭୂତି ସାଉଁଟନ୍ତି , ତାଙ୍କର ସାମାଜିକ କାର୍ଯ୍ୟକୁ ଲୋକଲୋଚନକୁ ଆଣି ପାଣ୍ଠି ଯୋଗାଡ କରନ୍ତି ଓ ପରବର୍ତ୍ତୀ ଅବସ୍ଥାରେ ସେହି ପାଣ୍ଠିକୁ ସେମାନେ ଆତଙ୍କବାଦୀ କାର୍ଯ୍ୟରେ ବିନିଯୋଗ କରନ୍ତି । ମୁସଲିମ୍ ବ୍ରଦରହୁଡ୍‌କୁ ଅଷ୍ଟ୍ରିୟା ନିଜ ଦେଶରୁ ବିତାଡିତ କରିସାରିଛି , ଜର୍ମାନୀ ମଧ୍ୟ ସମାନ ନୀତି ଆପଣେଇଛି । ଆମ ଭାରତରେ ପି.ଏଫ୍.ଆଇ. ମଧ୍ୟ ସମାନ ବିଚାର ଧାରାକୁ ଆପଣେଇ ସମାନ ପଦାନୁସରଣ କରୁଛି , ଯାହା ମୁସଲିମ୍ ବ୍ରଦରହୁତ୍ କରି ଆସିଛି । ପି.ଏଫ୍.ଆଇ. ସମାଜ ସେବାର ମୁଖା ଆଢୁଆଳରେ ରହି ଅନ୍ୟ ଉଦ୍ଦେଶ୍ୟ ସାଧନ ପାଇଁ ଚେଷ୍ଟା କରେ , ତଥାପି ଏହାର ବିଭିନ୍ନ ହିଂସାତ୍ମକ କାର୍ଯ୍ୟରେ ସଂପୃକ୍ତ ପାଇଁ ମଝିରେ ମଝିରେ ଏହାର ମୁଖା ଖୋଲିଯାଏ । ମୁସଲିମ୍ ବ୍ରଦରହୁତ୍‌ , ସାଉଦୀ ଆରବ ଓ ଅନ୍ୟ ଦେଶ ମାନଙ୍କଠାରୁ ଆର୍ଥିକ ପ୍ରତିବନ୍ଧର ସାମନା କରି ସାରିଲାଣି । ଯେଉଁମାନେ ନିଜ ନାଗରିକ ମାନଙ୍କଠାରୁ ଆର୍ଥିକ ସାହାଯ୍ୟର ବାଟ ବନ୍ଦ କରିବାପାଇଁ ଆଗେଇ ଆସିଲେଣି । ଏହି ସବୁ ସାହାଯ୍ୟ ମୁଖ୍ୟତଃ ଅନଲାଇନ ମାଧ୍ୟମରେ ଆସିଥାଏ । ସାଉଦୀ ଆରବ , ଜକାତର ନକଦି ଦାନକୁ ନିଷିଦ୍ଧ କରିଛି , ଯାହାକି ମୁସଲିମ୍ ବ୍ରଦରହୁତ୍ ଭଳି ସଂସ୍କାର ଆୟର ମୁଖ୍ୟ ସ୍ରୋତ ଅଟେ । ପି.ଏଫ୍.ଆଇ. କୁ ଭାରତର ମୁସଲିମ୍ ବ୍ରଦର ହୁଡ୍‌ର ଆଖ୍ୟାଦିଆଯାଇପାରେ । ଭାରତ ଯେପରି ଇଜିପ୍ଟ ଓ ଫ୍ରାନ୍ସ ଭଳି ଦଶା ଭୋଗ ନକରେ ସେଥିପାଇଁ ପି.ଏଫ୍.ଆଇ. ବିରୋଧରେ କଠିନ ପଦକ୍ଷେପର ଆବଶ୍ୟକ ଏକାନ୍ତ ଜରୁରୀ ହୋଇପଡିଥିଲା ।
( କଶୀଶ୍ ୱାରସୀ , ରାଷ୍ଟ୍ରୀୟ ପ୍ରବକ୍ତା , ସୁଫୀ ଇସଲାମିକ ବୋର୍ଡ )

Leave a Reply

Your email address will not be published. Required fields are marked *