ସାବେରୀ ଗ୍ରାମକୁ ରାସ୍ତା ପାଇଁ ପିପୁଲସ ଫୋରମର ଦାବୀ

0
WhatsApp Image 2025-11-26 at 06.24.19_bf82cdb1

କନ୍ଧମାଳ, ପ୍ରବାହ ନ୍ୟୁଜ୍ : ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ପଞ୍ଚାୟତ ର ସାବେରୀ ଗାଁ କୁ ଦୀର୍ଘ ୮୫ ବର୍ଷ ହେଲା ପଥୁରିଆ ଜଙ୍ଗଲିଆ ରାସ୍ତା ରହିଁଛି!ଏହି ଗ୍ରାମକୁ ସରକାରୀ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଅସମ୍ଭବ! ଗାଁକୁ ସ୍ୱାସ୍ଥ୍ୟ, ଅଗ୍ନିଶମ, ପୋଲିସ ଗାଡି, ଯୋଗାଣ ବିଭାଗ ଗାଡି ଯାଏ ନାହିଁ! ଲୋକେ ଖାନ୍ଦରେ ବୋହିବହି ଜିନିଷ ପତ୍ର ନିୟନ୍ତି! ଫିରଙ୍ଗିଆ ବ୍ଲକ ଦ୍ଵିତୀୟ ବୃହତ ବ୍ଲକ! ୨୨ ଟି ପଞ୍ଚାୟତ କୁ ନେଇ ବ୍ଲକ ଗଠିତ! ଦୀର୍ଘ ୭୮ ବର୍ଷ ପରେ ମଧ୍ୟ୍ୟ ରାସ୍ତା ଟିଏ ଉପଲବ୍ଧ ହୋଇପାରି ନାହିଁ!ସାବେରୀ ଗ୍ରାମରେ ଉନ୍ନୟନ ଅଫିସର ଙ୍କ ପାଦ ପଡି ନାହିଁ! ସରପଞ୍ଚ ମାନେ ଦାବୀ କରୁଥିଲେ ମଧ୍ୟ୍ୟ ସ୍ୱଳ୍ପ ପାଣ୍ଠି ଯୋଗୁଁ ରାସ୍ତା ହୋଇପାରୁନାହିଁ! ଜିଲ୍ଲାପରିଷଦ ରେ ମଧ୍ୟ୍ୟ ସଭ୍ୟ ପ୍ରଶ୍ନ୍ ପ୍ରଶ୍ନ୍ କଲେ ମଧ୍ୟ୍ୟ କେହି ଶୁଣୁ ନାହାନ୍ତି! ୧୯୮୦ ରୁ ବିଧାୟକ ଓ ସାଂସଦ ପାଣ୍ଠି ର ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏହି ଗ୍ରାମକୁ ରାସ୍ତା ପାଇଁ ଟଙ୍କାଟିଏ ମିଳି ନାହିଁ!

ସିସି ରୋଡ଼ ଯୋଜନାରେ, କିମ୍ବା ଆରଡ଼ି ବିଭାଗ ରୁ ମାଟି ରାସ୍ତା ପାଇଁ ମାଟି ଡଲାଏ ମଧ୍ୟ ପଡି ନାହିଁ! ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ର ଦୃଷ୍ଟି ଆଢୁଆଳରେ ଥିବାବେଳେ ଜଙ୍ଗଲ ବିଭାଗ କିମ୍ୱା ସମ୍ମନ୍ୱିତ ଆଦିବାଦୀ ଉନ୍ନୟନ ସଂସ୍ଥା ପକ୍ଷରୁ ରାସ୍ତା ହୋଇପାରିନାହିଁ! ସାବେରୀ ଗ୍ରାମକୁ ଜଙ୍ଗଲ ବିଭାଗ, ଆର ଡ଼ି ବିଭାଗ, ଉନ୍ନୟନ ସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ ପାଇଁ କନ୍ଧମାଳ ପିପୁଲସ ଫୋରମ ର ସଭାପତି ରାଧାମୋହନ ମହାପାତ୍ର ଓ କନଭେନର ସୁନୀଲ ପଟ୍ଟନାୟକ ଦାବୀ କରିଛନ୍ତି

Leave a Reply

Your email address will not be published. Required fields are marked *