ଅପରେସନ୍ ଗଙ୍ଗା: ୨୪ ଘଣ୍ଟାରେ ୬୨୯ ଭାରତୀୟଙ୍କୁ ସ୍ୱଦେଶ ଆଣିଲା ବାୟୁସେନା

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ମୁହଁରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଭାରତ ଅଣାଯାଉଛି । ଗତ ୨୪ଘଣ୍ଟାରେ ୬୨୯ ଜଣ ଭାରତୀୟଙ୍କୁ ବାୟୁସେନା ପକ୍ଷରୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇଛି । ବାୟୁସେନାର ତିନିଟି C-17 ଏୟାରକ୍ରାଫ୍ଟରେ ସମସ୍ତଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନ କରାଯାଇଛି ।

ବାୟୁସେନାର ତିନିଟି ଯାକ ଏୟାରକ୍ରାଫ୍ଟ ୬୨୯ ଭାରତୀୟଙ୍କୁ ରୋମାନିଆ, ସ୍ଲୋଭାକିଆ ଓ ପୋଲାଣ୍ଡରୁ ଧରି ହିଣ୍ଡାନ ସ୍ଥିତ ଏୟାରବେସରେ ପହଞ୍ଚିଥିଲା । ସେହିପରି ବିମାନରେ ଭାରତରୁ ପଠାଯାଇଥିଲା ସାଢ଼େ ୧୬ କ୍ୱିଣ୍ଟାଲ୍ ରିଲିଫ ସାମଗ୍ରୀ । ବର୍ତ୍ତମାନ ସୁଦ୍ଧା ବାୟୁସେନା ଅପରେସନ୍ ଗଙ୍ଗା ଅଭିଯାନରେ ୟୁକ୍ରେନରେ ଫସିଥିବା ୨୦୫୬ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଲାଣି । ଏଥିର ୧୦ଟି ବାୟୁସେନା ବିମାନ ସାମିଲ ହୋଇଛି ।

Leave a Reply

Your email address will not be published. Required fields are marked *