ପିଏଫ୍ ଆଇ. ନିଷିଦ୍ଧ ହେବା ଠିକ୍ ନା ଭୁଲ୍

•ମନସୁର ଖାନ୍ ,ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସଂସ୍ଥାପ ,ସୁଫୀ ଇସଲାମିକ ବୋର୍ଡ
(ପ୍ରବାହ ନୀୟୂଜ)-ସେପ୍ଟେମ୍ବର ୧୧ ଆକ୍ରମଣ ଘଟଣା ପରେ କତର ର ପ୍ରସିଦ୍ଧ ଇସଲାମିକ ବିଦ୍ବାନ ୟୁସୁଫ୍ କାଦରୀ କହିଥିଲେ କି ସମସ୍ତ ମୁସଲମାନ ମାନଙ୍କୁ ଏକାଠି ହେବାକୁ , ସେମାନଙ୍କ ବିରୋଧରେ ଯେଉଁମାନେ ନିର୍ଦ୍ଧିଷ ମାନଙ୍କୁ ଭୟଭୀତ କରି ଏବଂ ଅଜାଣତରେ ସାଧାରଣ ଜନତାଙ୍କ ମୃତ୍ୟୁର କାରଣ ସାଜୁଛନ୍ତି । ଇସଲାମ ଧର୍ମରେ ରକ୍ତପାତ , ସମ୍ପତ୍ତି ନଷ୍ଟକୁ ତୀବ୍ରଭାବରେ ନିଷିଦ୍ଧ କରାଯାଇଛି ।
ଏହିସବୁ ଘଟଣାରେ ପ୍ରକୃତ ଦୋଷୀ ମାନଙ୍କ ଓ ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଉସୁକାଉଥିବା , ପାଣ୍ଠି ଦାନ କରୁଥିବା ବା ଅନ୍ୟାନ୍ୟ ସାହାଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯିବା ଉଚିତ୍ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏହା ଜଣେ ପ୍ରକୃତ ମୁସଲମାନର ଦାୟୀତ୍ଵ । ଦୁଇ ଦଶନ୍ଧି ତଳେ କୁହାଯାଇଥିବା ଏହି ଉକ୍ତ ଗୁଡିକରେ ଯଥାଥାତା ବର୍ତମାନ ମଧ୍ୟ ଜଣାପଡ଼ୁଛି । ଅଲକାଏଦାକୁ ତାଲିବାନ ଅନୁସରଣ କଲା ଓ ତାଲିବାନ ପରେ ଇସଲାମିକ ଷ୍ଟେଟ୍ , ଏହି ସମସ୍ତ ସଂସ୍ଥା ଗୁଡିକ ହେଲେ ବିଦେଶୀ ଓ ଭାରତ ଉପରେ ଏମାନଙ୍କ ବିଶେଷ ପ୍ରଭାବ ଦେଖାଯାଏନାହିଁ । କିନ୍ତୁ ଯେତେ ପ୍ରକାରର ଅପରାଧ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଅଛି ସେ ସବୁ ଜାଗାରେ ପି.ଏଫ୍.ଆଇର ପରିଚୟ ମିଳେ । ୨୦୦୬ ମସିହାରେ ମସିହାରେ ଏନ.ଡି. ଏଫ୍ , କର୍ଣାଟକ ଫୋରମ ଫର ଡିଗନିଟି ଏବଂ ମନଧିର ପରାଶାଇ , ତାମିଲନାଡୁ ର ବିଲୟ ପରେ ପିଏଫଆଇ ପୂର୍ଣ ରୁପକୁ ଆସିଥିଲା । ପି.ଏଫ.ଆଇ ର ଅନେକ ନେତାଙ୍କ ପୃଷ୍ଠଭୂମି SIMI ଅଟେ । ଆଜିର ସ୍ଥିତିରେ ଯେତେବେଳେ ଅନେକ ଗୁଡିଏ ଧାର୍ମିକ ଗଣ୍ଡଗୋଳ ଓ ଆତଙ୍କୀ ସଂସ୍ଥା ମାନଙ୍କର ତନାଘନା ହେଉଛି , ଗୋଟିଏ ନାମ ସବୁ ଜାଗାରେ ଦେଖିବାକୁ ମିଳେ ତାହା ହେଲା ପି.ଏଫ.ଆଇ । ପି.ଏଫ୍.ଆଇ ଏହାର ପ୍ରତିଷ୍ଠା ଦିନଠାରୁ ବିଭିନ୍ନ ଦଂଗା ଓ ରାଜନୈତିକ ହତ୍ୟାକାଣ୍ଡରେ ସଂପୃକ୍ତ । ଏହା କେରଳ ରାଜ୍ୟରେ ଅନ୍ୟନ୍ୟ ୩୦ଟି ରାଜନୈତିକ ହତ୍ୟାରେ ସଂପୃକ୍ତ ଥିବାର ଜଣା ଯାଏ । CAA ର ବିରୋଧ , ଦକ୍ଷିଣପୂର୍ବ ଦିଲ୍ଲୀ ଦଙ୍ଗା ଏବଂ ୨୦୧୮ ବେଆଇନ ବିଦେଶୀ ପାଣ୍ଠି ମାମଲାରେ ପି.ଏଫ୍.ଆଇର ସଂପୃକ୍ତର ଅନୁସନ୍ଧାନ ଚାଲିଛି ।
ବର୍ତ୍ତମାନ ସ୍ଥିତିରେ ଏହାର ଅଧ୍ୟକ୍ଷ ଓ.ଏମ୍ .ଏ ସଲାମକୁ କେରଳ ଇଲେକ୍ଟ୍ରିଶିଟି ବୋର୍ଡ ଦ୍ବାରା ଗୁରୁତର ହେରଫେର ଓ ୧୨୦ କୋଟି ଟଙ୍କାର ହଓ୍ବାଲା କାରବାର ପାଇଁ ତଦନ୍ତ ପରିସରକୁ ଆସିଛି । ଯେତେବେଳେ ଅଲ – କାଏଦା , ଯୁକ୍ତରାଷ୍ଟ୍ର ଆମେରିକାରେ ନିଜର କାୟା ବିସ୍ତାର କରୁଥିଲା , ଆମେରିକା ପ୍ରଶାସନ ଚୁପ୍ ବସିଥିଲା ଓ ଗୁଇନ୍ଦା ସଂସ୍ଥା ମାନଙ୍କର ଚେତାବନୀକୁ ମଧ୍ୟ ଅଣଦେଖା କରିଥିଲା , ଯାହାଫଳରେ ତାହାକୁ ବହୁତ ବଡ ପରିଣାମ ଭୋଗିବାକୁ ପଡିଥିଲା । ଏହି ସବୁ ଉଦାହରଣରୁ ଶିକ୍ଷା ଲାଭକରି ଭାରତ ସରକାର ପି.ଏଫ.ଆଇ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ସରକାରଙ୍କ ଏହି ସତର୍କତା ପୂର୍ବକ ପଦକ୍ଷେପ ଏହି ଚରମପନ୍ଥୀ ସଂସ୍କୃ ଉପରେ ଲଗାମ କଷିଛି ଯାହା ସର୍ବସାଧାରଣରେ ସ୍ବାଗତ ଯୋଗ୍ୟ ଅଟେ ।
✍️… ( ମନସୁର ଖାନ୍ , ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସଂସ୍ଥାପକ , ସୁଫୀ ଇସଲାମିକ ବୋର୍ଡ )