ଟିପିସିଓଡିଏଲ୍ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ

ଭୁବନେଶ୍ୱର: ଟିପିସିଓଡିଏଲ୍-ଦକ୍ଷତା ବିକାଶ କେନ୍ଦ୍ର (ଏସ୍ଡିସି) ହେଉଛି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ନୂତନ ପ୍ରଥାକୁ ନେଇ ଦକ୍ଷତା ବିକାଶ ଓ ବୈଷୟିକ ତାଲିମ ପ୍ରଦାନ କରିବାର ଏକ ଉଦ୍ୟମ । ଭୁବନେଶ୍ୱର ୧ ବିଦ୍ୟୁତ ସର୍କଲ୍ରେ କାର୍ଯ୍ୟ କରୁଥିବା ନିଜ କର୍ମଚାରୀମାନଙ୍କ ପାଇଁ କଂପାନି ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଏହାର ପ୍ରଥମ ତାଲିମକେନ୍ଦ୍ର ଉଦଘାଟନ କରାଯାଇଛି ।

ନିଜର ସମସ୍ତ କମର୍ଚଚାରୀଙ୍କ ଜ୍ଞାନ ଓ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ନିଜ ଲାଇସେନ୍ସପ୍ରାପ୍ତ କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ଅନ୍ୟ ଚାରିଟି ବିଦ୍ୟୁତ ସର୍କଲରେ ଏଭଳି ଗୋଟିଏ ଲେଖାଏଁ କେନ୍ଦ୍ର ସ୍ଥାପନ କରିବାକୁ ଟିପିସିଓଡିଏଲ୍ ଯୋଜନା ରଖିଛି ।
କଂପାନିର ଏହି ନିଜସ୍ୱ ଦକ୍ଷତା ବିକାଶ କେନ୍ଦ୍ର ଉଭୟ ଟିପିସିଓଡିଏଲ୍ ଓ ଏହାର ବ୍ୟବସାୟ ସହଯୋଗୀଙ୍କ ଶ୍ରମଶକ୍ତି ଓ ବୈଷୟିକ କର୍ମଚାରୀମାନଙ୍କ ମଧ୍ୟରୁ ଯେଉଁମାନେ ବୈଷୟିକ ପ୍ରଶିକ୍ଷଣ ଓ ବିକାଶ ସୁଯୋଗରୁ ବଂଚିତ ରହିଛନ୍ତି ସେମାନଙ୍କ ପାଇଁ ଏକ ଶ୍ରେଷ୍ଠ ମଂଚ ସାବ୍ୟସ୍ତ ହେବ । ନିଜର ସାମଗ୍ରିକ ଦକ୍ଷତାକୁ ଶାଣିତ କରିବାଲାଗି ନୂଆ ପ୍ରକ୍ର୍ରିୟା ଓ ପ୍ରଯୁକ୍ତିକୁ ଶିଖିବା ଓ ପ୍ରଥାକୁ ଜାଣିବାରେ ତାହା ଗ୍ରାମାଂଚଳର ଶ୍ରମଶକ୍ତିଙ୍କ ପାଇଁ ସହାୟକ ହେବ । ଏହି ଦକ୍ଷତା ଉନ୍ନତରକରଣ ପ୍ରକ୍ର୍ରିୟା ଦ୍ୱାରା ଶ୍ରମଶକ୍ତି ଦୃଢ଼ ହେବ ଯାହା ଗ୍ରାମୀଣ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିପାରିବ ।

