ଖୋର୍ଦ୍ଧା ରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକ ଆଜି ହେଉଛି ୧୦୫ ତମ ଜନ୍ମଦିବସ । ଏହି ଅବସରରେ ରାଜ୍ୟର ଅନେକ ସ୍ଥାନରେ ବିଜୁପ୍ରେମୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ ଓ  ସାଙ୍ଗଠନିକ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଅଛି ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ନତ କୁମାର ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଶଶିକାନ୍ତ ରାଜ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ (ବୈଷୟିକ) ଏନ. ହରି କୁମାର କୁଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ତୈଳଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ନିଜ ନିଜର ବକ୍ତବ୍ୟରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ ।

ଶତାବ୍ଦୀ ପୁରୁଷ ବିଜୁ ପଟ୍ଟନାୟକ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ଲୋକପ୍ରିୟ ଜନନାୟକ, ଶିଳ୍ପପତି ତଥା ଦୁଃସାହସୀ ବୈମାନିକ ଭାବେ ଦେଶ ବିଦେଶରେ ନାଁ କରିଥିଲେ ।

ଆକାଶରେ ବିମାନ ଧରି ଉଡ଼ିବୁଲିବା ତାଙ୍କ ରୁଚି ଥିଲା । ମାତ୍ର ୨୧ ବର୍ଷରେ ସେ ଜଣେ ଦକ୍ଷ ପାଇଲଟ ହୋଇପାରିଥିଲେ । ନିଜେ ବିମାନ ଚଳାଇ ଯୁଦ୍ଧ ସମୟରେ ସୈନ୍ୟବହିନୀକୁ ବିମାନ ସେବା ଯୋଗାଉଥିଲେ ।
ନିଜ ଜୀବନକୁ ବାଜି ଲଗାଇ ରେଙ୍ଗନରୁ ଇଂରେଜ ରାଜପରିବାରକୁ ଉଦ୍ଧାର କରିବା  ଓ ଇଣ୍ଡୋନେସିଆଁ ସ୍ଵାଧୀନତା ସଂଗ୍ରାମ ବେଳେ ବିଶିଷ୍ଣୁ ନୈତା ମହମୂଦ ହାତା ଓ ସୁଲତାନ ସାହରିୟର ଙ୍କୁ ବିମାନ ଯୋଗେ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ୧୯୭୩ରେ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତୁ” ଓ ସର୍ବଶ୍ରେଷ୍ଠ ଚ୍ଛାତୀୟ ପୁରସ୍କାର “ବିନତମ ଯଶୁ ଉତ୍ତମ”ରେ ସମ୍ମାନୀତ କରାଯାଇଥିଲା। ସୋଭିଏତ ଋଷିଆଙ୍କୁ ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ସହାୟତା କରି ଋଷିଆର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ‘ଅର୍ଡର ଅଫ ଲେନିନରେ ସମ୍ମାନିତ ହୋଇ ଆନ୍ତର୍ଜାତିକ ସ୍ବରରେ ଜଣେ ଓଡ଼ିଆ ଭାବେ ଓଡ଼ିଶା ପାଇଁ ଗର୍ବ ଆଣିଥିଲେ ।

ବିଜ୍ଞାନକୁ ଲୋକପ୍ରିୟ କରିବା ନିମନ୍ତେ ୧୯୫୧ରେ ସେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ପୁରସ୍କାର । ତାଙ୍କ ପ୍ରଦତ୍ତ ଧନରାଶିରୁ ସୁଧ ଲବ୍ଧ ଅର୍ଥରୁ ଏବେ ମଧ୍ୟ ୟୁନେସ୍କୋ ଦ୍ବାରା କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଉଛି। ଏକ ସମୟରେ ବି ଭାରର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରେ ୩୫ ତମ ସ୍ଥାନରେ ଥିଲେ । ନିଜ ଉଦ୍ୟମରେ ସେ କଳିଙ୍ଗ ଟାଇଲିସ, କଳିଙ୍ଗ ଟ୍ୟାବସ, କଳିଙ୍ଗ ଆଇରନ୍ ୱାର୍କସ, କଳିଙ୍ଗ ଏୟାରଲାଇନସ ଓ କଳିଙ୍ଗ ରିଫାକଟୋରିଜ ଆଦି ପ୍ରତିଷ୍ଣୁ କରିଥିଲେ । ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ ।

ସ୍ବଳ୍ପ ସମୟ ରାଜନୀତିରେ ରହି ରାଜ୍ୟରେ ଅନେକ ବଡ଼ ବଡ଼ ସରକାରୀ ପ୍ରତିଷ୍ଠାନ ସ୍ଥାପନ କରିଥିଲେ । ଓଡିଶାକୁ ୧୩ ଜିଲ୍ଲାରୁ ୩୦ ଜିଲ୍ଲାରେ ପରିବର୍ତ୍ତନ ସହିତ ୩୩% ମହିଳାଙ୍କ ସଂରକ୍ଷଣ ସୂହ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ । ସେ ସଦାସର୍ବଦା ପଞ୍ଚାୟତିରାଜ ବ୍ୟବସ୍ଥା କୁ ସବୁଠୁ ଅଧିକ ଗୁରୁତ୍ବ ଦେଉଥଲେ । ଗ୍ରାମାଞ୍ଚଳ ରେ ମହିଳାଙ୍କୁ ସଙ୍ଗଠିତ କରାଇବା ରେ ପଞ୍ଚାୟତିରାଜ ବ୍ୟବସ୍ଥା ର ଭୂମିକା ଉଲ୍ଳେଖନୀୟ । ବିଜୁବାବୁ ଚାହିଁଥିଲେ ବହୁତ ବଡ଼ ଶିଳ୍ପପତି ହୋଇପାରିଥାନ୍ତେ, କିନ୍ତୁ ଜଣେ ଓଡ଼ିଆ ହିସାବରେ ସେ ଓଡ଼ିଆ ଭାଷା ଓ ଓଡ଼ିଆ ଲୋକଙ୍କ ପାଇଁ ସେବାକୁ ପ୍ରଧାନ୍ୟ ଦେଇଥିଲେ । ଆଜି ଓଡିଶା ର ପ୍ରଗତି ପଛରେ ବିଜୁବାବୁ ଙ୍କ ଅବଦାନ ଅତୁଳନୀୟ ବୋଲି ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ଅନ୍ୟ ଅତିଥିମାନେ ନିଜ ନିଜର ଅଭିଭାଷଣରେ କହିଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବଳିଦାନକୁ ମନେପକାଇ ତାଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ତାରିଖକୁ ସାରା ରାଜ୍ୟରେ “ପଞ୍ଚାୟତିରାଜ ଦିବସ” ଭାବରେ ପାଳନ କିରାଯାଉଛି। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କ ସମେତ ଅନେକ ବୁଦ୍ଧିଜୀବି ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *