ଶ୍ରୀ ଓ.ପି ଜିନ୍ଦଲଙ୍କ ୧୮ତମ ପୂଣ୍ୟତିଥୀରେ ଜେଏସପିର ବଡ଼ବିଲ, ଟେନସା ଏବଂ କାସିଆ ୟୁନିଟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ

ଯୋଡା / ବଡ଼ବିଲ: ଓ.ପି. ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଶ୍ରୀ ଓମ ପ୍ରକାଶ ଜିନ୍ଦଲ ଜୀଙ୍କ ୧୮ତମ ପୂଣ୍ୟତିଥୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ବଡ଼ବିଲ ପେଲେଟ ପ୍ଲାଣ୍ଟ, କାସିଆ ଏବଂ ଟେନସା ମାଇନ୍ସରେ ତା ୩୧ ମାର୍ଚ୍ଚ ୨୦୨୩ ରିଖରେ ପାଳିତ ହୋଇଯାଇଛି । ଏହି ଅବସରରେ ୟୁନିଟ୍ ଗୁଡିକରେ ସାମାଜିକ କଲ୍ୟାଣ ମୂଳକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା |
ସକାଳୁ ବଡ଼ବିଲ ପିଲେଟ ପ୍ଲାଣ୍ଟର ୟୁନିଟ ମୁଖ୍ୟ ପୁରୁଷୋତ୍ତମ ଏମ.ଡ଼ି. , କାଶିଆ ଲୌହ ଖଣିର ମୁଖ୍ୟ ପ୍ରମୋଦ କୁମାର ପାତ୍ର , ଟେନସା ଖଣିର ମୁଖ୍ୟ କମଳାକାନ୍ତ ନନ୍ଦଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଓ ସମସ୍ତ କର୍ମଚାରୀ ସପରିବାରେ ପ୍ରଥମେ ପ୍ଲାଣ୍ଟ ପରିସରରେ ଥିବା ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଦିନଟିକୁ ଅବିସ୍ମରଣୀୟ କରିବା ନିମନ୍ତେ ପ୍ଲାଣ୍ଟ ପରିସରରେ ଜେ ଏସ ପି ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରଟିକୁ ସିଏସାର ଗ୍ରୁପ ମୁଖ୍ୟ ପ୍ରଶାନ୍ତ କୁମାର ହୋତା ଉଦଘାଟନ କରିଥିବା ବେଳେ ଶ୍ରୀ ପୁରଷୋତମ ଏବଂ ଶ୍ରୀ ପାତ୍ର , ଶ୍ରୀ ସରତ କିଶୋର ପଣ୍ଡା, ଏଚଆର ହେଡ ଏବଂ ଆଇଆର ହେଡ ଶ୍ରୀ ଆଶିଷ ରଂଜନ ମହାନ୍ତିଙ୍କ ଉପସ୍ଥିତିରେ ତାଙ୍କ ପୁଣ୍ୟତିଥିରେ ଶ୍ରୀ ଓ.ପି ଜିନ୍ଦଲଜୀଙ୍କୁ ସ୍ମରଣ କରି ଶ୍ରୀ ହୋତା କହିଛନ୍ତି, “ଆମର ପ୍ରିୟ ବାଉଜି ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏକି ତାଙ୍କର ବ୍ୟବସାୟିକ ଉତ୍କର୍ଷ ତଥା ସାମାଜିକ ଦାୟିତ୍ ପାଇଁ ସ୍ମରଣୀୟ, ସେ ବିଶ୍ୱାସ କରୁଥିଲେ ଯେ ସମାଜର ଦୁର୍ବଳ ବର୍ଗର ଉନ୍ନତି ବିନା ଏକ ଦେଶ କଦାପି ଉନ୍ନତି କରିପାରିବ ନାହିଁ । ଏହିପରି ଭାବରେ ସେ ଦାରିଦ୍ର୍ୟ ଦୂରୀକରଣ ତଥା ସମାଜର ଦୁର୍ବଳ ଶ୍ରେଣୀର ସାମାଜିକ- ଅର୍ଥନୈତିକ ସ୍ଥିତିକୁ ବୃଦ୍ଧି କରିବାରେ ବହୁ ପ୍ରଚେଷ୍ଟା କରିଥିଲେ | ତାଙ୍କର ଆଦର୍ଶ ଆମକୁ ସବୁଦିନ ପାଇଁ ମାର୍ଗଦର୍ଶନ କରିବ।

ୟୁନିଟ୍ ହେଡସ୍ ଏବଂ ଜେଏସପି ଫାଉଣ୍ଡେସନର ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କ ନେତୃତ୍ୱରେ ଥିବା ୟୁନିଟ୍ ଗୁଡିକର କର୍ମଚାରୀ, ବ୍ୟବସାୟ ସହଯୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏହି ତିନୋଟି ସ୍ଥାନରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରିୟ ବାଉଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ଅବସରରେ ତାଙ୍କ ବାର୍ତ୍ତାରେ ଶ୍ରୀ ଆଶିଷ ପାଣ୍ଡେ, ହେଡ୍ କଞ୍ଚାମାଲ ଏବଂ ସ୍ଲୁରି କହିଛନ୍ତି, “ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ, ଜଣେ ମହାନ ଉଦ୍ୟୋଗୀ, ଦୂରଦୃଷ୍ଟିସମ୍ପନ୍ନ ନେତା ତଥା ଜାତୀୟତାବାଦୀ, ଯିଏ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସର୍ବଦା ଉନ୍ନତ ଜ୍ଞାନ କୌଶଳ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱବାସୀ ତାଙ୍କର ‘ଦକ୍ଷ ଭାରତ, ଏକ ଶକ୍ତିଶାଳୀ ଭାରତ’ ବିଷୟରେ ତାଙ୍କର ଦର୍ଶନ ହେଉଛି ମାର୍ଗଦର୍ଶିକା