ସୈନିକ ସ୍କୁଲ ପିଏସ୍ଏସ୍ରେ ସ୍ଥାପନ କରାଯାଇଥିବା ଏହି ଏସ୍ଡିସି ହେଉଛି ଏହିଭଳି ପ୍ରଥମ କେନ୍ଦ୍ର ଯାହା ଆଗାମୀ କେନ୍ଦ୍ରଗୁଡ଼ିକ ପାଇଁ ମାନଦଣ୍ଡ ଧାର୍ଯ୍ୟ କରିବ । ବିତରଣ ବ୍ୟବସାୟର ସବୁ ପ୍ରକାର ବୈଷୟିକ ଓ ସୁରକ୍ଷା ସମ୍ପର୍କିତ ଦକ୍ଷତା ଓ ପ୍ରଥାର ଆବଶ୍ୟକତା ପୂରଣ କରିବାଭଳି ଏହି କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି । ଏହି କେନ୍ଦ୍ରରେ ଶ୍ରେଣୀଗୃହ ତାଲିମ, ଉପକରଣ ଓ ଯନ୍ତ୍ରାଂଶ ପ୍ରଦର୍ଶନ କରିବାଲାଗି ବ୍ୟବସ୍ଥା ରହିଛି । ଏହି ଏସ୍ଡିସିରେ କର୍ମଚାରୀମାନେ ବିତରଣ ନେଟ୍ୱର୍କ, ଉପକରଣ ଏବଂ ମିଟରକୁ ନେଇ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ପାଇପାରିବେ ।
କଂପାନିର ପ୍ରଶିକ୍ଷାର୍ଥୀ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଟିପିସିଓଡିଏଲ୍-ଏସ୍ଡିସିକୁ ଟାଟା ପାୱାର କମ୍ପାନୀ ଲିମିଟେଡ୍ର ଏମ୍ଡି ଓ ସିଇଓ ଡକ୍ଟର ପ୍ରବୀର ସିହ୍ନା ଓ ଟିପିସିଓଡିଏଲ୍ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ୍ ଉଦ୍ଘାଟନ କରିଛନ୍ତି ।
ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଆମ ସଂସ୍ଥାର ସଂସ୍କୃତି ହେଉଛି ପ୍ରଯୁକ୍ତି ଜରିଆରେ ଆଗକୁ ବଢ଼ିବା ଏବଂଏହି ସଂସ୍କୃତି ପାଇଁ କର୍ମଚାରୀଙ୍କ ଦକ୍ଷତାରେ ଉନ୍ନତି ଅପରିହାର୍ଯର୍୍ୟ ହୋଇପଡ଼ିଛି । ଏହି ଅଭିଯାନ ପାଇଁ ମୁଁ ଟିପିସିଓଡିଏଲ୍ ଟିମ୍କୁ ଧନ୍ୟବାଦ ଜଣାଉଛି । ଆବଶ୍ୟକ ଜ୍ଞାନ ସହ ସମସ୍ତ ସୁରକ୍ଷା ପ୍ରଥାକୁ ଯୋଡ଼ିବା ଆମର କର୍ମଚାରୀମାନଙ୍କୁ ରାଜ୍ୟ ଭିତରେ ଦୃଢ଼ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାରେ ସହାୟକ ହେବ ।’’
ଶ୍ରୀଯୁକ୍ତ ଏମ୍ ସେନବାଗମ୍ କହିଛନ୍ତି ଯେ, “ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଉତମ ଗ୍ରାହକ ସେବାକୁ ନିଶ୍ଚିତ କରିବାଲାଗି ଆମର ଦକ୍ଷତାଗୁଡ଼ିକରେ ନିୟମିତ ବ୍ୟବଧାନରେ ଉନ୍ନତି ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସବୁ ସମୟରେ ଆମର ସେବା ପ୍ରତିଟି ଗ୍ରାହକଙ୍କୁ ଦୃଶ୍ୟମାନ ହେଉଛି । ସେମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବାଲାଗି ଆମର ଶ୍ରମଶକ୍ତି ପାଖରେ ଶ୍ରେଷ୍ଠ ଶ୍ରେଣୀର ଦକ୍ଷତା ରହିବା ଆବଶ୍ୟକ । ନିଯୁକ୍ତି ଭୂମିକାରେ ଉଚ୍ଚ ଦକ୍ଷତା ହାସଲ କରିବାଲାଗି ଆମ କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।’’