ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଜାତୀୟ ଲୋକ ଅଦାଲତରେ ୫,୪୦୦ରୁ ଅଧିକ ବିଦ୍ୟୁତ ଚୋରି ମାମଲାର ସମାଧାନ କରାଗଲା
ବୁର୍ଲା | ପ୍ରବାହ ନ୍ୟୁଜ୍ : ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଗତ ୧୩ ଡିସେମ୍ବର ୨୦୨୫ ଅନୁଷ୍ଠିତ ହୋଇଥିବା ଜାତୀୟ ଲୋକ ଅଦଲାତ ମାଧ୍ୟମରେ ଏହାର ବିତରଣ ଅଞ୍ଚଳରେ ୫,୪୦୦ରୁ ଅଧିକ ବିଦ୍ୟୁତ ଚୋରି ସମ୍ୱନ୍ଧୀୟ ମାମଲାର ସମାଧାନ କରାଯାଇଅଛି । ଏହି ପଦକ୍ଷେପରେ ଗ୍ରାହକମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଟିପିଡବ୍ଲୁଓଡିଏଲର କ୍ଷେତ୍ର କାର୍ଯ୍ୟାଳୟ, ପ୍ରବର୍ତ୍ତନ ଦଳ ଏବଂ ପ୍ରଶାସନିକ ୟୁନିଟ୍ ମଧ୍ୟରେ ଦୃଢ଼ ସମନ୍ୱୟ ଦେଖାଯାଇଥିଲା, ଯାହା ଏକ ସୁଗମ, ସ୍ୱଚ୍ଛ ଏବଂ ସମୟସୀମାବଦ୍ଧ ସମାଧାନ ପ୍ରକ୍ରିୟା ସୁନିଶ୍ଚିତ କରିଥିଲା ।
ତେବେ ଜିଲ୍ଲାୱାରୀ ସଂଖ୍ୟା ଦେଖିଲେ, ବରଗଡ଼ ଜିଲ୍ଲାରେ ସର୍ବାଧିକ ୧,୨୬୧ଟି ମାମଲାର ସମାଧାନ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ୧,୧୮୬ଟି ମାମଲା, ସୁନ୍ଦରଗଡ଼ ଓ ରାଉରକେଲା ସହରରେ ୭୨୧ଟି ମାମଲା, କଳାହାଣ୍ଡି ଜିଲ୍ଲାରେ ୬୭୯ଟି ମାମଲା, ଝାରସୁଗୁଡ଼ା ଜିଲ୍ଲାରେ ୩୬୩ଟି ମାମଲା, ନୂଆପଡ଼ା ଜିଲ୍ଲାରେ ୨୯୭ଟି ମାମଲା, ସମ୍ବଲପୁର ଜିଲ୍ଲାରେ ୨୬୫ଟି ମାମଲା, ସୋନପୁର ଜିଲ୍ଲାରେ ୨୨୭ଟି ମାମଲା ଏବଂ ଦେବଗଡ଼ ଜିଲ୍ଲାରେ ୮୭ଟି ମାମଲାର ସମାଧାନ କରାଯାଇଅଛି । ଏହି ବୃହତ ଅଭିଯାନ ଆଇନସମ୍ମତ, ସ୍ପଷ୍ଟ ଓ ସମୟବଦ୍ଧ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଆଦାୟ ସୁନିଶ୍ଚିତ କରିଛି ।
ପ୍ରକ୍ରିୟାକୁ ସହଜ ଏବଂ ଗ୍ରାହକ-ଅନୁକୂଳ କରିବା ପାଇଁ, କମ୍ପାନୀ ପକ୍ଷରୁ ଏହାର ସମସ୍ତ ସବ-ଡିଭିଜନଲା ଅଫିସ୍ ଏବଂ ସେକ୍ସନ ଅଫିସମାନଙ୍କରେ ଅଗ୍ରିମ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଥିଲା। ଯାହା ଗ୍ରାହକମାନଙ୍କୁ ଡକ୍ୟୁମେଣ୍ଟେସନ୍ ସମ୍ପୂର୍ଣ୍ଣ କରିବାରେ, ସମାଧାନର ଲାଭ ବୁଝିବାରେ ଏବଂ ସୁବିଧାଜନକ ସ୍ଥାନରେ ଦେୟ ଦେବାରେ ସହୟାକ ହୋଇଥିଲା । ଘଟଣାସ୍ଥଳରୁ ସହାୟତା ପାଉଣା ଉପରେ ସ୍ପଷ୍ଟତା ଏବଂ ଶୀଘ୍ର ଆଇନଗତ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଥିଲା, ଯାହା ଗ୍ରାହକମାନଙ୍କୁ ଲମ୍ବା କୋର୍ଟ ମାମଲା ଏବଂ ସମ୍ବନ୍ଧିତ ଖର୍ଚ୍ଚରୁ ରକ୍ଷା ପାଇବାରେ ସାହାଯ୍ୟ କରିଥିଲା ।
ଏହି ପଦକ୍ଷେପ ପଶ୍ଚିମ ଓଡ଼ିଶାରେ ବିବାଦୀୟ ମାମଲାର ସମାଧାନ, ଗ୍ରାହକ ସୁବିଧା ଏବଂ ସ୍ୱଚ୍ଛ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ପ୍ରତି ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି ।
