ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ନେତୃତ୍ୱରେ ଛୋଟ ପିଲାମାନଙ୍କୁ ପରିବେଶ ସମ୍ବନ୍ଧରେ ସଚେତନ କରାଇବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ
ଭୁବନେଶ୍ଵର:(ପ୍ରବାହ ନିୟୁଜ୍) ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟାମାନେ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ନେତୃତ୍ୱରେ ଛୋଟ ପିଲାମାନଙ୍କୁ ପରିବେଶ ସମ୍ବନ୍ଧରେ ସଚେତନ କରାଇବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା |
ଏହି ଅବସରରେ ଶ୍ରୀମତୀ ଶର୍ମା ରେଳ ବିହାର ଠାରେ ଚାରା ରୋପଣ କରିବା ସହିତ ପିଲାମାନଙ୍କୁ ପରିବେଶ ସୁରକ୍ଷା ପାଇଁ ନିଜେ ଯତ୍ନଶୀଳ ହେବା ସହ ସେମାନଙ୍କ ପିତାମାତାଙ୍କୁ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଛନ୍ତି | ଇକୋରୋ ଦ୍ୱାରା ପରିଚାଳିତ ଫୁଲୱାରି ବିଦ୍ୟାଳୟର ପିଲାମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ | ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସୁତା ବ୍ୟାଗ ସହିତ ଔଷଧୀୟ ଉଦ୍ଭିଦ ମଧ୍ୟ ଶ୍ରୀମତୀ ଶର୍ମା ପିଲାମାନଙ୍କୁ ବଣ୍ଟନ କରିଥିଲେ | ଏହା ବ୍ୟତୀତ, ଶ୍ରୀମତୀ ଶର୍ମା ମହିଳା ମାନଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପଦକ୍ଷେପ “ଦସ୍ତକ” ର ଏକ ଅଂଶ ଭାବରେ ଚୁକ୍ତିଭିତ୍ତିକ ମହିଳା ଶ୍ରମିକମାନଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରିଥିଲେ |