ବଜ୍ରକାପ୍ତା କାତି ସହ ଦୁଇଜଣ ଗିରଫ

ଖୋର୍ଦ୍ଧା : ୧୭/୧୧(ପ୍ରବାହ ନିଉଜ୍) ଫତେଗଡ ଥାନା ଅନ୍ତର୍ଗତ ଧଳାପଥର ଅଞ୍ଚଳରେ ବଜ୍ରକାପ୍ତା କାତି ବିକ୍ରି କରୁଥିବା ସମୟରେ ଦୁଇ ଭାଇଙ୍କୁ ମାଡି ବସିଲା ଖୋର୍ଦ୍ଧା ବନବିଭାଗ । ଗିରଫ ଦୁଇ ଭାଇ ହେଲେ ନୟାଗଡ଼ ଫତେଗଡ଼ ଥାନା ଶାଳବଣି ନିଳକଣ୍ଠପୁର ଗ୍ରାମର ରାଜକିଶୋର ଖୁଣ୍ଟିଅ। ଓ ଗୁଣ୍ଡିଚା ଖୁଣ୍ଟିଅ। । ଜବତ ହୋଇଥିବା କାତିର ଓଜନ ପ୍ରାୟ ୩କେଜି ରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି । ସୂଚନା ମୁତାବକ ଗତକାଲି ରାତିରେ ଅଭିଯୁକ୍ତ ଦୁଇଭାଇ ନୟାଗଡ଼ ଭାପୁର ଜଙ୍ଗଲରୁ ଏକ ଜୀବିତ ବଜ୍ରକାପ୍ତାକୁ ଧରିବା ପରେ ତାକୁ ବିକ୍ରି ପାଇଁ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଜଣଙ୍କ ସହିତ ଡିଲ କରାଯାଇଥିବା ବେଳେ ଯୋଜନା ମୁତାବକ ଗତକାଲି ବିକ୍ରି କରିବା ପୂର୍ବରୁ ବଜ୍ରକାପ୍ତାର ମୃତ୍ୟୁ ହୋଇଥିବାରୁ ତାର କାତିକୁ ଏକ ବସ୍ତାରେ ପୁରାଇ ଧଳାପଥର ବଜାର ନିକଟରେ ଆସାମୀ ଦୁଇଜଣ ଠିଅ। ହୋଇଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି ।  ଏମାନଙ୍କୁ ଅଧିକ ଜେରା କରିବା ସହିତ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ଏନେଇଁ ସୂଚନା ଦେଇଛନ୍ତି ଖୋର୍ଦ୍ଧା ବନଖଣ୍ଡ ଏସ.ସି.ଏଫ ଅସିତ ମିଶ୍ର ।

Leave a Reply

Your email address will not be published. Required fields are marked *