ପଞ୍ଚାୟତ ଫୁଟବଲ ଖେଳ ଆରମ୍ଭ

କରଞ୍ଜିଆ , ପ୍ରବାହ ନ୍ୟୁଜ୍‌-୧୬ ଅଗଷ୍ଟ ରୁ କରଞ୍ଜିଆ କ୍ରୀଡା ସଂସଦ ଆନୁକୁଲ୍ୟରେ ୧୩ ଗୋଟି ପଞ୍ଚାୟତ କୁ ନେଇ ଆନ୍ତଃ ପଞ୍ଚାୟତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନ ର ଖେଳ ବଡ଼ଗାଁ ବନାମ ସlରଙ୍ଗଗଡ ପଞ୍ଚାୟତ ମଧ୍ୟରେ ହୋଇଥିଲା । ମୁଖ୍ୟ ଅତିଥି କରଞ୍ଜିଆ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସୁତାର ସମ୍ମାନିତ ଅତିଥି ବଡ଼ଗାଁ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର ନାଥ ନାଏକ, ସାରଙ୍ଗଗଡ ପଞ୍ଚାୟତ ସରପଞ୍ଚ କୃଷ୍ଣ ଚନ୍ଦ୍ର ଚାମ୍ପିଆ, ଡ଼ା: ଜନାର୍ଦ୍ଦନ ଚୌଧୁରୀ,ଶ୍ରୀକାନ୍ତ ପରିଡ଼ା,ପ୍ରଭାକର ବାଗସିଂ ଖେଳାଳି ମାନଙ୍କ ସହିତ ପରିଚିତ ହୋଇଥିଲେ 

ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା କେହି କାହାକୁ ଗୋଲ ଦେଇ ପାରି ନ ଥିଲେ

ଦ୍ୱିତୀୟାର୍ଦ୍ଧ ଖେଳ ରେ ସାରଙ୍ଗଗଡ଼ ଦଳ ଘନ ଘନ ଆକ୍ରମଣ କରି ୩-୦ ଗୋଲ ରେ ବଡ଼ଗାଁ ଦଳ କୁ ପରାସ୍ତ କରିଥିଲେ ।ଆଜିକାର ଖେଳ କୁ ପରିଚାଳନା କରିଥିଲେ ରେଫେରି ବାପୁନ ମହାନ୍ତ, ସନ୍ତୋଷ ମହାକୁଡ,ବିନୟ ମହାକୁଡ ଓ ଚତୁର୍ଥ ରେଫରି ଅନନ୍ତ କୁମାର ଚାତ୍ତାର ଖେଳ ପରିଚାଳନା ରେ ସହଯୋଗ କରିଥିଲେ କଲ୍ୟାଣ କୁମାର ନାଏକ,ସନ୍ତୋଷ କୁମାର ଦାସ, ଅଭିମନ୍ୟୁ ତ୍ରିପାଠୀ,ଗୌରୀ ଶଙ୍କର ସିହ୍ନା।

Leave a Reply

Your email address will not be published. Required fields are marked *