ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ


ଭୁବନେଶ୍ୱର : (ପ୍ରବାହ ନ୍ୟୁଜ୍‌) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱରମଣ୍ଡଳର ସ୍ଥାନୀୟ ପ୍ରଧାନ କାର‌୍ୟ୍ୟାଳୟ ଓ ସମସ୍ତ କ୍ଷେତ୍ରୀୟ ବ୍ୟବସାୟିକ କାର‌୍ୟ୍ୟାଳୟ ଠାରେ ଆନ୍ତର୍ଜାତୀୟମହିଳାଦିବସ୨୦୨୪ ପାଳିତ ହୋଇଯାଇଛି ଜ୍ଝ ଚଳିତ ବର୍ଷ ମିଳିତ ଜାତିସଂଘ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଇଁ “ମହିଳାମାନଙ୍କରେ ବିନିଯୋଗ: ପ୍ରଗତି ତ୍ୱରାନ୍ୱିତ”ଶୀର୍ଷକ ଘୋଷଣା କରିଛିଜ୍ଝ ଏହି ପରିପ୍ରେକ୍ଷୀରେ,ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦୀନେଶ ପରୁଥିଙ୍କ ନେତୃତ୍ୱରେଭୁବନେଶ୍ୱରମଣ୍ଡଳତାହାର ୨୧ଟି କ୍ଷେତ୍ରୀୟ ବ୍ୟବସାୟିକ କାର‌୍ୟ୍ୟାଳୟ ଦ୍ଵାରା କର୍ପୋରେଟ ସାମାଜିକ ଦାୟିତ୍ଵ ପାଳନ ଅନ୍ତର୍ଗତ ଯୋଗ୍ୟ ମହିଳାପ୍ରାର୍ଥୀମାନଙ୍କୁ ୬୩୦ ଟି ସିଲେଇ ମେସିନ୍ ଏବଂ ଛତା ପ୍ରଦାନ କରିଛନ୍ତି। ସ୍ଥାନୀୟ ପ୍ରଧାନ କାର‌୍ୟ୍ୟାଳୟ ଭୁବନେଶ୍ୱର ଠାରେମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପରୁଥି ଉକ୍ତମହିଳାମାନଙ୍କୁ ସିଲେଇ ମେସିନ୍ ଓ ଛତା ପ୍ରଦାନ କରି ଏହି ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମର ଉଦଘାଟନ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ନେଟୱର୍କ-୧ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ , ନେଟୱର୍କ-୨ ମହାପ୍ରବନ୍ଧକ ଶ୍ରୀ ଉତ୍ତମ କୁମାର ହାଜରା ଚୌଧୁରୀ , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀବର୍ଗ ଉପସ୍ଥିତ ଥିଲେ । ସହାୟକ ମହାପ୍ରବନ୍ଧକ (ମାନବ ସମ୍ବଳ) ଶ୍ରୀ ପୂର୍ଣ୍ଣେନ୍ଦୁ ମହାପାତ୍ର ଏହି କାର‌୍ୟ୍ୟକ୍ରମର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *