ମାଟି ପ୍ରତି ମମତା ନ ଥିବା ପ୍ରାର୍ଥୀମାନଙ୍କୁ ଲୋକେ ଚିହ୍ନନ୍ତୁ ଓ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତୁ : ଗୋପାଳକି

ବଲାଙ୍ଗିର(ପ୍ରବାହ ନ୍ୟୁଜ୍) : ବଲାଙ୍ଗୀର ରେ ଆଜି ପର୍ଯ୍ୟନ୍ତ ଯେତିକି ଲୋକ ପ୍ରତିନିଧି ନିର୍ବାଚନ ଲଢିଛନ୍ତି ,ସେମାନେ କେହି ବି ବଲାଙ୍ଗୀର ର ସମସ୍ୟା ଓ ଆର ସମାଧାନ ପାଇଁ ମାର୍ଗ ଖୋଜିନାହାନ୍ତି। ଜନ ସମସ୍ୟାକୁ ଜନ ଆନ୍ଦୋଳନ ପର୍ଯ୍ଯାୟକୁ ନେବାର ଉଦ୍ୟମ କରିନାହାନ୍ତି। ଏପରିକି ସମସ୍ୟାର ଆଲୋଚନା ପାଇଁ ଆଗେଇ ଆସି ନାହାନ୍ତି। ବରଂ ସବୁବେଳେ ପଛ ଘୁଞ୍ଚାଇ ଆସିଛନ୍ତି। ସେଥିପାଇଁ ବଲାଙ୍ଗୀର ଆଜି ସମସ୍ୟା ବହୁଳ ହୋଇ ପଡିରହିଛି।ଏପରି ମାଟି ପ୍ରତି ମମତା ନ ଥିବା ପ୍ରାର୍ଥୀମାନଙ୍କୁ ଲୋକେ ଚିହ୍ନନ୍ତୁ ଓ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଭାଜପା ବିଧାନସଭା ପ୍ରତ୍ୟାଶୀ ଗୋପାଳଜୀ ପାଣିଗ୍ରାହୀ । ଆଜି ଦେଓଗାଁ ବ୍ଲକ ର ବିଭିନ୍ନ ଗ୍ରାମ ଭୀମଡୁଙ୍ଗୁରୀ,ବଡବାହାଲ,ବନ୍ଧପାଲି,ଗୁଡଖାପଲା,ଅର୍ଜୁନପୁର,ତାଲବନ୍ଧ, ପ୍ରଭୃତି ଗ୍ରାମକୁ ଯାଇ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ମାନେ ଆସନ୍ତା କାଲି ଏକ ରେଡିଓ ଜନମଞ୍ଚ ବାତିଲ ହୋଇଥିବା ବିଷୟରେ ମତ ଦେଇ ବଲାଙ୍ଗୀର ରେ ନିର୍ବାଚନ ପୂର୍ବ ଜନମତ ର ଜନମଞ୍ଚ କାର୍ଯ୍ୟକ୍ରମ ରେ ଭାଗନେଇ ଲୋକଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ କିପରି ପଛଘୁଞ୍ଚା ଦେଇଛନ୍ତି ତାହା ଲୋକଙ୍କୁ ବୁଝାଇ ଭାଜପା ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।